ନୂଆଦିଲ୍ଲୀ,୨୮/୦୩; ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ଦଳର ମାଲିକାଣୀ ନୀତା ଅମ୍ବାନୀ ଫ୍ରାଞ୍ଚାଇଜର ଷ୍ଟାର ବ୍ୟାଟ୍ସର ରୋହିତ ଶର୍ମାଙ୍କୁ ଭେଟିଛନ୍ତି । ଏହା ପରେ ଯାହା ହେଲା ତାହା ସମସ୍ତଙ୍କୁ ତାଜୁବ କରିଛି । ଗତ କିଛି ମାସରେ ରୋହିତଙ୍କ ଫିଟନେସ୍ ପରିବର୍ତ୍ତନକୁ ସମସ୍ତେ କରିଛନ୍ତି । ନୀତା ଅମ୍ବାନୀ ବି ସେଥିରୁ ବାଦ ପଡିନାହାନ୍ତି । ରୋହିତଙ୍କୁ ଭେଟିବା ପରେ ସେ ତାଙ୍କୁ ଚିହ୍ନି ପାରିନଥିବା କହିଛନ୍ତି । ଖାଲି ସେତିକି ନୁହେଁ ରୋହିତ ଯୁବକ ପରି ଦେଖାଯାଉଥିବା କହିଛନ୍ତି ନୀତା ଆମ୍ବାନୀ ।
ରବିବାର ୩ଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ମୁମ୍ବାଇ ଇଣ୍ଡିଆନ୍ସ । ଏହାପୂର୍ବରୁ ଟିମକୁ ଭେଟିଥିଲେ ଏମଆଇ ୱନର ନୀତି ଆମ୍ବାନୀ । ଏମ୍ଆଇର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ରୋହିତଙ୍କୁ ନୀତା ଭେଟିବା ପରେ ତାଙ୍କର ରିଆକ୍ସନ ସ୍ପଷ୍ଟ ଜଣାପଡୁଛି । ସେ କହିଛନ୍ତି, "ହେ ଭଗବାନ, ରୋହିତ, ମୁଁ ତୁମକୁ ଚିହ୍ନିପାରିଲି ନାହିଁ ! ତୁମେ ସମ୍ପୂର୍ଣ୍ଣ ଛୋଟ ପିଲା ପରି ଦେଖାଯାଉଛ । "ରୋହିତ କିଛି ମାସ ଧିରେ ଫିଟନେସ ଉପରେ ଫୋକସ କରିଛନ୍ତି । ପୂର୍ବ ଅପେକ୍ଷା ଅଧିକ ଫିଟ୍ ଏବଂ ପତଳା ଦେଖାଯାଉଛନ୍ତି । ନୀତା ଅମ୍ବାନୀଙ୍କ ରିଆକ୍ସନ ଦେଖି ରୋହିତ ନିଜ ହସ କଣ୍ଟ୍ରୋଲ କରିପାରିନଥିଲେ ।
ଏହା ବି ପଢନ୍ତୁ...ସିଏସକେ ଫ୍ୟାନ୍ସଙ୍କୁ ଝଟକା, ୨ ସପ୍ତାହ ଆଇପିଏଲ ଖେଳିନପାରନ୍ତି ଏମ୍ଏସ ଧୋନୀ
Mrs. Nita Ambani met the squad during training ahead of the start of TATA IPL 2026! 💙 pic.twitter.com/r2Gy9NaDOc
— Mumbai Indians (@mipaltan) March 27, 2026
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି । ରୋହିତ ଟି-ଟ୍ୱେଣ୍ଟି ଏବଂ ଟେଷ୍ଟ ଫର୍ମାଟରୁ ଅବସର ନେଇ ସାରିଛନ୍ତି । ବର୍ତ୍ତମାନ ସେ କେବଳ ଦିନିକିଆ ଖେଳୁଛନ୍ତି । ରୋହିତ ନିଜକୁ ଫିଟ୍ ରଖିବାକୁ ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରୁଛନ୍ତି । ଜାନୁଆରୀରେ ରୋହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିଥିଲେ । ରୋହିତ ତାଙ୍କ ଅଧିନାୟତ୍ୱରେ ମୁମ୍ବାଇକୁ ୫ ଥର ଚାମ୍ପିଅନ କରିଛନ୍ତି । ଭାରତ ପାଇଁ ବହୁ ପ୍ରତୀକ୍ଷିତ ୨୦୨୭ ଆଇସିସି ପୁରୁଷ ବିଶ୍ୱକପ ଜିତିବାକୁ ସ୍ବପ୍ନ ଦେଖୁଛନ୍ତି ।