ଭୁବନେଶ୍ବର, ୨୫/୧୧: କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ମନୋନିତ ହୋଇଥିବା ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୧ଟି ବିଭାଗରେ ୭,୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଗୃହ ବିଭାଗରେ ୨୩୫୦ ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨୭୫୦ ଜଣ, ଜଙ୍ଗଲ ଓ ପରିବେଶ ବିଭାଗ ୧୭୫୦ଜଣଙ୍କୁ ନିଯୁକ୍ତି, ସୂଚନା ଓ ଲୋକସଂପର୍କ ୩୯, ଉଚ୍ଚଶିକ୍ଷା ୭୪, ଜଳ ସଂପଦ ୩୬ଜଣ ନିଯୁକ୍ତି ମିଳିଛି । ସେହିଭଳି ଶ୍ରମ ବିଭାଗରେ ୧୫, ଇସ୍ପାତ ଓ ଖଣି ୧୪, ବାଣିଜ୍ୟ ଓ ପରିବହନ ୧୪ଜଣଙ୍କୁ କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହାଛଡ଼ା ମତ୍ସ୍ୟ ସଂପଦ ୨୭ ଓ ଯୋଜନା ଓ ସଂଯୋଜନ ବିଭାଗରେ ୮ଜଣ ନିଯୁକ୍ତି ପାଇଛନ୍ତି ।