ନୂଆଦିଲ୍ଲୀ,୦୧/୦୨; ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ପେଡ଼ି । ଆଜି ସଂସଦରେ ଉପସ୍ଥାପନ ହେବ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ଦେଶର ଆୟବ୍ୟୟ ଅଟକଳ । ଏହା ପୂର୍ବରୁ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ସୀତରମଣ । ରାଷ୍ଟ୍ରପତିଙ୍କୁ ଭେଟି ବଜେଟ୍ କପି ଦେଇଛନ୍ତି ଅର୍ଥମନ୍ତ୍ରୀ । ୨୦୨୬-୨୭ ବଜେଟକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏହା ବି ପଢନ୍ତୁ...LPG, FASTagଠୁ ଆରମ୍ଭ କରି ପାନ ମସଲା, ଆଜିଠୁ ଦେଶରେ ଲାଗୁ ହେବ ୫ ବଡ଼ ପରିବର୍ତ୍ତନ !​​​​​​​

ମୁହଁ ମିଠା କଲେ ରାଷ୍ଟ୍ରପତି-  ସବୁ ଦିନ ପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା । ରାଷ୍ଟ୍ରପତିଙ୍କୁ ଭେଟି ବଜେଟ୍ କପି ଦେଇଛନ୍ତି ନିର୍ମଳା ସୀତାରମଣ  । ଏହା ପରେ ଦହି-ଚିନି ଖୁଆଇ ବଜେଟକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି । ଆଉ କିଛି ଘଣ୍ଟା ପରେ ଖୋଲିବ ନିର୍ମଳାଙ୍କ ବଜେଟ୍ ପେଡ଼ି । ଯାହାକୁ ଚାହିଁ ରହିଛନ୍ତି ଦେଶବାସୀ । ବିଶେଷ କରି ଚଳିତ ବଜେଟ ମଧ୍ୟବିତ୍ତଙ୍କୁ ସୁହାଇଲା ପରି ହେବା ଦରକାର ବୋଲି ଜନସାଧାରଣ ଆଶାବାଦୀ ଅଛନ୍ତି । ନିତି ଦିନିଆ ଜିନିଷ ଦର କମିବା ଦରକାର ଯାହା ଦ୍ୱାରା ସାଧାରଣ ଲୋକଟିଏ ଲାଭବାନ ହୋଇପାରିବ ବୋଲି କହିଛନ୍ତି ଜନତା 

​​​​​​​

ବାହ୍ୟ ଅସ୍ଥିରତା ଏବଂ ଭୂ-ରାଜନୈତିକ ସମସ୍ୟାକୁ ପ୍ରତିହତ କରିବାକୁ ଏଥର ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ ଘରୋଇ ଅର୍ଥବ୍ୟବସ୍ଥାର ଦୃଢ଼ୀକରଣ ପାଇଁ ଭିଡ଼ିପାରନ୍ତି ଅଣ୍ଟା । ପ୍ରତିବର୍ଷ ଭଳି ଅର୍ଥନୀତି, ଯୁବପିଢ଼ି, ମହିଳା, ବେତନଭୋଗୀ ଏବଂ ମଧ୍ୟବିତ୍ତଙ୍କୁ ଦିଆଯାଇପାରେ ପ୍ରାଧାନ୍ୟ । ଫୋକସ୍‌ରେ ରହିବ ଆର୍ଥିକ ବିକାଶ ଓ ନିଯୁକ୍ତି । ଆର୍ଥିକ ବିକାଶକୁ ଗତି ଦେବା ପାଇଁ ବଜେଟରେ ଚାକିରି, ଉତ୍ପାଦନ କ୍ଷେତ୍ରକୁ ଗତି ଓ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଇପାରେ । ପ୍ରମୁଖ କଞ୍ଚାମାଲ ଉପରେ ଆମଦାନି ଶୁଳ୍କ ହ୍ରାସ କରାଯାଇପାରେ । ଏହା ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇ, ବିନିର୍ମାଣ, ଇଲେକ୍ଟ୍ରୋନିକ୍ସ ଏବଂ ସବୁଜ ଶକ୍ତି କ୍ଷେତ୍ରକୁ ମିଳିବ ବଳ ।