ନୂଆଦିଲ୍ଲୀ,୧୭/୧୦: ଆସନ୍ତା ବର୍ଷ ଭାରତରେ ପ୍ରଥମ ଖୋ ଖୋ  ବିଶ୍ୱକପ୍‌ (ପୁରୁଷ ଓ ମହିଳା) ଆୟୋଜିତ  ହେବ । ଖୋ ଖୋ ଫେଡେରେସନ୍‌ ଅଫ୍‌  ଇଣ୍ଡିଆ (କେକେଏଫ୍‌ଆଇ) ପକ୍ଷରୁ  ବୁଧବାର ଏକ ସ୍ୱତନ୍ତ୍ର ଉତ୍ସବରେ ଏବିଷୟ  ଘୋଷଣା ହୋଇଛି । ନୂଆଦିଲ୍ଲୀ ଠାରେ  ଆଗାମୀ ଜାନୁଆରୀ ୧୩ରୁ ଟୁର୍ଣ୍ଣାମେଣ୍ଟ  ଆରମ୍ଭ ହୋଇ ୧୯ ତାରିଖ ଶେଷ  ହେବ । 

ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମ  ଅବସରରେ ବିଶ୍ୱକପ୍‌ର ଲୋଗୋ ଏବଂ  ଟ୍ୟାଗ୍‌ଲାଇନ୍‌ (ଅଦୱାର୍ଲ୍ଡଗୋଜ୍‌ଖୋ)  ଉନ୍ମୋଚିତ ହୋଇଯାଇଛି । ଭାରତର ପାରମ୍ପରିକ କ୍ରୀଡ଼ା  ହେଉଛି ଖୋ ଖୋ । ବିଶ୍ୱର ବିଭିନ୍ନ  ଦେଶରେ ଏହି କ୍ରୀଡ଼ା ଖେଳାଯାଉଛି ।  ଭାରତ ପ୍ରଥମ ଥର ଖୋ ଖୋ ବିଶ୍ୱକପ୍‌  ଆୟୋଜନ କରିବାକୁ ଯାଉଛି । ଏଥିରେ  ୨୪ଟି ଦେଶର କ୍ରୀଡ଼ାବିତ୍‌ ଭାଗ ନେବେ ।  ଉଭୟ ପୁରୁଷ ଓ ମହିଳା ବିଭାଗରେ  ୧୬ଟି ଲେଖାଏଁ ଦଳ ବିଶ୍ୱକପ୍‌ ଟ୍ରଫି ପାଇଁ  ଲଢ଼େଇ କରିବେ । 

କେକେଏଫ୍‌ଆଇ  ଅଧ୍ୟକ୍ଷ ସୁଧାଂଶୁ ମିତ୍ତଲ କହିଥିଲେ ଯେ,  ଖୋ ଖୋ ହେଉଛି ଆମ ଦେଶର ମାଟିର  ଏକ ଖେଳ । ଆମେ ଏହା ଖେଳକୁ  ମ୍ୟାଟ୍‌କୁ ଆଣି ବହୁତ ଗର୍ବିତ । ପ୍ରଥମେ  ଅଲ୍ଟିମେଟ ଖୋ ଖୋ ଲିଗ୍‌ ମାଧ୍ୟମରେ  ଏହି କ୍ରୀଡ଼ାର ପ୍ରଚାର ପ୍ରସାର କରିଥିଲୁ ।  ବର୍ତ୍ତମାନ ଖୋ ଖୋ ବିଶ୍ୱକପ୍‌ ଆୟୋଜନର  ସମୟ ଆସିଛି ।’ ଇଜ୍‌ମାଇଁଟ୍ରିପ୍‌  ଖୋ ଖୋ ବିଶ୍ୱକପ୍‌ର ଅଫିସିଆଲ୍‌  ପାର୍ଟନର ଭାବେ ଚୁକ୍ତି ସ୍ୱାକ୍ଷର କରିଛ