ଧର୍ମଶାଳା,୧୪/୦୮ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ୩୮ଜଣ ଜଣ ସରପଞ୍ଚ ଓ ସମିତି ସଭ୍ୟ ଆଣିଲେ ଅନାସ୍ଥା। ଉପଜିଲ୍ଲାପାଳଙ୍କ ନିକଟ ପହଞ୍ଚି  ଲିଖିତରେ ଦେଲେ ଜନପ୍ରତିନିଧି।  ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ୩୮ଜଣ ଜଣ ସରପଞ୍ଚ ଓ ସମିତି ସଭ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନିଜର ପ୍ରମାଣପତ୍ର ସହ ପହଞ୍ଚି ଦସ୍ତଖତ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିବା ଜଣାପଡିଛି। 

ଚଳିତ ମାସ ୧୧ ତାରିଖରେ ୩୮ ଜଣ  ସରପଞ୍ଚ ଓ ସମିତିସଭ୍ୟଙ୍କର ବାରବାଟୀ  ଠାରେ ଏକ ରୁଦ୍ଧଦ୍ୱାର ବୈଠକ ପରେ  ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆଣିବା  ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିରେ ୨୦ଜଣ  ସରପଞ୍ଚ ଓ ୧୮ଜଣ ସମିତି ସଭ୍ୟ ସ୍ୱାକ୍ଷର  କରିଥିଲେ । ଏହି ସମସ୍ତ ପ୍ରତିନିଧି ଗତ  ନିର୍ବାଚନରେ ବିଜେଡି ସମର୍ଥନରେ ବିଜୟୀ  ହୋଇଥିଲେ । ଚଳିତ ସାଧାରଣ ନିର୍ବାଚନରେ  ବିଧାୟକ ଭାବେ ହିମାଂଶୁ ଶେଖର ସାହୁ  ବିଜୟୀ ହୋଇଥିଲେ । ଏହା ପର ଠାରୁ  ବିଜେପି ବିଧାୟକ ଓ ବିଜେଡି ଅଧ୍ୟକ୍ଷଙ୍କ  ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପଞ୍ଚାୟତରେ ସରକାରୀ ଯୋଜନା ଓ ବିକାଶ  ମୂଳକ କାର୍ଯ୍ୟ କରିବାରେ ସମସ୍ୟା ସୃଷ୍ଟି  ହୋଇଥିଲା ।

 ଏଥିପାଇଁ ଗତବର୍ଷ ଡିସେମ୍ବର  ମାସରେ ୩୦ରୁ ଊଦ୍ଧ୍ୱର୍ ଜନପ୍ରତିନିଧି  ବିଜେପିରେ ଯୋଗ ଦେଇଥିଲେ । ଏହାପରେ  ଆହୁରି ଅନେକ ଜନପ୍ରତିନିଧି ବିଧାୟକଙ୍କ  ସହିତ ଯୋଗାଯୋଗରେ ରହିଥିଲେ ।  ୪୫ପଞ୍ଚାୟତରୁ ବହୁ ସରପଞ୍ଚ ଓ ସମିତିସଭ୍ୟ  ବର୍ତ୍ତମାନ ବିଜେପିକୁ ଆସିବା ପରେ ବିଜେପି  ଧୀରେ ଧୀରେ ସୁଦୃଢ଼ ହୋଇଛି । ଅଧ୍ୟକ୍ଷ  ବଦଳିଲେ ଅବଶିଷ୍ଟ ଦେଢ଼ ବର୍ଷ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ସଠିକ୍‌ ଭାବରେ ଚାଲିବ  ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି।