ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆସାମର ମସଜିଦ୍‌ରେ ବସି ଆତଙ୍କ ସୃଷ୍ଟି କରିବାକୁ ଷଡଯନ୍ତ୍ର, ଧରିଲା ଏନ୍ଆଇଏ: ରହିଛି ଜୈଶ-ଇ-ମହମ୍ମଦ ସହ ଲିଙ୍କ୍

Published By : Harapriya Biswal | December 12, 2024 5:56 PM

ନୂଆଦିଲ୍ଲୀ,୧୨।୧୨: ଆସାମର ମସ୍‌ଜିଦରୁ ଆତଙ୍କ ସୃଷ୍ଟି କରିବାର ଏକ ବଡ ଷଡଯନ୍ତ୍ରକୁ ବିଫଳ କରିଛି ଏନ୍‌ଆଇଏ।  ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ସହ ସମ୍ପର୍କ ଥିବା ସନ୍ଦିଗ୍ଧକ ଗିରଫ କରିଛି। ଆସାମ ଏସ୍‌ଟିଏଫ୍ ସହ ଏକ ମିଳିତ ଅଭିଯାନରେ ଏନ୍‌ଆଇଏ ଗୋଲପାରାର ବିଭିନ୍ନ ଅଞ୍ଚଳରେ ଚଢାଉ କରିବା ସହ ବହୁ ଲୋକଙ୍କୁ ପଚରା ଉଚରା କରିବା ପରେ ଗିରଫ କରିଛି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୋଲପାରାର ତୁକୁରା ଗାଁରେ ଚଢାଉ ବେଳେ ଏନ୍‌ଆଇଏ ଏକ ମସଜିଦ୍‌ରୁ ସାହନୁର ଆଲମ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ସେ ଜୈଶ-ଇ-ମହମ୍ମଦର ଇଶାରାରେ ସେ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବାର ଷଡଯନ୍ତ୍ର କରୁଥିଲା।

ଏନ୍‌ଆଇଏ ଓ ଆସାମ ଏସ୍‌ଟିଏଫ୍‌ର ମିଳିତ ଅଭିଯାନ ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟରେ ଟିମ୍ ସାହନୁର ଆଲମ ସହ, ଅନ୍ୟ ଦୁଇ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିବା ପାଇଁ କଷ୍ଟଡିରେ ନେଇଛି। ସୁତ୍ରରୁ ମିଳିଥିବା ଖବର ଅନୁସାରେ, ସାହନୁରର ନାଁ ଏନ୍‌ଆଇଏ ନିକଟରେ ଜଣେ ବ୍ୟକ୍ତି କହିଥିଲା, ଯାହାଫଳରେ ଚଳିତ ବର୍ଷ ଅକ୍ଟୋବରରେ ଗୋଲପାରାରୁ ଜୈଶ ସହ ସମ୍ପର୍କ ରଖିବା ନେଇ ଗିରଫ କରାଯାଇଥିଲା। ଉଲ୍ଲେଖନୀୟ ଯେ, ଅକ୍ଟୋବରରେ ଏନ୍‌ଆଇଏ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପର୍କ ରଖିବା ନେଇ ଆସାମରୁ ୧୦ ଜଣଙ୍କୁ ଗିରଫ କରିଥିଲା। ତାଙ୍କ ଭିତରୁ କେବଳ ୯ ଜଣ ଗ୍ବାଲପାଡାରୁ ଥିଲେ। 

ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ୫ ଅକ୍ଟୋବରରେ ସୋସିଆଲ ମଡିଆରେ ଏହି ସୂଚନା ଦେଇଥିଲେ। ସେ କହିଥିଲେ, ଏହି ଗିରଫଦାରୀ ଆସାମରେ ଇସ୍ଲାମୀ ଆତଙ୍କବାଦୀ ସକ୍ରିୟ ଥିବା ନେଇ ଦର୍ଶାଉଛି, ଯାହାକି ରାଜ୍ୟବାସୀଙ୍କ ପାଇଁ ବିପଦ। ‌ସେ କହିଛନ୍ତି, ଯେତେବେଳେ ବି ଏନ୍‌ଆଇଏ ଭଳି ଏଜେନ୍ସି ଆତଙ୍କବାଦୀଙ୍କ ବିରୋଧରେ ରାଷ୍ଟ୍ରବ୍ୟାପୀ ତଲାସୀ ଅଭିଯାନ ଚଳାଏ ସେତେବେଳେ ଆସାମର କିଛି ଲୋକଙ୍କୁ ଗିରଫ କରିଥାଏ। ଏଥିରୁ ଜଣାପଡୁଛି ଏହି ଚରମପନ୍ଥୀ ଆମ ରାଜ୍ୟରେ କେତେ ସକ୍ରିୟ ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.