ନୂଆଦିଲ୍ଲୀ,୧୦।୩: ଲୋକସଭାରେ ମଙ୍ଗଳବାର ବିରୋଧୀ ଦଳ ପକ୍ଷରୁ ବାଚସ୍ପତି ଓମ୍ ବିର୍ଲାଙ୍କୁ ପଦରୁ ହଟାଇବା ନେଇ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା।୫୦ରୁ ଅଧିକ ସାଂସଦ ଏହା ସପକ୍ଷରେ ଭୋଟ୍ ଦେଇଥିଲେ। ଏହାପରେ ପୀଠସୀନ ପ୍ରସ୍ତାବ ଆଗତ କରିବାର ପରମିସନ୍ ଦେଇଥିଲେ।ଏବେ ଏହି ପ୍ରସ୍ତାବ ଉପରେ ୧୦ ଘଣ୍ଟା ପର୍ଯ୍ୟନ୍ତ ଚର୍ଚ୍ଚା ଚାଲିବ। ବିରୋଧି ଓମ୍ ବିର୍ଲାଙ୍କ ଗୃହକାର୍ଯ୍ୟରେ ପକ୍ଷପାତୀ କରିବାର ଅଭିଯୋଗ କରିଛନ୍ତି।

କଂଗ୍ରେସ ସାଂସଦ ଗୌରବ ଗୋଗୋଇ ବିତର୍କ ଆରମ୍ଭ କରିଥିଲେ। ସେ କହିଥିଲେ,ବଜେଟ୍ ଅଧିବେଶନ୍ ବେଳେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କୁ ୨୦ ଥର ଅଟାକା ଯାଇଥିଲା। ତାଙ୍କୁ ବାରମ୍ବାର ରୁଲିଂ ବୁକ୍ ଦେଖାଯାଇଥିଲା। ସେ ନିଜ ଭାଷଣରେ ଏକ ଆର୍ଟିକିଲ କଥା କହିଥିଲେ। ଏହାକୁ ନେଇ ତାଙ୍କୁ ମନା କରାଯାଇଥିଲା, କିନ୍ତୁ ଶାସକ ପକ୍ଷର ସାଂସଦ ଭାରତରେ ବ୍ୟାନ୍ ହୋଇଥିବା ବହି ଗୃହରେ ଦେଖାଇଥିଲେ। ତାଙ୍କୁ କିଛି କୁହାଯାଇନଥିଲା। ଏଭଳି ଭାବରେ ଭେଦଭାବ ଗ୍ରହଣୀୟ ନୁହେଁ।

ବିର୍ଲା ଉପରେ ଗୌରବ ଗୋଗୋଇଙ୍କ ୩ ଅଭିଯୋଗ

-୨ ଫେବୃଆରୀରେ ବିରୋଧି ଦଳନେତା ରାହୁଲ ଗାନ୍ଧୀ ଯେତେବେଳେ କହିଥିଲେ, ତାଙ୍କୁ ବାରମ୍ବାର ରୋକା ଯାଇଥଲା। ବାଚସ୍ପତି ତାଙ୍କୁ ତାଙ୍କର କଥାର ପ୍ରମାଣ ଦେବାକୁ କହିଥିଲେ।

-୯ ଫେବୃଆରୀରେ ଶଶି ଥରୁର ଯେତେବେଳେ କହିଥିଲେ, ସେତେବେଳେ ତାଙ୍କ ମାଇକ୍ ବନ୍ଦ କରି ଦିଆଯାଇଥିଲା। ସରକାର କହିବାକୁ କହୁଛନ୍ତି,କିନ୍ତୁ ଆମେ କିଭଳି କହିପାରିବୁ ଯେତେବେଳେ ଆମର ମାଇକ୍ ଅଫ୍ କରି ଦିଆଯାଉଛି। ସଂସଦରେ ଏଭଳି ନୂଆନୂଆ ଜିନିଷ ଦେଖିବାକୁ ମିଳୁଛି।

- ଆଜି ମହିଳା ସାଂସଦଙ୍କ ଉଦ୍ଦେଶ୍ୟ ଊପରେ ପ୍ରଶ୍ନ ଉଠାଯାଉଛି। ଓମ୍ ବିର୍ଲା ପିଏମ୍ ମୋଦିଙ୍କ ସମୟରେ କହିଥିଲେ, ମହିଳା ସାଂସଦ ପ୍ରଦାନମନ୍ତ୍ରୀଙ୍କ ଚେୟାର ଘେରାଉ କରିନେଇଥିଲେ। ତାଙ୍କ ସହ କିଛି ବି ହୋଇପାରିଥାନ୍ତା।ଏହା ଖୁବ୍ ଲଜ୍ଜାଜନକ କଥା। ବିର୍ଲା କେଉଁ ଆଧାରରେ ମହିଳା ସାଂସଦଙ୍କ ଉପରେ ଏହି ଅଭିଯୋଗ କରିଥିଲେ?

ଏହି କାର୍ଯ୍ୟାନୁଷ୍ଠାନ ବେଳେ ଗୃହରେ ବାଚସ୍ପତି ନଥିଲେ। ଉପବାଚସ୍ପତି ନିଯୁକ୍ତ ନକରିବା ଉପରେ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି। କହିଛି ଚେୟାରରେ ବସି ଜଗଦମ୍ବିକା ପାଲ କିଭଳି ଗୃହକାର୍ଯ୍ୟ ଚଳାଇପାରିବେ। ଦେଶର ନେତୃତ୍ବ ନେଉଛନ୍ତି କାପୁରୁଷ ଏବଂ ଦୁର୍ବଳ। ଉପ-ବାଚସ୍ପତି ପଦ ବିରୋଧିଙ୍କୁ ଦେବାର ପରମ୍ପରା ରହିଛି। ୧୬ ତମ ଲୋକସଭାରେ ଏନଏରେ ସାମିଲ ଆନ୍ନାଦ୍ରମୁକର ଥମ୍ବିଦୁରାଇଙ୍କୁ ଏହି ପଦ ଦିଆଯାଇଥିଲା। ସେଭଳି ୧୭ ତମ ଥର ଓ ୧୮ ତମ ଲୋକସଭାରେ କାହାକୁ ମଧ୍ୟ ଉପବାଚସ୍ପତି କରାଯାଇନଥିଲା।