ନ୍ୟୁୟର୍କ,୧୫/୦୨: ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁର ହତ୍ୟା ଷଡ଼ଯନ୍ତ୍ର ମାମଲାରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କୁ ୨୪ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ଆମେରିକାର ନ୍ୟୁୟର୍କସ୍ଥିତ ଏକ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ନିଖିଲ ଶୁକ୍ରବାର କୋର୍ଟରେ ନିଜ ଦୋଷ ସ୍ୱୀକାର କରିଥିବା ଆମେରିକୀୟ ତଦନ୍ତକାରୀ ଏଜେନ୍ସି ଏଫ୍ବିଆଇ ‘ଏକ୍ସ’ରେ ସୂଚନା ଦେଇଛି ।
ଏଫ୍ବିଆଇ କହିଛି, ଜଣେ ଆମେରିକୀୟ ନାଗରିକଙ୍କ ହତ୍ୟା ପାଇଁ ଏହି ଷଡ଼ଯନ୍ତ୍ର ହୋଇଥିଲା, ଯାହାକୁ ଦେଶର ଏଜେନ୍ସିମାନେ ଠିକଣା ସମୟରେ ପଣ୍ଡ କରିଦେଇଥିଲେ । ତେବେ ଚଳିତବର୍ଷ ମେ ୨୯ରେ ନିଖିଲ ଗୁପ୍ତାଙ୍କ ଦଣ୍ଡାଦେଶ ବାବଦରେ ଔପଚାରିକ ଭାବେ ଘୋଷଣା କରାଯିବ । ଏ ନେଇ ଆମେରିକାର ଆଟର୍ନି ଅଫିସ ମୁତାବକ, ନିଖିଲ ଗୁପ୍ତା ଓରଫ ‘ନିକ୍’ ତାଙ୍କ ବିରୋଧରେ ହୋଇଥିବା ୩ଟି ଅଭିଯୋଗକୁ ସ୍ୱୀକାର କରିଛନ୍ତି । ଏହି ଅଭିଯୋଗ ମଧ୍ୟରେ ହତ୍ୟା ପାଇଁ ଗୁଳିଚାଳନା, ହତ୍ୟା ଷଡ଼ଯନ୍ତ୍ର ଓ ଅର୍ଥ ଠକେଇ ଭଳି ଷଡ଼ଯନ୍ତ୍ର ରହିଥିଲା । ଏ ସବୁକୁ ନିଖିଲ ସ୍ୱୀକାର କରିନେବା ପରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ପନ୍ନୁର ହତ୍ୟା ଷଡ଼ଯନ୍ତ୍ର ରଚିବା ମାମଲାରେ ନିଖିଲ ଗୁପ୍ତାଙ୍କୁ ୨୦୨୩ ଜୁନ ୩୦ରେ ଚେକ୍ ରିପବ୍ଲିକ ପୁଲିସ ଗିରଫ କରିଥିଲା । ଏହାପରେ ୨୦୨୪ ଜୁନ୍ ୧୪ରେ ନିଖିଲଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ କରାଯାଇଥିଲ।। । ଆମେରିକାରେ ମାମଲା ଆଗକୁ ବଢ଼ିଥିଲା ଏବଂ ନିଖିଲ ବାରମ୍ବାର ନିଜକୁ ନିର୍ଦ୍ଦୋଷ ଦର୍ଶାଇଥିଲେ ।
ଆହୁରି ପଢ଼ନ୍ତୁ ;- ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଲାଗିବ କି ବ୍ରେକ୍ ? ୧୭-୧୮ରେ ଆମେରିକା ମଧ୍ୟସ୍ଥତାରେ ହେବ ଶାନ୍ତି ଆଲୋଚନା
ଆମେରିକୀୟ ଏଜେନ୍ସି ମୁତାବକ, ଭାରତର ଜଣେ ପୂର୍ବତନ ଅଧିକାରୀ ବିକାଶ ଯାଦବ ନିଖିଲଙ୍କୁ ପନ୍ନୁର ହତ୍ୟା ଷଡ଼ଯନ୍ତ୍ର ରଚିବାକୁ କହିଥିଲେ । ଭାରତୀୟ ସରକାରଙ୍କର ଜଣେ ଅଧିକାରୀ ନିଖିଲ ଗୁପ୍ତାଙ୍କୁ ପନ୍ନୁର ହତ୍ୟା ପାଇଁ ଜଣେ ‘ହିଟ୍ମ୍ୟାନ୍’ର ବ୍ୟବସ୍ଥା କରିବାକୁ କହିଥିବା ଆମେରିକାର ନ୍ୟାୟ ବିଭାଗ ଦାବି କରିଥିଲା।