ଭୁବନେଶ୍ୱର ୧୫/୦୨: ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନ୍‌ଏଫ୍‌ଏସ୍‌ୟୁ) ଭୁବନେଶ୍ୱର କ୍ୟାମ୍ପସ ପୂର୍ବ ଭାରତରେ ଫୋରେନ୍ସିକ୍ ଶିକ୍ଷା, ଗବେଷଣା ଓ ଅପରାଧିକ ନ୍ୟାୟ ବ୍ୟବସ୍ଥା ସୁଦୃଢ଼ିକରଣରେ ଏକ ନୂଆ ଦିଗ ଦେଖାଉଛି । ଦେଶର ଆପରାଧିକ ନ୍ୟାୟ ବ୍ୟବସ୍ଥାକୁ ବୈଜ୍ଞାନିକ ଭିତ୍ତିରେ ସୁଦୃଢ଼ କରିବା ଉଦ୍ଦେଶ୍ୟ ଏହା କାର୍ଯ୍ୟ କରୁଛି । ଫୋରେନ୍ସିକ୍ ବିଜ୍ଞାନ, ଅପରାଧ ବିଜ୍ଞାନ, ସାଇବର ସୁରକ୍ଷା, ଫୋରେନ୍ସିକ୍ ମନୋବିଜ୍ଞାନ ଓ ଆଇନ ଭଳି ବିଷୟରେ ଏକାଗ୍ର ରହିଛି । ଏଠାରେ ଶିକ୍ଷା କେବଳ ପାଠ୍ୟପୁସ୍ତକରେ ସୀମିତ ନାହିଁ ବଂର ବ୍ୟବହାରିକ ପ୍ରଶିକ୍ଷଣ, ଲ୍ୟାବ୍ ଆଧାରିତ ଶିକ୍ଷାକୁ ଗୁରୁତ୍ୱ ଦେଉଛି ।

ବିଶ୍ୱବିଦ୍ୟାଳୟର କୁଳପତି ଡ. ଜେଏମ୍ ଭ୍ୟାସଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟକୁ ଆନ୍ତର୍ଜାତୀୟସ୍ତରକୁ ନେବାକୁ ପଥ ପ୍ରଦର୍ଶନ କରୁଛି । ଭୁବନେଶ୍ୱର କ୍ୟାମ୍ପସକୁ କ୍ଷମତାଶାଳୀ ଭାବେ ଆଗେଇ ନେବାକୁ କ୍ୟାମ୍ପସ ଭାରପ୍ରାପ୍ତ ନିର୍ଦ୍ଦେଶକ ଡ. ପୂର୍ବୀ ପୋଖରିୟାଲଙ୍କ ନେତୃତ୍ୱ ନେଉଛନ୍ତି । କ୍ୟାମ୍ପସ କୋର୍ଡିନେଟର ଡ. ବିଶ୍ୱ କଲ୍ୟାଣ ଦାଶଙ୍କ ପ୍ରଶାସନିକ ପ୍ରୟାସ ପୂର୍ବ ଭାରତରେ ଫୋରେନ୍ସିକ୍ ବିଜ୍ଞାନକୁ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଭାବେ ଗଢ଼ିବାରେ ସହାୟକ ହୋଇଛି । ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ ରାଜ୍ୟ, କେନ୍ଦ୍ରୀୟ ଫୋରେନ୍ସିକ୍ ଲ୍ୟାବ୍, ପୁଲିସ ବିଭାଗ, ତଦନ୍ତ ଏଜେନ୍ସି, ସାଇବର ସୁରକ୍ଷା କମ୍ପାନୀ, ଆଇନ ଫାର୍ମ, କର୍ପୋରେଟ କମ୍ପ୍ଲାୟାନ୍ସ ଓ ଗବେଷଣା ସଂସ୍ଥାରେ କ୍ୟାରିୟର କରୁଛନ୍ତି । ବୈଜ୍ଞାନିକ ପ୍ରମାଣ, ଡିଜିଟାଲ ଫୋରେନ୍ସିକ୍ ଓ ସାଇବର ଅପରାଧ ତଦନ୍ତର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଆଗାମୀ ଦିନରେ ଏହି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଭୁବନେଶ୍ୱର କ୍ୟାମ୍ପସ ପୂର୍ବ ଭାରତର ଶିକ୍ଷା ଓ ନ୍ୟାୟ ବ୍ୟବସ୍ଥାରେ ଏକ ମଡେଲ୍ ସଂସ୍ଥା ଭାବେ ପରିଚିତ ହେବ । ଭବିଷ୍ୟତରରେ ନୂଆ ପାଠ୍ୟକ୍ରମ, ଅତ୍ୟାଧୁନିକ ଲ୍ୟାବ୍, ଅନ୍ତର୍ଜାତୀୟ ସହଯୋଗକୁ ନେଇ କ୍ୟାମ୍ପସ ନୂଆ ପଦକ୍ଷେପ ଆପଣାଇବ ।