ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଦେଶରେ ପ୍ରଥମ ପୂର୍ଣ୍ଣ ହାତ ପ୍ରତିରୋପଣ, ହାତ ଦାନ କଲେ ୯ ବର୍ଷୀୟା ରିୟା

Published By : Rasmita Pradhan | November 6, 2024 2:43 PM

ସୁରଟ, ୬/୧୧ : ସୁରଟର ୯ ବର୍ଷୀୟା ରିୟା ବବି ମିଶ୍ର ନିଜର ଡାହାଣ ହାତକୁ ଅନ୍ୟ ଜଣେ ଝିଅକୁ ଦାନ କରିଛନ୍ତି । ଏହା ଜରିଆରେ ସେ ଦେଶର ପ୍ରଥମ ତଥା ସର୍ବକନିଷ୍ଠ ହାତ ଦାତା ହୋଇଛନ୍ତି । ଡୋନେଟ୍‌ ଲାଇଫ୍‌ ଅର୍ଗାନାଇଜେସନ୍‌ ଜରିଆରେ ଏହି ମହତ କାର୍ଯ୍ୟ ସମ୍ପାଦିତ ହୋଇଛି । ଗତ ସେପ୍ଟେମ୍ବରରେ କିରନ ହସ୍ପିଟାଲରେ ରିୟାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଯାଇଥିଲା । ଏହା ପରେ ତାଙ୍କ ପରିବାର ରିୟାଙ୍କ ହାତ, ଫୁସ୍‌ଫୁସ୍‌, ଯକୃତ, କିଡ୍‌ନୀ ଓ ଚକ୍ଷୁ ଦାନ କରିବାକୁ ନିଷ୍ପତ୍ତି ନେଲେ । ରିୟାଙ୍କ ପାଇଁ ୭ ଜଣଙ୍କୁ ନୂଆ ଜୀବନ ମିଳିଛି । ତାଙ୍କ ଡାହାଣ ହାତ ମୁମ୍ବାଇର ଗୋରେଗାଓଁ ବାସିନ୍ଦା ଜଣେ ୧୫ ବର୍ଷୀୟା ବାଳିକାଙ୍କଠାରେ ପ୍ରତିରୋପଣ କରାଯାଇଛି । ସ୍ଥାନୀୟ ଗ୍ଲୋବାଲ ହସ୍ପିଟାଲରେ ଡା. ନିଲେଶଙ୍କ ନେତୃତ୍ୱାଧୀନ ଟିମ୍‌ ହାତ ପ୍ରତିରୋପଣ କରିଥିଲେ । କାନ୍ଧଠୁ ହାତର ଶେଷ ପର୍ଯ୍ୟନ୍ତ ଏହା ଦେଶର ପ୍ରଥମ ପ୍ରତିରୋପଣ ଥିଲା । ରିୟାଙ୍କ ହାତ ପାଇଥିବା ଅନନ୍ତା ଅହମଦ ବର୍ତ୍ତମାନ ମୁମ୍ବାଇରେ ୧୧ଶ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । 

୨୦୨୨ ମସିହା, ଅକ୍ଟୋବର ୩୦ ତାରିଖରେ ଉତ୍ତରପ୍ରଦେଶର ଅଲିଗଡ଼ଠାରେ ନିଜର ଜଣେ ସମ୍ପର୍କୀୟଙ୍କ ସହ ସେ ଖେଳୁଥିଲେ । ଅଜାଣତରେ ୧୧,୦୦୦ କେଭି ବିଦ୍ୟୁତ୍‌ ତାରକୁ ଧରି ପକାଇବା ଯୋଗୁ ତାଙ୍କର ଦୁଇ ହାତ ଜଳିଗଲା । ଗ୍ୟାଙ୍ଗରିନ୍‌ (ସଂକ୍ରମଣ) ଯୋଗୁ ତାଙ୍କ ଡାହାଣ ହାତକୁ ବାହୁଠୁ କାଟିବାକୁ ପଡ଼ିଲା । ଏକାଧିକ କ୍ଷତ ଯୋଗୁ ବାମ ହାତ ଧୀରେ ଧୀରେ କାର୍ଯ୍ୟ ବନ୍ଦ କରିଦେଲା । ରିୟାଙ୍କଠୁ ଡାହାଣ ହାତ ପାଇବା ପରେ ଅନନ୍ତା କହିଛନ୍ତି, ଦୁର୍ଘଟଣାରେ ଡାହାଣ ହାତ ହରାଇବା ପରେ ମଧ୍ୟ ମୁଁ ସାହାସ ହରାଇ ନଥିଲି । ନୃତ୍ୟ, ପହଁରା, ଲୋକଙ୍କୁ ପ୍ରେରିତ କରିବା ଭଳି ଅନେକ କାର୍ଯ୍ୟରେ ମୁଁ ନିଜକୁ ବ୍ୟସ୍ତ ରଖିଲି । ଦିନେ ହସ୍ପିଟାଲରେ ହାତ ପ୍ରତିରୋପଣ ଜରିଆରେ ମୋତେ ନୂଆ ହାତ ମିଳିବ ବୋଲି କୁହାଗଲା । ସେବେଠୁ ମୋ ଭିତରେ ନୂଆ ଆଶା ଉଙ୍କିମାରିଲା । ମୁଁ ଜାଣିଥିଲି, ଦିନେ ମୋତେ ହାତ ଦାତା ମିଳିବେ । କାନ୍ଧରୁ ହୋଇଥିବା ଏହି ପ୍ରତିରୋପଣ ପରେ ମୋର ଆତ୍ମବିଶ୍ୱାସ ବଢ଼ିଛି । ଏହା ମୋ ଜୀବନରେ ନୂଆ ଖୁସି ଆଣିଛି । ରିୟାଙ୍କ ପରିବାର ଏବେ ମୋ ପରିବାର ଭଳି । ରିୟାଙ୍କ ପାଇଁ ମୋର ଡାହାଣ ହାତ ପ୍ରତିରୋପଣ ହୋଇପାରିଛି । ଆସନ୍ତା ବର୍ଷ ରକ୍ଷାବନ୍ଧନରେ ମୁଁ ରିୟାଙ୍କ ଭାଇକୁ ରାଖି ବାନ୍ଧିବି ।’ ଅନନ୍ତାଙ୍କ ମା’ବାପା ରିୟାଙ୍କ ପରିବାରକୁ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି । ଏହି ପ୍ରୟାସ ପାଇଁ ଡୋନେଟ୍‌ ଲାଇଫ୍‌ ଅର୍ଗାନାଇଜେସନ୍‌କୁ ମଧ୍ୟ ସେମାନେ କୃତଜ୍ଞତା ଜଣାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.