ଭୁବନେଶ୍ବର, ୦୬/୦୧: ନୂଆ ରୂପ ପାଇବ ନିଳାମ୍ବୁ ଚିଲିକା । ଏସିଆର ବୃହତ୍ତମ ଲୁଣି ହ୍ରଦର ଦୀର୍ଘକାଳୀନ ସୁରକ୍ଷା ନେଇ ଆଲୋଚନା । ସମୟାନୁକ୍ରମେ ହ୍ରଦର ବଦଳୁଥିବା ସ୍ଥିତି ଉପରେ ଆଇଆଇଟି ମାଡ୍ରାସ୍ ବିଜ୍ଞାନ ଭିତ୍ତିକ ଅଧ୍ୟୟନ କରି ପୁନରୁଦ୍ଧାର ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛି । ଏହା ଦ୍ବାରା ଆର୍ଦ୍ରଭୂମିର ସୁରକ୍ଷା ହୋଇପାରିବ । ଏନେଇ ମଙ୍ଗଳବାର ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସମନ୍ୱୟରେ ବିସ୍ତୃତ ଆଲୋଚନା ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପୁରୀ ସାଂସଦ ସମ୍ବିତ୍ ପାତ୍ରଙ୍କ ସହିତ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦୀର୍ଘକାଳୀନ ଚିଲିକା ସୁରକ୍ଷା ଉପରେ ଆଲୋଚନା କରିଛନ୍ତି । ଚିଲିକାର ପୁନରୁଦ୍ଧାର ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ସହ ପରିବେଶର ସୁରକ୍ଷାରେ ବିଶେଷ ସହାୟକ ହେବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ କହିଛନ୍ତି l