ନୂଆଦିଲ୍ଲୀ,୧୩/୧୨; ୨୦୨୩ ନୋବେଲ ଶାନ୍ତି ପୁରସ୍କାର ବିଜେତା ୫୩ ବର୍ଷୀୟ ନରଗିସ୍‌ ମହମ୍ମଦୀଙ୍କୁ ଗିରଫ କରିଛି ଇରାନ । ଏ ନେଇ ତାଙ୍କ ସମର୍ଥକମାନେ ସୂଚନା ଦେଇଛନ୍ତି । ମହମ୍ମଦୀଙ୍କ ନାମରେ ନାମିତ ଏକ ଫାଉଣ୍ଡେସନ କହିଛି ଯେ, ତାଙ୍କୁ ତେହେରାନରୁ ପ୍ରାୟ ୬୮୦ କିଲୋମିଟର ଉତ୍ତର-ପୂର୍ବରେ ମଶାଦରେ ଅଟକ ରଖାଯାଇଛି । ସନ୍ଦେହଜନକ ପରିସ୍ଥିତିରେ ଜଣେ ମାନବାଧିକାର ଓକିଲଙ୍କ ମୃତ୍ୟୁ ସ୍ମୃତିସଭାରେ ଯୋଗ ଦେବା ସମୟରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଜଣେ ସ୍ଥାନୀୟ ଅଧିକାରୀ ଗିରଫଦାରୀକୁ ସ୍ୱୀକାର କରିଛନ୍ତି କିନ୍ତୁ ସିଧାସଳଖ ନରଗିସ ମହମ୍ମଦୀଙ୍କ ନାମ ନେଇ ନାହାଁନ୍ତି ।

​​​​​​​ଡିସେମ୍ବର ୨୦୨୪ରେ ସ୍ୱାସ୍ଥ୍ୟଗତ କାରଣରୁ ଜେଲରୁ ଅସ୍ଥାୟୀ ଛୁଟି ପାଇଥିଲେ ନରଗିସ୍ ମହମ୍ମଦୀ । ପୁଣି ଥରେ ତାଙୁ ଜେଲ୍ ପଠାଯିବା ଆଶା କରାଯାଉନଥିଲା । ଗତ ସପ୍ତାହରେ ତାଙ୍କ କାର୍ଯ୍ୟାଳୟରେ ମୃତ ଅବସ୍ଥାରେ ମିଳିଥିବା ଖୋସରୋ ଆଲିକୋର୍ଡିଙ୍କ ସ୍ମୃତି ସଭାରେ ଅନ୍ୟ କର୍ମୀଙ୍କ ସହିତ ତାଙ୍କୁ ଅଟକ ରଖାଯାଇଛି । ନରଗିସ ମହମ୍ମଦୀଙ୍କ ଭାଇ ମେହଦୀ ଯିଏକି ଉକ୍ତ ସଭାରେ ଉପସ୍ଥିତ ଥିଲେ, ନିଶ୍ଚନ୍ତ କରିଛନ୍ତି ଯେ ତାଙ୍କ ଉଉଣୀଙ୍କୁ ଗିରଫ କରାଯାଇଛି । ଇରାନର ପ୍ରସିଦ୍ଧ ମାନବାଧିକାର କର୍ମୀ ନରଗିସ ହିଜାବକୁ ବିରୋଧ କରି ଆକ୍ରୋଶର ଶିକାର ହୋଇଥିଲେ । ମହମ୍ମଦୀ ୩୬ ବର୍ଷ ଜେଲରେ ରହି ସାରିଛନ୍ତି । ପୋରିସ୍ ସ୍ଥିତ ଫାଉଣ୍ଡେସନ କହିଛି, ନିକଟରେ କାର୍ଯ୍ୟାଳୟରେ ଓକିଲ ଖୋସରୋ ଆଲିକୋର୍ଡିଙ୍କ ମୃତଦେହ ମିଳିଥିଲା । ତାଙ୍କର ସ୍ମୃତି ସଭାରେ ପୁଲିସ୍ ନରଗିସଙ୍କୁ ଗିରଫ କରାଯାଇଛି ।

​​​​​​​'ଯାହା ଭୟ ଥିଲା ତାହା ଘଟିଲା'- ମହମ୍ମଦୀଙ୍କ ସମର୍ଥକମାନେ ମାସ ମାସ ଧରି ଚେତାବନୀ ଦେଇ ଆସୁଥିଲେ ଯେ, ଡିସେମ୍ବର ୨୦୨୪ରେ ତାଙ୍କର ଡାକ୍ତରୀ ପାରୋଲ ପରେ ତାଙ୍କୁ ପୁଣି ଜେଲକୁ ପଠାଇ ଦିଆଯିବାର ଆଶଙ୍କା ରହିଛି । ଏହି ପାରୋଲ କେବଳ ତିନି ସପ୍ତାହ ପାଇଁ ଥିଲା, କିନ୍ତୁ କର୍ମୀ ଏବଂ ପାଶ୍ଚାତ୍ୟ ଶକ୍ତିର ଚାପ ମହମ୍ମଦୀଙ୍କ ମୁକ୍ତି ଅବଧି ବଢିଥିଲା । ଜୁନ୍ ମାସରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ୧୨-ଦିନିଆ ଯୁଦ୍ଧ ସମୟରେ ସେ ମୁକ୍ତ ହୋଇଥିଲେ । 

୧୩ ଥର ଜେଲକୁ ପଠାଯାଇଛି- ସ୍ୱାସ୍ଥ୍ୟ ସମସ୍ୟା ଥାଇ ବି ମହମ୍ମଦୀ ଦେଶରେ ସକ୍ରିୟ ଅଛନ୍ତି । ବିଭିନ୍ନ ପ୍ରଦର୍ଶନରେ ସାମିଲ ହେଉଥିଲେ । ତେହେରାନର ଏଭିନ୍ ଜେଲ୍ ବାହାରେ ମଧ୍ୟ ପ୍ରତିବାଦ କରିଛନ୍ତି, ଯେଉଁଠାରେ ତାଙ୍କୁ ପୂର୍ବରୁ ବନ୍ଦୀ କରାଯାଇଥିଲା । ସେ ୩୬ବର୍ଷ ଜେଲରେ ବିତାଇଛନ୍ତି । ୫ ଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ୧୩ ଥର ଜେଲ୍ ହୋଇଛି । ତାଙ୍କର ଶେଷ ଜେଲ୍ ଅବଧି ୨୦୨୧ ମସିହାରେ ଆରମ୍ଭ ହୋଇଥିଲା, ଯାହା ତାଙ୍କୁ ଏକ ସ୍ମାରକୀ ସେବାରେ ମଧ୍ୟ ଯୋଗଦାନ କରିବାକୁ ବାଧ୍ୟ କରିଥିଲା ।