ପ୍ରମୂଖ ଖବର
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ହତିଆର ଧରି ମୈଦାନକୁ ଓହ୍ଲାଇଲେ କିମ୍ ଜୋଙ୍ଗ ଉନ୍, ସ୍ନାଇପର ରାଇଫଲରୁ କଲେ ଟାର୍ଗେଟ

Published By : Prameya | April 5, 2025 4:32 PM

ନୂଆଦିଲ୍ଲୀ,୫।୪: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପୁଣିଥରେ ନିଜର ସେନା ଶକ୍ତି ପ୍ରଦର୍ଶନ କରିଛନ୍ତି। ସେ ନିଜେ ଏଥର ସମ୍ଭାଳିଛନ୍ତି ଦାୟିତ୍ବ। ଦେଶରେ ବିକଶିତ କରାଯାଇଥିବା ନୂଆ ସ୍ନାଇପର ରାଇଫଲର କରିଛନ୍ତି ପରୀକ୍ଷଣ। କିମ୍ ସ୍ପେଶାଲ ଫୋର୍ସର ଏକ ୟୁନିଟ୍ ଗସ୍ତ କରିଥିଲେ। ସେ ଯବାନଙ୍କ ସହ ଫାୟାରିଂ ଅଭ୍ୟାସରେ ଯୋଗ ଦେଇଥିଲେ ଓ ଆଧୁନିକ ଅସ୍ତ୍ରଶସ୍ତ୍ରର ଶକ୍ତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। କୋରିଆନ୍ ଉପଦ୍ୱୀପରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ କିମ୍‌ଙ୍କ ଏହି ସ୍ନାଇପର ରାଇଫଲ ପରୀକ୍ଷଣ ବେଶ ଗୁରୁତ୍ବପୂର୍ଣ୍ଣ।

ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ କୋରିଆନ୍ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି (KCNA ) ଶନିବାର କହିଛି, କିମ୍ ଜୋଙ୍ଗ ସ୍ପେଶାଲ ଅପରେସନ୍ ୟୁନିଟି ନିରୀକ୍ଷଣ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ବାସ୍ତବିକ ଯୁଦ୍ଧ କ୍ଷମତା ହିଁ ବିଜୟର ଗ୍ୟାରେଣ୍ଟି ହୋଇଥାଏ। ଏହି କ୍ଷମତା କଡା ପ୍ରଶିକ୍ଷଣରୁ ହିଁ ବିକଶିତ ହୋଇଥାଏ।’

ଏହି ସମୟରେ କିମ୍ ଜୋଙ୍ଗ ଉନ୍ ଅଟୋମେଟିକ୍ ରାଇଫଲ ଓ ସ୍ନାଇପର ରାଇଫଲରେ ଫାୟାରିଂ ଡ୍ରିଲ ଦେଖିଥିଲେ। ସେ ନିଜେ ମଧ୍ୟ ସ୍ନାଇପର ରାଇଫଲରୁ ଗୁଳି ଚଳାଇଥିଳେ ଓ ତାଙ୍କର ପ୍ରଦର୍ଶନରେ ସେ ଖୁବ୍ ସନ୍ତୁଷ୍ଟ ଥିଲେ। KCNA ର କହିବା ଅନୁସାରେ, ଏହି ଅସ୍ତ୍ର ଉତ୍ତର କୋରିଆରେ ତିଆରି କରାଯାଇଛି। ଏହା ହେଉଛି ନିଜ ଢଙ୍ଗରେ ବିକଶିତ କରାଯାଇଥିବା ‘ହାଇଟେକ୍ ହତିଆର’, ଯାହାର ସଠିକତା ଓ ଶକ୍ତିକୁ ନେଇ କିମ୍ ମଧ୍ୟ ପ୍ରଶଂସା କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.