ନୂଆଦିଲ୍ଲୀ,୨୦/୦୩:ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନର ଶାସନକୁ ଶେଷ କରିବେ। ଇରାନ ବିରୋଧରେ ଚାଲିଥିବା ସାମରିକ ଅଭିଯାନ ‘ଅପରେସନ୍ ରାଇଜିଂ ଲାୟନ୍’ ସମ୍ପର୍କରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ବଡ ବୟାନ ଦେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ସବୁଛି ଯୁଦ୍ଧ । ଇସ୍ରାଏଲ୍ ଜିତୁଛି । ମୁଁ ଜୀବିତ ଅଛି ଏବଂ ଆପଣ ସମସ୍ତେ ଏହାର ସାକ୍ଷୀ । ଇରାନର ପରମାଣୁ ଓ ମିସାଇଲ୍ ଶକ୍ତିକୁ ଶେଷ କରିବା ଆମର ଲକ୍ଷ୍ୟ ।
ଇସ୍ରାଏଲର ଲକ୍ଷ୍ୟ କ’ଣ ? ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବଡ଼ ବୟାନ ସାମ୍ନାକୁ ଆସଛି । ନେତାନ୍ୟାହୁ କହିଛନ୍ତି, "ଆମର ୩ଟି ଲକ୍ଷ୍ୟ ଅଛି: ପ୍ରଥମତଃ, ପରମାଣୁ ବିପଦକୁ ଦୂର କରିବା । ଦ୍ୱିତୀୟତଃ, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବିପଦକୁ ଦୂର କରିବା ଏବଂ ତୃତୀୟତଃ, ଇରାନ ଲୋକଙ୍କ ପାଇଁ ସେମାନଙ୍କର ସ୍ୱାଧୀନତା ହାସଲ କରିବା ଏବଂ ନିଜର ଭାଗ୍ୟ ନିର୍ଣ୍ଣୟ କରିବା ପାଇଁ ପରିସ୍ଥିତି ସୃଷ୍ଟି କରିବା । ସେମାନଙ୍କର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଦୂର ଦୂରାନ୍ତର ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବା ପାଇଁ ବ୍ୟବହୃତ ହେବ, ଏବଂ ଯଦି ସେଗୁଡ଼ିକୁ ବନ୍ଦ କରାନଯାଏ, ତେବେ ଏହା କେବଳ ଆରମ୍ଭ । "
'ଇରାନ ବ୍ଲାକମେଲ୍ କରିବାକୁ ଚେଷ୍ଟା କରୁଛି'- ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି, "ଇରାନ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ସମୁଦ୍ର ପଥ ହୋର୍ମୁଜ୍ ପ୍ରଣାଳୀକୁ ବନ୍ଦ କରି ବିଶ୍ୱକୁ ବ୍ଲାକମେଲ୍ କରିବାକୁ ଚେଷ୍ଟା କରୁଛି । ଏହା ସଫଳ ହେବ ନାହିଁ । ଇସ୍ରାଏଲ ନିଜସ୍ୱ ଉପାୟରେ ଏବଂ ଗୁପ୍ତଚର ସଂଗ୍ରହ ଭଳି ଅନ୍ୟାନ୍ୟ ଉପାୟରେ ହୋର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ଆମେରିକାର ପ୍ରୟାସକୁ ସମର୍ଥନ କରୁଛି । କଳ୍ପନା କରନ୍ତୁ ଯଦି ଆୟାତୋଲ୍ଲା ଶାସନ ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଥାଏ ତେବେ ସେମାନେ କିପରି ସମଗ୍ର ବିଶ୍ୱକୁ ବ୍ଲାକମେଲ୍ କରିପାରିବେ । "
ଏହା ବି ପଢନ୍ତୁ...ତେଲ-ଗ୍ୟାସ ନୁହେଁ, ଇଣ୍ଟରନେଟରେ ବି ବ୍ରେକ୍ ଲଗାଇବ ଇରାନ ! ଭାରତ ବି ଅକଳରେ...
'ମୁଁ ବଞ୍ଚିଛି'- ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ କହିଛନ୍ତି, "ମୁଁ ଜୀବିତ ଅଛି ଏବଂ ଆପଣମାନେ ସମସ୍ତେ ଏହାର ସାକ୍ଷୀ । ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱରେ, ଆମେରିକା ଏବଂ ଇସ୍ରାଏଲ ଇରାନରେ ମହାନ ସଂକଳ୍ପ ଏବଂ ଅତୁଳନୀୟ ଶକ୍ତି ସହିତ ଏକାଠି କାମ କରୁଛନ୍ତି। 'ଅପରେସନ୍ ରାଇଜିଂ ଲାୟନ୍' ଆୟାତୋଲ୍ଲା ଶାସନ ଦ୍ୱାରା ସୃଷ୍ଟି ହୋଇଥିବା ଅସ୍ତିତ୍ୱର ବିପଦକୁ ଦୂର କରିବା ପାଇଁ ଡିଜାଇନ୍ କରାଯାଇଛି । ୪୭ ବର୍ଷ ଧରି ଆମେରିକା, ଇସ୍ରାଏଲ ଏବଂ ଇରାନର ଲୋକଙ୍କ ବିରୋଧରେ ଯୁଦ୍ଧ କରିଆସିଛି । ଏହା 'ଆମେରିକା ଡାଉନ୍ ୱିଥ୍', 'ଇସ୍ରାଏଲ ଡାଉନ୍ ୱିଥ୍' ଭଳି ସ୍ଲୋଗାନ ଦେଉଛି ଏବଂ ନିଜ ଲୋକଙ୍କୁ ହତ୍ୟା କରୁଛି ।"
'ଇରାନ ଧ୍ୱଂସ ପାଉଛି'- ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆମେ ଜିତିଛୁ ଏବଂ ଇରାନକୁ ଧ୍ୱଂସ କରାଯାଉଛି । ଇରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଅସ୍ତ୍ରାଗାର ପ୍ରଚୁର କ୍ଷତିଗ୍ରସ୍ତ ହେଉଛି ଏବଂ ଏହା ନଷ୍ଟ ହେବ । ଆମେ କ୍ଷେପଣାସ୍ତ୍ର ଏବଂ ଏହାର ଅଧିକାଂଶ ପରମାଣୁ ଭିତ୍ତିଭୂମିକୁ ନଷ୍ଟ କରି ଦେଇଛୁ। ଇରାନର ବାୟୁ ପ୍ରତିରକ୍ଷା ଅଦରକାରୀ, ଏହାର ନୌସେନା ସମୁଦ୍ରର ଗଭୀରତାରେ ପଡ଼ିଛି । ଆହୁରି ଅଧିକ କାମ କରିବାକୁ ବାକି ଅଛି, ଏବଂ ଆମେ ଏହାକୁ ସମାପ୍ତ କରିବୁ । "