ମୁମ୍ବାଇ,୨୬/୨ : କ‘ଣ ଆପଣଙ୍କୁ ସାଉଥର ଫିଲ୍ମ ପସନ୍ଦ ଅଟେ ? କ‘ଣ ଆପଣ କେବଳ ଓଟିଟିରେ ହିଁ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି ? ଯଦି ଏଭଳି ଅଟେ ଆପଣଙ୍କୁ ଏହି ଖବର ପଢି ବଡ଼ ଝଟକା ଲାଗିପାରେ । କାରଣ ଓଟିଟି ନିଜ ନିୟମରେ କିଛି ପରିବର୍ତ୍ତନ କରିଛି । ଯାହା ପରେ ଓଟିଟିରେ ନୂଆ ରିଲିଜ ଫିଲ୍ମ ଦେଖୁଥିବା ବ୍ୟକ୍ତିଙ୍କୁ ଟିକେ ଝଟକା ଲାଗି ପାରେ । କାରଣ ଏବେ ଓଟିଟିରେ ଫିଲ୍ମ ୮ସପ୍ତାହ ପରେ ରିଲିଜ ହେବ ।
ଥିଏଟର୍ସ ବ୍ୟବସାୟକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ତେଲୁଗୁ ଫିଲ୍ମ ଚାମ୍ବର ଅଫ କମର୍ସ ଏକ ବଡ଼ ପଦକ୍ଷେପ ଉଠାଇଛନ୍ତି । ଫଳରେ ଏବେ ସବୁ ତେଲୁଗୁ ଫିଲ୍ମ ଲାଗି ୮ସପ୍ତାହର ଅପେକ୍ଷା ଆପଣଙ୍କୁ କରିବାକୁ ପଡ଼ିବ । ଏହି ପ୍ରସ୍ତାବ ଉପରେ ନିକଟରେ ଆୟୋଜିତ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକାରୀ ସମିତି (ଇସି)ର ବୈଠକରେ ଚର୍ଚ୍ଚା ହୋଇଛି । ଯେଉଁଠାରେ ସଦସ୍ୟମାନେ ଡିଜିଟାଲ ପ୍ରିମିୟର କାରଣରୁ ଫିଲ୍ମ ହଲରେ କମ୍ ହେଉଥିବା ବ୍ୟବସାୟ ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି । ଯଦି ଏହି ନିୟମ ଲାଗୁ ହେବ ତ ଏହାର ଅର୍ଥ ହେବ କି କୌଣସି ବି ତେଲୁଗୁ ଫିଲ୍ମ ନିଜ ଥିଏଟର ରିଲିଜର ପ୍ରାୟ ୫୬ଦିନ ପର୍ଯ୍ୟନ୍ତ କୌଣସି ବି ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବ ନାହିଁ ।
ଏହି ନିଷ୍ପତ୍ତି ବିଶେଷତ ଥିଏଟର୍ସରେ କମ୍ ହେଉଥିବା କଲେକ୍ସନ ଏବଂ ଦର୍ଶକଙ୍କ କମ୍ ଭିଡ଼କୁ ଦେଖି ନିଆଯାଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଏଭଳି କରିବା ଦ୍ବାରା ଫିଲ୍ମ ହଲରେ ପୁଣି ଥରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିବ । ଫଳରେ ଫିଲ୍ମ ହଲର ବ୍ୟବସାୟ ବି ବନ୍ଦ ହେବ ନାହିଁ । ଏବେ ପର୍ଯ୍ୟନ୍ତ ଲୋକେ ଫିଲ୍ମ ରିଲିଜ ପରେ ହଲକୁ ନ ଯାଇ ଓଟିଟିରେ ଫିଲ୍ମ ଦେଖି ନେଉଥିଲେ ।
ଏହା ପୂର୍ବରୁ ତେଲୁଗୁ ଫିଲ୍ମ ରିଲିଜର ପ୍ରାୟ ଏକ ମାସ ପରେ ଓଟିଟିରେ ରିଲିଜ କରି ଦିଆଯାଉଥିଲା । ଫଳରେ ଦର୍ଶକ ହଲରେ ଦେଖିବାକୁ ଯାଉନଥିଲେ ଏବଂ ଭାବୁଥିଲେ କି ଏକ ମାସରେ ହିଁ ଆମେ ଫିଲ୍ମ ଘରେ ବସି ଫ୍ରିରେ ଦେଖିପାରିବା। ଏହାକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି ।