ନୂଆଦିଲ୍ଲୀ : ମହାକୁମ୍ଭ ଭାଇରାଲ ଗାର୍ଲ ମୋନାଲିସା ଫରମାନଙ୍କ ବିବାହ କରିବା ଦିନର ଚର୍ଚ୍ଚାରେ ରହିଛନ୍ତି । ପରିବାର ଲୋକ ଏବଂ ସନୋଜ ମିଶ୍ରା ସେମାନଙ୍କୁ ପୂର୍ବରୁ ସମାଲୋଚନା କରିଛନ୍ତି । ଅଲଗା ଧର୍ମରେ ବିବାହ ପରେ ବିବାଦରେ ରହିଛନ୍ତି ମୋନାଲିସା । ଆଉ ଏବେ ଜାତୀୟ ମାନବାଧିକାରୀ କମିଶନଙ୍କ ନୋଟିସ୍ ହୋଇଛି । ଫରମାନ ଏବଂ ମୋନାଲିସାଙ୍କୁ ନୋଟିସ୍ କରାଯାଇଛି ।

ସେମାନଙ୍କୁ ମିଳିଥିବା ନୋଟିସରୁ ଜଣାପଡ଼ିଛି କି, ମୋନାଲିସାଙ୍କ ବୟସ ସମ୍ପର୍କରେ ତଦନ୍ତ କରାଯିବ । ଫରମାନଙ୍କୁ ବିବାହ କରିବା ପରେ ବୟସ ପ୍ରମାଣପତ୍ର ଦେବାକୁ ପଡ଼ିବ । ଜାତୀୟ ମାନବାଧିକାରୀ କମିଶନ ଦିଲ୍ଲୀ ଖାରଗୋନ୍ ପୁଲିସ ଅଧିକ୍ଷକଙ୍କୁ ନୋଟିସ୍ କରିଛନ୍ତି । ସେ ଏହାର ତଦନ୍ତ କରିବେ । ସେପଟେ ମଧ୍ୟପ୍ରଦେଶ ଏବଂ କେରଳର ମୁଖ୍ୟ ସଚିବ ଏବଂ ଡିଜିପିଙ୍କୁ ମଧ୍ୟ ସମନ୍ବୟ ରକ୍ଷା କରିବା ପାଇଁ କୁହାଯାଇଛି ।

ମୋନାଲିସାଙ୍କୁ ବିବାହ କରିଥିବା ଫରମାନଙ୍କ ବିରୋଧରେ ପୂର୍ବରୁ ସନୋଜ ମିଶ୍ରା ଏବଂ ମୋନାଲିସାଙ୍କ ପରିବାର ବର୍ଷିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି କି, ମୋନାଲିସା ନାବାଳିକା ତାଙ୍କୁ ଫଶାଇ ବିବାହ କରିଛି ଫରମାନ । ନାବାଳିକା ହୋଇଥିବାରୁ ଫରମାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଅଭିଯୋଗ କରିଛନ୍ତି କାଗଜପତ୍ର ଭୁଲ୍ କରି ସେମାନେ ବିବାହ କରିଛନ୍ତି । ଏଣୁ ଏହାର ଯଞ୍ଚ ହେଉ ବୋଲି ପୂର୍ବରୁ କହିଥିଲେ । ଆଉ ଏବେ ଯାଞ୍ଚ କରାଯିବା ନେଇ ନୋଟିସ୍ ହୋଇଛି ।

ଏହାସହ ପଢ଼ନ୍ତୁ : ଖରାପ ସମ୍ପର୍କ ରଖୁଥିଲା ସ୍ତ୍ରୀ, ଧରିବା ପାଇଁ ସ୍ବାମୀ କଲେ ଏହି ଯୋଜନା