ପ୍ରମୂଖ ଖବର
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ଧର୍ମଶାଳା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ,ଉପଜିଲ୍ଲାପାଳଙ୍କ କାର୍ଯ୍ୟ ହେଲା ଜନପ୍ରତିନିଧିଙ୍କ ଦସ୍ତଖତ ଯାଞ୍ଚ

Published By : Manoj | August 14, 2025 1:20 PM

ଧର୍ମଶାଳା,୧୪/୦୮ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ୩୮ଜଣ ଜଣ ସରପଞ୍ଚ ଓ ସମିତି ସଭ୍ୟ ଆଣିଲେ ଅନାସ୍ଥା। ଉପଜିଲ୍ଲାପାଳଙ୍କ ନିକଟ ପହଞ୍ଚି  ଲିଖିତରେ ଦେଲେ ଜନପ୍ରତିନିଧି।  ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ୩୮ଜଣ ଜଣ ସରପଞ୍ଚ ଓ ସମିତି ସଭ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନିଜର ପ୍ରମାଣପତ୍ର ସହ ପହଞ୍ଚି ଦସ୍ତଖତ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିବା ଜଣାପଡିଛି। 

ଚଳିତ ମାସ ୧୧ ତାରିଖରେ ୩୮ ଜଣ  ସରପଞ୍ଚ ଓ ସମିତିସଭ୍ୟଙ୍କର ବାରବାଟୀ  ଠାରେ ଏକ ରୁଦ୍ଧଦ୍ୱାର ବୈଠକ ପରେ  ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆଣିବା  ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିରେ ୨୦ଜଣ  ସରପଞ୍ଚ ଓ ୧୮ଜଣ ସମିତି ସଭ୍ୟ ସ୍ୱାକ୍ଷର  କରିଥିଲେ । ଏହି ସମସ୍ତ ପ୍ରତିନିଧି ଗତ  ନିର୍ବାଚନରେ ବିଜେଡି ସମର୍ଥନରେ ବିଜୟୀ  ହୋଇଥିଲେ । ଚଳିତ ସାଧାରଣ ନିର୍ବାଚନରେ  ବିଧାୟକ ଭାବେ ହିମାଂଶୁ ଶେଖର ସାହୁ  ବିଜୟୀ ହୋଇଥିଲେ । ଏହା ପର ଠାରୁ  ବିଜେପି ବିଧାୟକ ଓ ବିଜେଡି ଅଧ୍ୟକ୍ଷଙ୍କ  ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପଞ୍ଚାୟତରେ ସରକାରୀ ଯୋଜନା ଓ ବିକାଶ  ମୂଳକ କାର୍ଯ୍ୟ କରିବାରେ ସମସ୍ୟା ସୃଷ୍ଟି  ହୋଇଥିଲା ।

 ଏଥିପାଇଁ ଗତବର୍ଷ ଡିସେମ୍ବର  ମାସରେ ୩୦ରୁ ଊଦ୍ଧ୍ୱର୍ ଜନପ୍ରତିନିଧି  ବିଜେପିରେ ଯୋଗ ଦେଇଥିଲେ । ଏହାପରେ  ଆହୁରି ଅନେକ ଜନପ୍ରତିନିଧି ବିଧାୟକଙ୍କ  ସହିତ ଯୋଗାଯୋଗରେ ରହିଥିଲେ ।  ୪୫ପଞ୍ଚାୟତରୁ ବହୁ ସରପଞ୍ଚ ଓ ସମିତିସଭ୍ୟ  ବର୍ତ୍ତମାନ ବିଜେପିକୁ ଆସିବା ପରେ ବିଜେପି  ଧୀରେ ଧୀରେ ସୁଦୃଢ଼ ହୋଇଛି । ଅଧ୍ୟକ୍ଷ  ବଦଳିଲେ ଅବଶିଷ୍ଟ ଦେଢ଼ ବର୍ଷ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ସଠିକ୍‌ ଭାବରେ ଚାଲିବ  ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.