ନୂଆଦିଲ୍ଲୀ,୨୪।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଦୁନିଆର ବଡ ଟେକ୍ କମ୍ପାନୀକୁ ଦେଇଛନ୍ତି କଡା ବାର୍ତ୍ତା। ଏଥିରେ ସେ ଭାରତ ସହ ଅନ୍ୟ ଦେଶର ଲୋକଙ୍କୁ ଚାକିରୀ ଦେବାକୁ ମନା କରିଛନ୍ତି। ଏଥିରେ ଗୁଗୁଲ, ମାଇକ୍ରୋସଫ୍ଟ ଓ ମେଟା ଭଳି ଟେକ୍ କମ୍ପାନୀ ରହିଛି। ବୁଧବାର ଓ୍ବାଶିଂଟନ୍ରେ ଆୟୋଜିତ ଏଆଇ ସମ୍ମିଳନୀ ବେଳେ ଟ୍ରମ୍ପ ଆମେରିକା ଟେକ୍ କମ୍ପାନୀକୁ ଏହି ବାର୍ତ୍ତା ଦେଇଛନ୍ତି। ଏହା ସହ ଆମେରିକା ଟ୍ୟାଲେଣ୍ଟକୁ ହାୟରିଂ କରିବାର ମଧ୍ୟ ପରାମର୍ଶ ଦିଆଯାଇଛି।
ଡୋନାଲ୍ଡୋ ଟ୍ରମ୍ପ ଏଆଇ ସମ୍ମିଳନୀ ବେଳେ ଟେକ୍ କମ୍ପାନୀରେ ଗ୍ଲୋବାଲ ମାଇଣ୍ଡସେଟ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଏହି କାରଣରୁ ବହୁ ଆମେରିକୀୟ ନାଗରିକ ଓ ଆମେରିକୀୟ ପ୍ରତିଭାଙ୍କୁ ଅଣଦେଖା କରାଯାଉଛି। ବହୁ ଟପ୍ କମ୍ପାନୀ ପ୍ରଫିଟ୍ ପାଇଁ ଆମେରିକାର ସ୍ବାଧିନତାର ଲାଭ ଉଠାଉଛନ୍ତି। ବାହାର ଲୋକଙ୍କ ଉପରେ ଅଧିକ ଇନଭେଷ୍ଟ କରୁଛନ୍ତି।'
ଦୁନିଆର ବଡ଼ ଟେକ୍ କମ୍ପାନୀ ଭିତରେ ଅନେକ ଭାରତୀୟ ବଂଶୋଦ୍ଭବ କର୍ମଚାରୀ ଅଛନ୍ତି। ଏପରିକି ଗୁଗୁଲର ସୁନ୍ଦର ପିଚାଇ ଓ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନଡେଲା ମଧ୍ୟ ରହିଛନ୍ତି। ନିକଟରେ ମେଟାରେ ମଧ୍ୟ ଏକ ବଡ଼ ଏଆଇ ଟିମ୍ ହାୟରିଂ କରିଥିଲା, ଯେଉଁଥିରେ ବହୁ ଭାରତୀୟ ନାଁ ରହିଛି। ଗୁଗୁଲ, ମାଇକ୍ରୋସଫ୍ଟ, ଆମାଜନ୍ ଭଳି କମ୍ପାନୀରେ ଅନେକ ଭାରତୀୟ କାମ କରୁଛନ୍ତି। ଯେଉଁମାନେ ନିଜର ଟ୍ୟାଲେଣ୍ଟର ବ୍ୟବହାର କରି କମ୍ପାନୀକୁ ଶିଖରରେ ପହଁଞ୍ଚାଇଛନ୍ତି। ବହୁ ଇଞ୍ଜିନିୟର ଏଥିରେ କାମ କରନ୍ତି। ଇନଫୋସିସ୍, ଟିସିଏସ୍ ଓ ଏଚ୍ସିଏଲ ଭଳି କମ୍ପାନୀରେ ବହୁ ସଂଖ୍ୟାରେ ଆମେରିକୀୟ କ୍ଲାଏଣ୍ଟଙ୍କ ପାଇଁ ଭାରତରେ ପ୍ରୋଜେକ୍ଟ ତିଆରି କରନ୍ତି ଓ ତାଙ୍କୁ ଡେଲିଭର କରନ୍ତି।