ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ

Published By : Ankita S | July 9, 2025 8:11 AM

ନୂଆଦିଲ୍ଲୀ,୦୯ /୦୭:  ବ୍ରାଜିଲରୁ ଆତଙ୍କବାଦ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦ ଓ ତାର ସମର୍ଥନ କରୁଥିବା ଦେଶକୁ ଟାର୍ଗେଟ କରି କଡ଼ା ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଚୀନ ଓ ପାକିସ୍ତାନ ନାମ ନ ନେଇ ଆତଙ୍କବାଦ ଉପରେ ଡବଲ ଷ୍ଟାଣ୍ଡାର୍ଡ ଚାଲିବ ନାହିଁ ବୋଲି କହିଛନ୍ତି ପିଏମ୍‌ ମୋଦି ।

ପାକିସ୍ତାନ ଓ ଏହାର ସର୍ବଦା ସହଯୋଗୀ ଚୀନ୍‌କୁ ଟାର୍ଗେଟ କରି ଆତଙ୍କବାଦକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଓ ବ୍ରାଜିଲ ଆତଙ୍କବାଦ ଏବଂ ଏହାର ସମର୍ଥନ କରୁଥିବା ଲୋକଙ୍କୁ ବିରୋଧ କରନ୍ତି । ଆତଙ୍କବାଦ ଉପରେ ଦ୍ୱୈତ ମାନଦଣ୍ଡର କୌଣସି ସ୍ଥାନ ନାହିଁ । ଆତଙ୍କବାଦ ବିରୋଧରେ ଆମ ଚିନ୍ତାଧାର ସମାନ । ଜିରୋ-ଟଲରାନ୍ସ ଏବଂ ଡବଲ ଷ୍ଟାଣ୍ଡାର୍ଡ । ଭାରତ ଓ ବ୍ରାଜିଲ ଏହାକୁ ସର୍ବଦା ବିରୋଧ କରନ୍ତି । ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ।''

ମୋଦିଙ୍କୁ ବ୍ରାଜିର ସର୍ବୋଚ୍ଚ ସମ୍ମାନ- ବ୍ରାଜିଲ୍‌ର ରିଓ ଡି ଜେନେରୋରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବ୍ରାଜିଲ ରାଜଧାନୀ ବ୍ରାସିଲିଆରେ ପହଞ୍ଚିଥିଲେ । ତାଙ୍କୁ ‘ଗାର୍ଡ ଅଫ୍‌ ଅନର୍‌’ରେ ସ୍ୱାଗତ କରାଯାଇଥିଲା । ଏହାପରେ ରାଷ୍ଟ୍ରପତି ଲୁଲା ଦା ସିଲ୍‌ଭା ଅଲ୍‌ଭୋରାଡା ପ୍ୟାଲେସ(ରାଷ୍ଟ୍ରପତି ଭବନ)ରେ ମୋଦିଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ସ୍ୱାଗତ କାର୍ଯ୍ୟକ୍ରମରେ ମୋଦିଙ୍କ କାର୍‌କେଡ୍‌କୁ ୧୧୪ ଘୋଡ଼ାରେ ସବାର ଥିବା ସୁରକ୍ଷା କର୍ମୀ ପାଛୋଟି ନେଇଥିଲେ । ଏହି ଅବସରରେ ବ୍ରାଜିଲ୍‌ ରାଷ୍ଟ୍ରପତି ଲୁଲା ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କଲାର୍‌ ଅଫ୍‌ ଦ ନ୍ୟାସନାଲ ଅର୍ଡର ଅଫ୍‌ ଦ ସଦର୍ନ କ୍ରସ୍‌’ ପ୍ରଦାନ କରିଥିଲେ । ଅଲ୍‌ଭୋରାଡା ପ୍ୟାଲେସରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ମୋଦିଙ୍କୁ ସ୍ୱାଗତ କରାଯାଇଥିଲା । ଏହି ସମୟରେ ଉଭୟ ଦେଶର ଜାତୀୟ ସଙ୍ଗୀତ ଧୁନ୍‌ ବାଜିଥିଲା । ଲୁଲାଙ୍କ ପତ୍ନୀ ରୋସାଙ୍ଗଲା ଦା ସିଲ୍‌ଭା ବି ଉପସ୍ଥିତ ଥିଲେ । 

ବଡ଼ ମୁଦ୍ଦା ଉପରେ ବୁଝାମଣା- ପ୍ରଧାନମନ୍ତ୍ରୀ ମୋଦି ଓ ବ୍ରାଜିଲ ରାଷ୍ଟ୍ରପତିଙ୍କ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ମହାକାଶ, ପ୍ରଯୁକ୍ତି, କୃଷି ଓ ସ୍ୱାସ୍ଥ୍ୟ ସମେତ ଅନେକ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଚର୍ଚ୍ଚା ହୋଇଛି । ବଡ଼ ମୁଦ୍ଦା ଉପରେ ଦୁଇ ଦେଶ ମଦ୍ୟରେ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ବ୍ରାଜିଲ-ଭାରତ ବୁଝାମଣା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଆମ ସମ୍ପର୍କକୁ ମଜବୁତ କରିବାରେ ରାଷ୍ଟ୍ରପତି ଲୁଲାଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । ଚର୍ଚ୍ଚାରେ ଆମେ ସବୁ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବୁ । ଆଗାମୀ ୫ ବର୍ଷରେ ଦ୍ୱିପାକ୍ଷିକ ବ୍ୟାପାରକୁ ୨୦ ବିଲିୟନ ଡଲାର ବଢାଇବାକୁ ଲକ୍ଷ୍ୟ ରଖିଛୁ । ଶକ୍ତି କ୍ଷେତ୍ରରେ ଆମର ସହଯୋଗ ଲଗାତାର ବଢୁଛି । ପର୍ଯ୍ୟାବରଣ ଓ ସ୍ୱଚ୍ଛ ଏନର୍ଜିଂ ଆମର ପ୍ରାଥମିକତା । ୟୁପିଆଇକୁ ନେଇ ମଧ୍ୟ ଦୁଇ ଦେଶ ଏକାଠୀ କାମ କରୁଛନ୍ତି । କୃଷି ଓ ପଶୁପାଳନ କ୍ଷେତ୍ରରେ ଆମର ସହଯୋଗ ବହୁ ପୁରୁଣା । କୃଷି ରିସର୍ଜ ଉପରେ ଏକାଠୀ କାମ କରୁଛୁ । ସ୍ୱାସ୍ଥ୍ୟ କ୍ଷେତ୍ର ବିଶେଷ କରି ଆୟୁର୍ବେଦ ଚିକିତ୍ସାକୁ ଗୁରୁତ୍ୱ ଦେଉଛୁ । ଫୁଟବଲ ବ୍ରାଜିଲର ନିଶା, କ୍ରିକେଟ ଭାରତ ପ୍ୟାସନ୍ । ବଲ୍ ବ୍ରାଉଣ୍ଡୀ ପାର୍ କରୁ ବା ଗୋଲ୍ ହେଉ ଯେବେ  ଦୁଇ ଜଣ ଗୋଟିଏ ଟିମ୍‌ରେ ରହିବ ତେବେ ୨୦ ବିଲିୟନ ଡଲାର ବ୍ୟବସାୟ କଠିନ୍ ନୁହେଁ ।''

୬ ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ସରକାରୀ ଗସ୍ତ । ବ୍ରାଜିଲ ଗସ୍ତ ସାରି ପ୍ରଧାନମନ୍ତ୍ରୀ ମୋଦି ଶେଷରେ ନାମ୍ବିଆ ଗସ୍ତରେ ଯାଇଛନ୍ତି । ଜୁଲାଇ ୨ରୁ ମୋଦିଙ୍କର ୫ ରାଷ୍ଟ୍ର ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଘାନା, ତ୍ରିନିଦାଦ-ଟବାଗୋ, ଆର୍ଜେଣ୍ଟିନା ଓ ବ୍ରାଜିଲ ଗସ୍ତ ଶେଷ କରିବା ପରେ ନାମ୍ବିଆରେ ପହଞ୍ଚିଛନ୍ତି । ଦୀର୍ଘ ତିନି ଦଶନ୍ଧି ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନାମ୍ବିଆ ଗସ୍ତ । ପ୍ରଯୁକ୍ତି, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ବିକାଶ ଓ ସୁରକ୍ଷା ପ୍ରସଙ୍ଗରେ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ଆଶା କରାଯାଉଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.