ନୂଆଦିଲ୍ଲୀ,୩୦/୦୩; ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶେଷରେ ତାଙ୍କ ବିଧାନ ପରିଷଦ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ବରିଷ୍ଠ ଜେଡିୟୁ ନେତା ଏବଂ ମନ୍ତ୍ରୀ ବିଜୟ ଚୌଧୁରୀ କହିଛନ୍ତି ଯେ, ନୀତୀଶ କୁମାର ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ର ଏବେ ବାଚସ୍ପତିଙ୍କ ନିକଟରେ ଦାଖଲ କରାଯିବ । ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ? ସୂତ୍ର ଅନୁସାରେ ନୀତିନ ନବୀନ ମଧ୍ୟ ତାଙ୍କ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ନବୀନଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ଏବଂ ସେ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି ।
ଜେଡି(ୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ମାର୍ଚ୍ଚ ୧୬ ତାରିଖରେ ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିଲେ ଏବଂ ଦଳୀୟ ସୂତ୍ର ଅନୁଯାୟୀ, ଏମଏଲସି ପଦରୁ ଇସ୍ତଫା ଦେବା ପାଇଁ ୧୪ ଦିନର ଅବଧି ଆଜି ଶେଷ ହେଉଛି। "ସମ୍ବିଧାନରେ ଏକ ବ୍ୟବସ୍ଥା ଅଛି ଯେ ୧୪ ଦିନ ମଧ୍ୟରେ ଇସ୍ତଫା ଦାଖଲ କରିବାକୁ ପଡିବ ଏବଂ ସେହି ଅନୁସାରେ କାମ ଆଗକୁ ବଢ଼ିବ । ନୀତିଶ ବିହାର ବିଧାନ ପରିଷଦର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ସସପେନ୍ସ ଜାରି ରହିଛି । ଏମଏଲସି ପଦରୁ ଇସ୍ତଫା ଦେବା ପରେ ମଧ୍ୟ ନୀତିଶ କୁମାର ୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ରହିପାରିବେ ।
#WATCH | Bihar Minister Vijay Kumar Choudhary says, "CM has been elected as a Member of the Rajya Sabha. So, this (resignation) was a Constitutional necessity...Nitin Nabin is also resigning today. So, Nitish Kumar is also resigning..." https://t.co/RTzesmV0lB pic.twitter.com/6CxZG5kut9
— ANI (@ANI) March 30, 2026
ନୀତୀଶଙ୍କ ଇସ୍ତଫା, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ? ନୀତୀଶ କୁମାରଙ୍କ ଇସ୍ତଫା ପରେ, ବିହାର ରାଜନୀତି କ୍ରମଶଃ ଅସ୍ଥିର ହୋଇପଡିଛି । ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ? ଶାସକ ମେଣ୍ଟ ଭିତରେ ନେତୃତ୍ୱ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି ଏବଂ ରାଜନୈତିକ ମହଲରେ ଅନେକ ନାମ ଅନୁମାନ କରାଯାଉଛି । ନୀତଶ କୁମାରଙ୍କ ବିଧାନ ପରିଷଦରୁ ଇସ୍ତଫା ପରେ, ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ତୀବ୍ର ହେବ । ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଆଲୋଚନା ଚାଲିଛି । ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ସମ୍ରାଟ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ ପ୍ରମୁଖ ଦାବିଦାର ଭାବରେ ବିବେଚନା କରାଯାଉଛି। ନିଶାନ୍ତ କୁମାରଙ୍କୁ ନେଇ ମଧ୍ୟ କଳ୍ପନାଜଳ୍ପନା ଚାଲିଛି ।
ଏହା ବି ପଢନ୍ତୁ...ଆକାଉଣ୍ଟରେ କ୍ରେଡିଟ୍ ହୋଇଗଲା ୧୦ କୋଟି, ଫେରାଇବାକୁ ବ୍ୟାଙ୍କର ଦ୍ୱାରସ୍ଥ ହେଲେ ମହିଳା
ବିଧାୟକ ପଦରୁ ନୀତିନ ନବୀଙ୍କ ଇସ୍ତଫା- ବିଧାୟକ ପଦରୁ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଇସ୍ତଫା ଦେଇଛନ୍ତି । ସୋସିଆଲ୍ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ନୀତିନ ନବୀନ । ବିହାର ବିଧାନସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ନୀତିନ । ବାଙ୍କିପୁର ବିଧାନସଭା ଆସନରୁ ବିଧାୟକ ଥିଲେ । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ନୀତିନ ଇସ୍ତଫା ଦେଇଛନ୍ତି ।