ନୂଆଦିଲ୍ଲୀ : ପରପୁରୁଷ ସହ ସମ୍ପର୍କ ରଖୁଥିଲା ପତ୍ନୀ । ସ୍ବାମୀ ଆଗରେ ଦେଖାଉଥିଲା ଭଦ୍ର । ସ୍ତ୍ରୀର ହାବଭାବ ସ୍ବାମୀଙ୍କ ମନରେ ଆଣିଥିଲା ସନ୍ଦେହ । କାହା ସହ ସମ୍ପର୍କ ରଖୁଛି ? କୁଆଡେ ଯାଉଛି ? ସ୍ତ୍ରୀର ସମସ୍ତ ଡାଟା ଜାଣିବା ପାଇଁ ସ୍ବାମୀ ପକାଇଲେ ଜାଲ। ଶେଷରେ ଫଶିଗଲେ ପତ୍ନୀ ଏବଂ ତାଙ୍କ ପ୍ରେମିକ । ବିହାରର ପାଟନାରୁ ସାମ୍ନାକୁ ଆସିଛି ଏକ ଖବର । ଘଟଣା ସିଧା ଥାନାରେ ପହଞ୍ଚିଥିବାବେଳେ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି ।
ମିଳିଥିବା ଖବର ଅନୁସାରେ, ମହିଳାଙ୍କ ଉପରେ କିଛିଦିନ ହେବ ସନ୍ଦେହ କରୁଥିଲେ ତାଙ୍କ ସ୍ବାମୀ । ସ୍ତ୍ରୀ ପରକୀୟାପ୍ରୀତି କରୁଥିବା ମନରେ ସନ୍ଦେହ ସୃଷ୍ଟି କରୁଥିଲା । ଯେଉଁ କାରଣରୁ ସ୍ବାମୀ ଜଣକ ସ୍ତ୍ରୀର ଚପଲରେ ଲଗାଇ ଦେଇଥିଲେ ଜିପିଏସ୍ ଟ୍ରାକର। ଆଉ ଅଫିସ ଚାଲିଯାଇଥିଲେ । ନିରନ୍ତର ଭାବେ ସେ ଟ୍ରାକ୍ କରୁଥିଲେ । ଆଉ ଅଫିସରେ ବସି ରହିଥିଲେ । ଯେତେବେଳେ ତାଙ୍କ ଚାଲିଚଳନ ଉପରେ ସନ୍ଦେହ ହୋଇଥିଲା ସିଧା ଆସି ଘରେ ପହଞ୍ଚିଥିଲେ । ଆଉ ଦେଖିବାବେଳେ ପ୍ରେମିକ ସହ ଘରେ ରହିଥିଲେ ପତ୍ନୀ ।
ସେ ଏହାକୁ ନେଇ ଯୁକ୍ତି କରିଥିଲେ । ଆଉ ପରେ ସ୍ତ୍ରୀଙ୍କ ପ୍ରେମିକ ସହ ଠେଲାପେଲା ମଧ୍ୟ ହୋଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଏଭଳି ଝଗଡ଼ା ହୋଇଥିଲା କି, ଶେଷରେ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । ଉଭୟଙ୍କୁ ପୁଲିସ ଥାନାକୁ ନେଇଥିବାବେଳେ ସେଠାରେ ବୁଝାମଣା ହୋଇଥିଲା । ତେବେ ସ୍ବାମୀଙ୍କ ଏପରି ଏକ ବୁଦ୍ଧି ପାଇଁ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି ।
ଏହାସହ ପଢ଼ନ୍ତୁ : କିଏ ଏହି ହିରୋଇନ୍ ? ଯାହାଙ୍କୁ ଡେଟ୍ କରୁଥିଲେ ଧୋନୀ