ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପୁରୁଷଙ୍କ ତୁଳନାରେ ଅଧିକ ଶୁଣିପାରନ୍ତି ମହିଳା, ରିସର୍ଚରୁ ହେଲା ଖୁଲାସା...

Published By : Harapriya Sethi | April 3, 2025 7:45 AM

ସାଧାରଣତଃ ଆପଣ ଥାଟା ମଜାରେ ଲୋକଙ୍କୁ କହୁଥିବାର ଶୁଣିଥିବେ ଯେ, ଯେ ମହିଳାଙ୍କ କାନ ବହୁତ ତେଜ୍‌ । ଅର୍ଥାତ ତାଙ୍କୁ ବହୁତ ଭଲ ଭାବରେ ଶୁଣା ଯାଇଥାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଥଟାରେ କୁହାଯାଉଥିବା ଏହି କଥା ସମ୍ପୂର୍ଣ୍ଣ ଭାବରେ ସତ । ସାଇଣ୍ଟିଫିକ୍‌ ରିପୋର୍ଟ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହିଳା ମାନେ ଭିନ୍ନ ଭିନ୍ନ ଭାବରେ ଶୁଣିଥାନ୍ତି । ମହିଳାଙ୍କର ଶୁଣିବା ଶକ୍ତି ପୁରୁଷଙ୍କ ତୁଳନାରେ ଅଧିକ ସେନସିଟିଭ୍‌ । ଏହି ଅଧ୍ୟୟନରେ ଆହୁରି ଅନେକ ଜିନିଷ ଖୁଲାସା ହୋଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଶ୍ରବଣ ଶକ୍ତି ପୁରୁଷଙ୍କ ତୁଳନାରେ ବେଶ୍ ଉନ୍ନତ । 

କଣ କହୁଛି ରିପୋର୍ଟ?

ଅଧ୍ୟୟନ ଅନୁଯାୟୀ, ମହିଳାଙ୍କ ଶ୍ରବଣ ଶକ୍ତି ପୁରୁଷଙ୍କ ତୁଳନାରେ ୨ ଗୁଣା ଅଧିକ ହୋଇଥାଏ । ଏହି ରିସର୍ଚ ଭିନ୍ନ ଭିନ୍ନ ବୟସର ମହିଳାଙ୍କ ସହ ଭିନ୍ନ ଭିନ୍ନ ପରିବେଶରେ କରାଯାଇଥିଲା । ଯାହା ପରବର୍ତ୍ତୀ ସମୟରେ ସତ ପ୍ରମାଣିତ ହୋଇଥିଲା । କହିରଖୁ କି, ଏହି ରିସର୍ଚରେ ୫ ଟି ଦେଶର ୧୩ ଟି ଭିନ୍ନ ଭିନ୍ନ ଗ୍ରୁପ୍‌ର ୪୪୮ ଜଣ ସୁସ୍ଥ ବୟସ୍କ ମହିଳାଙ୍କ ଶ୍ରବଣ ଶକ୍ତି ଉପରେ ଯାଞ୍ଚ କରାଯାଇଥିଲା । ଏହି ଅଧ୍ୟୟନରେ ଗ୍ରାମୀଣ, ସହରୀଠାରୁ ଆରମ୍ଭ କରି ସମ୍ଭ୍ରାନ୍ତ ପରିବାରର ମହିଳାମାନଙ୍କୁ ସାମିଲ କରାଯାଇଥିଲା । ଏହି ରିସର୍ଚରେ ସ୍ପଷ୍ଟ ରୂପରେ ଦର୍ଶାଇଦେଲା ଯେ, ମହିଳାଙ୍କ ଶ୍ରବଣ ଶକ୍ତି ପୁରୁଷଙ୍କ ତୁଳନାରେ ଉନ୍ନତ । ରିସର୍ଚରେ ଏହା ମଧ୍ୟ ପ୍ରମାଣିତ ହେଲା ଯେ, ମହିଳାମାନେ ଯେକୌଣସି ପ୍ରକାରର ଶବ୍ଦକୁ ଖୁବ୍‌ ଭଲ ଭାବରେ ଶୁଣି ପାରୁଛନ୍ତି । 

ବାୟୋଲୋଜିକାଲ୍‌ ପାର୍ଥକ୍ୟ-

ରିସର୍ଚ ଅନୁଯାୟୀ, ମହିଳାଙ୍କ ପାଖରେ ଏହା ଏକ ୟୁନିଭର୍ସାଲ ବାୟୋଲୋଜିକାଲ୍‌ ବିଶେଷତାର ସଂକେତ, ଯାହା ହର୍ମୋନାଲ ପାର୍ଥକ୍ୟର କାରଣ ସାଜିପାରେ । ଆଶ୍ଚର୍ଯ୍ୟଜନକ କଥା ଏହା ଯେ, ବୟସ ବଢିବା ସାଙ୍ଗରେ ଲୋକଙ୍କର ଶ୍ରବଣ ଶକ୍ତି କମ୍‌ ହୋଇଥାଏ ହେଲେ ମହିଳାଙ୍କ ଶ୍ରବଣ ଶକ୍ତି ସେମାନଙ୍କ ବୟସର ପୁରୁଷଙ୍କ ତୁଳନାରେ ବେଶ୍‌ ଅଧିକ । ଏହି ରିସର୍ଚରେ ଆଉ ଏକ ପ୍ୟାଟର୍ଣ୍ଣ ଦେଖିବାକୁ ମିଳିଥିଲା ଯେ, ମହିଳାଙ୍କ ବାମ କାନ ତୁଳନାରେ ଡାହାଣ କାନ ଅଧିକ ସେନସିଟିଭ୍‌ । 

ପରିବେଶ ପାର୍ଥକ୍ୟ-

ଏହି ଅଧ୍ୟୟନରେ ପର୍ଯ୍ୟାବରଣ ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିଲା । ଏଥିରୁ ଏହା ମଧ୍ୟ ପ୍ରମାଣିତ ହୋଇଥିଲା ଯେ, ଆପଣ ଯେଉଁ ସ୍ଥାନରେ ରହୁଛନ୍ତି, ସେହି ସ୍ଥାନର ପରିବେଶ ମଧ୍ୟ ଆପଣଙ୍କ ଶ୍ରବଣ ଶକ୍ତିକୁ ବଦଳାଇପାରେ । ରିସର୍ଚ ଅନୁଯାୟୀ, ଅଧିକ ଉଚ୍ଚତାରେ ରହୁଥିବା ବ୍ୟକ୍ତିଙ୍କ ଶ୍ରବଣ ଶକ୍ତି କମ୍‌ ହୋଇଥାଏ। କାରଣ ସେଠାରେ ଅମ୍ଳଜାନର ସ୍ତର କମ୍‌ ରହିଥାଏ । ସେହିଭଳି ଜଙ୍କଲରେ ରହୁଥିବା ଲୋକଙ୍କ ଶ୍ରବଣ ଶକ୍ତି ଅଧିକ ଉନ୍ନତ ହୋଇଥାଏ । ଧୀର୍ଘ ସମୟ ଧରି କୋଳାହଳପୂର୍ଣ୍ଣ ସ୍ଥାନରେ କିମ୍ୱା ସହରରେ ରହୁଥିବା ବ୍ୟକ୍ତିଙ୍କର ଉଚ୍ଚ ଶବ୍ଦ ଶୁଣିବା ପ୍ରତି ସମ୍ୱେଦନଶୀଳତା ବଢିଯାଇଥାଏ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.