ଫିରିଙ୍ଗିଆ,୧/୮ :  କନ୍ଧମାଳ ଗସ୍ତରେ ନୀତି ଆୟୋଗର କେନ୍ଦ୍ରୀୟ ଟିମ୍ । ୨ଦିନିଆ ଗସ୍ତରେ ଆସି ବିଭିନ୍ନ ବ୍ଲକର ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ସହ ସ୍ଥିତି ପରଖିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ନୀତି ଆୟୋଗର କେନ୍ଦ୍ରୀୟ ଟିମ୍ । ଫିରିଙ୍ଗିଆ ବ୍ଲକ ଗସ୍ତରେ ଟିମରେ ଇଟାଲୀର ଜୟୀ ଯେକିସନ, ଦିଲ୍ଲୀରୁ ଆସିଥିଲେ ଓ ସେହିଭଳି ଭୁବନେଶ୍ବରରୁ ଆସିଥିଲେ ଅକ୍ଷୟ ଲିମା, ଡିଏସଡବ୍ଲୁ ସ୍ନେହଲତା ସାହୁ, ସିଡିପିଓ ନିବେଦିତା ପ୍ରଧାନ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରି ପ୍ରବୋଧ ପ୍ରଧାନ, ମିଶି ପ୍ରଥମେ ନୁଆଁ ପଦର ଅଙ୍ଗନବାଡି କେନ୍ଦ୍ର, ରବିଙ୍ଗିଆ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ ସହ ଗର୍ଭବତୀମାନଙ୍କ ସମସ୍ୟା ସୁପର ଭାଇଜର ସାମିଲ ଥିଲେ । 

ଅଙ୍ଗନବାଡି କର୍ମୀମାନଙ୍କୁ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବା ପରେ ଛାତ୍ରଛାତ୍ରୀମାନଙ୍କ ସହ ମିଶିଥିଲେ l ପରିଦର୍ଶନ ପରେ ଫିରିଙ୍ଗିଆ ସମ୍ୱନ୍ୱିତ ଶିଶୁ ବିକାଶ ଅଧିକାରିଣୀ ନିବେଦିତା ପ୍ରଧାନ ଏବଂ ସମସ୍ତ ଅଧିକାରୀ କର୍ମଚାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l