ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Union Budget: ନୀତୀଶ, ନାଇଡୁ, ଚିରାଗ...ମୋଦୀ ସରକାରଙ୍କ ବଜେଟ୍‌ରେ ଏନଡିଏର ସହଯୋଗୀଙ୍କୁ କ’ଣ ମିଳିଲା ?

Published By : Tapas Panda | February 1, 2025 11:30 PM

Image Courtesy: livemint

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌କୁ ନେଇ ରାଜନୀତି ସରଗରମ ହୋଇଛି । ମୋଦୀ ସରକାର କେନ୍ଦ୍ରୀୟ ବଜେଟ୍‌କୁ ବିହାର ଓ ସହଯୋଗୀଙ୍କ ବଜେଟ୍‌ କରିଦେଇଛନ୍ତି ବୋଲି କଂଗ୍ରସେ ଏବଂ ଅନ୍ୟ ବିରୋଧୀ ଅଭିଯୋଗ କରିଛନ୍ତି । ସଂସଦରେ ବଜେଟ୍‌ ଉପସ୍ଥାପନ ସମୟରେ ବିହାରକୁ ନେଇ ବିରୋଧୀମାନେ ହୋହଲ୍ଲା କରିଥିଲେ ।  ନିର୍ବାଚନକୁ ଆଖି ଆଗରେ ରଖି ବଜେଟ୍‌ରେ ଘୋଷଣା କରାଯାଇଛି ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ ।

ଆନ୍ଧ୍ର ଏବଂ ବିହାରକୁ ବଡ଼ ଉପହାର                                    

୨୦୨୪ ଲୋକସଭା ନିର୍ବାଚନରେ ଏକାକୀ ସରକାର ଗଢ଼ିବା‌ରେ ବିଫଳ ହୋଇଥିଲା ବିଜେପି । ମ୍ୟାଜିକ ନମ୍ବର ୨୭୨ରୁ ୩୨ଟି ଆସନ ପଛରେ ରହିଯାଇଥିଲା ଦଳ । ଏହା ପରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ଗଠନ ହେଲା ସତ କିନ୍ତୁ ଟିଡିପି ଏବଂ ଜେଡିୟୁର ସହାଯ୍ୟ ନେଲା ବିଜେପି । ଏବେ ଏନଡିଏରେ ବିହାର ଏବଂ ଆନ୍ଧ୍ରର ଦବଦବା ଅଧିକ । ବିହାରରେ ଜେଡିୟୁ, ଏଲଜେପି (ଆର), ଏଚଏଏମ୍‌ ଏବଂ ଆନ୍ଧ୍ର ପ୍ରଦେଶର ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଟିଡିପି ଓ ପବନ କଲ୍ୟାଣଙ୍କ ଦଳ ଜନସେନା ଏନଡିଏର ସହଯୋଗୀ ଦଳ । ଗତ ଅନ୍ତରୀଣ ବଜେଟ୍‌ରେ ବିହାର ଏବଂ ଆନ୍ଧ୍ରକୁ ଅଧିକ ଗୁରୁତ୍ବ ମିଳିଥିବା ବେଳେ ଏଥର ମଧ୍ୟ ଏହି ଦୁଇ ରାଜ୍ୟର ଦବଦବା ରହିଛି । 

୧. ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ପାଖରେ ୧୬  ଏବଂ ଜନସେନା ପାଖରେ ୨ ସାଂସଦ ଅଛନ୍ତି । ଏଥର ନାଇଡୁ ପ୍ରକଳ୍ପ ଲାଗି ଅର୍ଥ ମାଗିଥିଲେ ଏବଂ ତାଙ୍କର ଏହି ଦାବିକୁ କେନ୍ଦ୍ର ସ୍ବୀକାର କରିଛି । ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ଲାଗି  ୩୦୪୩୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ବକେୟା ଅର୍ଥ ଦେବାକୁ ମଧ୍ୟ କେନ୍ଦ୍ର ରାଜି ହୋଇଛି । ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀର ବିକାଶ ପାଇଁ ୧୫ ହଜାର କୋଟି ଟଙ୍କା ଆବଣ୍ଟିତ ହୋଇଛି । ୨୦୧୩ରେ ଆନ୍ଧ୍ର ପ୍ରଦେଶର ବିଭାଜନ ହୋଇଥିଲା ଏବଂ ପୂର୍ବରୁ ଥିବା ରାଜଧାନୀ ହାଇଦ୍ରାବାଦ ହାତରୁ ଚାଲିଯାଇଥିଲା । ଏବେ ନାଇଡୁ ସରକାର ଅମରାବତୀକୁ ରାଜଧାନୀ କରିବାକୁ ପ୍ରସ୍ତୁତି କରୁଛନ୍ତି । 

୨. ବିହାରରେ ଚିରାଗ ପାସଓ୍ବାନ ମଧ୍ୟ ଏନଡିଏର ସହଯୋଗୀ । ଚିରାଗଙ୍କ ପାଖରେ ୫ ଲୋକସଭା ସାଂସଦ ରହିଛନ୍ତି । ତାଙ୍କ ପାଇଁ ନ୍ୟାସନାଲ୍‌ ଫୁଡ୍‌ ଟେକନୋଲୋଜି ଇନଷ୍ଟିଚ୍ୟୁଟ୍‌ ଘୋଷଣା କରାଯାଇଛି । ଏହି ଶିକ୍ଷାନୁଷ୍ଠାନ ଖାଦ୍ୟ ଓ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ଅଧୀନରେ ନିର୍ମାଣ ହେବ। ଏହି ମନ୍ତ୍ରଣାଳୟର ମନ୍ତ୍ରୀ ଅଛନ୍ତି ଚିରାଗ ପାସଓ୍ବାନ । ତେବେ ଏହି ଇନଷ୍ଟିଚ୍ୟୁଟ୍‌ ହାଜିପୁର, ଜମୁଇ କିମ୍ବା ସମସ୍ତିପୁରରେ ନିର୍ମାଣ ହୋଇପାରେ । ଏହି ୩ଟି ସ୍ଥାନରେ ଚିରାଗଙ୍କ ସାଂସଦ ଅଛନ୍ତି । ତାଙ୍କ ଭିଣୋଇ ଅରୁଣ ଭାରତୀ ଜମୁଇର ସାଂସଦ ଥିବା ବେଳେ ସମସ୍ତିପୁର ଚିରାଗଙ୍କ ହୋମ୍‌ ଟାଉନ୍‌ । 

୩. ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଖରେ ଏବେ ୧୨ ଜଣ ସାଂସଦ ଅଛନ୍ତି । ବିହାରରେ ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନୀତୀଶ କୁମାରଙ୍କୁ ସୁହାଇଲା ଭଳି ବିହାର ଲାଗି ବଡ଼ ଘୋଷଣା ହୋଇଛି । ସେଥିମଧ୍ୟରୁ ମଖାନା ବୋର୍ଡ ଗଠନ ପ୍ରସ୍ତାବ ଅନ୍ୟତମ । ଏହା ଦ୍ବାରା ମିଥିଲାଞ୍ଚଳର ଲୋକଙ୍କୁ ଖୁବ ଫାଇଦା ହେବ । ଏହା ବ୍ୟତୀତ ପାଟନା ଏବହ ବିହଟା ଏୟାରପୋର୍ଟ ବିକାଶ ସଂପର୍କରେ କୁହାଯାଇଛି । ଓ୍ବେଷ୍ଟର୍ଣ୍ଣ କୋସି କେନାଲ ପ୍ରକଳ୍ପକୁ ଟଙ୍କା ଦେବାକୁ ଘୋଷଣା ହୋଇଛି । ଏହି ପ୍ରକଳ୍ପ ଦରଭଙ୍ଗା ଏବଂ ମଧୁବନୀ ଲୋକଙ୍କୁ ଲାଭ ଦେବ । ଦୁଇ ଜିଲ୍ଲାରେ ୨୦ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ବିହାରରେ ୩ଟି ଗ୍ରୀନ ଫିଲ୍ଡ ଏୟାରପୋର୍ଟ ତିଆର କରିବା କଥା କୁହାଯାଇଛି । ଏହି ଏୟାରପୋର୍ଟ ରାଜଗିର, ସୋନପୁର ଏବଂ ଭାଗଲପୁରରେ ହେବ । ନୀତୀଶ କୁମାରଙ୍କ ଗୃହ ଜିଲ୍ଲା ନାଳନ୍ଦାରେ ରାଜଗିର ଅବସ୍ଥିତ । 

୪. ଅଜିତ ପାଓ୍ବର ଏନଡିଏର ସହଯୋଗୀ । ପାଓ୍ବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଛନ୍ତି । ଅଜିତ ପାଓ୍ବାରଙ୍କ ଡିମାଣ୍ଡକୁ ମଧ୍ୟ ଧ୍ୟାନରେ ରଖିଛି ବିଜେପି । ପୁଣେରେ ମେଟ୍ରୋ ଲାଗି ୮୩୭ କୋଟି ଟଙ୍କା ଦିଆଯାଇଛି । ପୁଣେ ଅଜିତ ପାଓ୍ବାରଙ୍କ ହୋମ୍‌ ଟାଉନ୍‌ । ଏହା ବ୍ୟତୀତ ମହାରାଷ୍ଟ୍ରର ଏଗ୍ରୋ ବିଜନେସ୍‌-ନେଟଓ୍ବର୍କ ମ୍ୟାଗ୍ନେଟ୍‌ ପ୍ରକଳ୍ପ ପାଇଁ ବଜେଟ୍‌ରେ ୫୯୬ କୋଟି ଟଙ୍କା ଆବଣ୍ଟିତ ହୋଇଛି । 

୫. ମହାରାଷ୍ଟ୍ରରେ ବିଜେପିର ଜଣେ ଗରୁତ୍ବପୂର୍ଣ୍ଣ ସହଯୋଗୀ ଏକାନଥ ସିନ୍ଦେ । ସିନ୍ଦେଙ୍କ ଇଚ୍ଛାଙ୍କୁ ମଧ୍ୟ ସମ୍ମାନ ଦେଇଛି ବିଜେପି । ମୁମ୍ବାଇରେ ମେଟ୍ରୋ ପାଇଁ ୧୬୦୦ କୋଟି ଟଙ୍କା ଆବଣ୍ଟିତ ହୋଇଛି ।  ହରିତ ସହର ଗତିଶୀଳତା ପ୍ରକଳ୍ପ ଅଧୀନରେ ମୁମ୍ବାଇକୁ ୧୦୯୪ କୋଟି ମିଳିବ । ଏକନାଥ ସିନ୍ଦେଙ୍କ ପାଖରେ ୭ ଲୋକସଭା ସାଂସଦ ଅଛନ୍ତି । ତେବେ ସିନ୍ଦେ ବଜେଟ୍‌ ୨୦୨୫-୨୬କୁ ସ୍ବାଗତ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.