ପ୍ରମୂଖ ଖବର
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଆସନ୍ତା ବର୍ଷ ନୂଆଦିଲ୍ଲୀରେ ହେବ ଖୋ ଖୋ ବିଶ୍ୱକପ୍‌, ଲୋଗୋ ଏବଂ ଟ୍ୟାଗ୍‌ଲାଇନ୍‌ ଉନ୍ମୋଚିତ

Published By : Prameya | October 17, 2024 11:19 AM

ନୂଆଦିଲ୍ଲୀ,୧୭/୧୦: ଆସନ୍ତା ବର୍ଷ ଭାରତରେ ପ୍ରଥମ ଖୋ ଖୋ  ବିଶ୍ୱକପ୍‌ (ପୁରୁଷ ଓ ମହିଳା) ଆୟୋଜିତ  ହେବ । ଖୋ ଖୋ ଫେଡେରେସନ୍‌ ଅଫ୍‌  ଇଣ୍ଡିଆ (କେକେଏଫ୍‌ଆଇ) ପକ୍ଷରୁ  ବୁଧବାର ଏକ ସ୍ୱତନ୍ତ୍ର ଉତ୍ସବରେ ଏବିଷୟ  ଘୋଷଣା ହୋଇଛି । ନୂଆଦିଲ୍ଲୀ ଠାରେ  ଆଗାମୀ ଜାନୁଆରୀ ୧୩ରୁ ଟୁର୍ଣ୍ଣାମେଣ୍ଟ  ଆରମ୍ଭ ହୋଇ ୧୯ ତାରିଖ ଶେଷ  ହେବ । 

ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମ  ଅବସରରେ ବିଶ୍ୱକପ୍‌ର ଲୋଗୋ ଏବଂ  ଟ୍ୟାଗ୍‌ଲାଇନ୍‌ (ଅଦୱାର୍ଲ୍ଡଗୋଜ୍‌ଖୋ)  ଉନ୍ମୋଚିତ ହୋଇଯାଇଛି । ଭାରତର ପାରମ୍ପରିକ କ୍ରୀଡ଼ା  ହେଉଛି ଖୋ ଖୋ । ବିଶ୍ୱର ବିଭିନ୍ନ  ଦେଶରେ ଏହି କ୍ରୀଡ଼ା ଖେଳାଯାଉଛି ।  ଭାରତ ପ୍ରଥମ ଥର ଖୋ ଖୋ ବିଶ୍ୱକପ୍‌  ଆୟୋଜନ କରିବାକୁ ଯାଉଛି । ଏଥିରେ  ୨୪ଟି ଦେଶର କ୍ରୀଡ଼ାବିତ୍‌ ଭାଗ ନେବେ ।  ଉଭୟ ପୁରୁଷ ଓ ମହିଳା ବିଭାଗରେ  ୧୬ଟି ଲେଖାଏଁ ଦଳ ବିଶ୍ୱକପ୍‌ ଟ୍ରଫି ପାଇଁ  ଲଢ଼େଇ କରିବେ । 

କେକେଏଫ୍‌ଆଇ  ଅଧ୍ୟକ୍ଷ ସୁଧାଂଶୁ ମିତ୍ତଲ କହିଥିଲେ ଯେ,  ଖୋ ଖୋ ହେଉଛି ଆମ ଦେଶର ମାଟିର  ଏକ ଖେଳ । ଆମେ ଏହା ଖେଳକୁ  ମ୍ୟାଟ୍‌କୁ ଆଣି ବହୁତ ଗର୍ବିତ । ପ୍ରଥମେ  ଅଲ୍ଟିମେଟ ଖୋ ଖୋ ଲିଗ୍‌ ମାଧ୍ୟମରେ  ଏହି କ୍ରୀଡ଼ାର ପ୍ରଚାର ପ୍ରସାର କରିଥିଲୁ ।  ବର୍ତ୍ତମାନ ଖୋ ଖୋ ବିଶ୍ୱକପ୍‌ ଆୟୋଜନର  ସମୟ ଆସିଛି ।’ ଇଜ୍‌ମାଇଁଟ୍ରିପ୍‌  ଖୋ ଖୋ ବିଶ୍ୱକପ୍‌ର ଅଫିସିଆଲ୍‌  ପାର୍ଟନର ଭାବେ ଚୁକ୍ତି ସ୍ୱାକ୍ଷର କରିଛ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.