ନୂଆଦିଲ୍ଲୀ - ଆସନ୍ତା ମାସରୁ ଖରା ଛୁଟି ଆରମ୍ଭ ହେବାକୁ ଯାଉଛି। ଏହି ସିଜନରେ ଲୋକେ ଭ୍ରମଣରେ ଯାଉଛନ୍ତି। ଏମିତିରେ ଧାର୍ମିକ ସ୍ଥଳରେ ମଧ୍ୟ ଭିଡ଼ ବଢିଯାଏ। ଜମ୍ମୁ-କାଶ୍ମୀରର କଟରା ସ୍ଥିତ ବୈଷ୍ଣୋ ଦେବୀରେ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ପହଞ୍ଚନ୍ତି ଏବଂ ମାତାଙ୍କ ଦର୍ଶନ କରନ୍ତି। ଉତ୍ତର ରେଲୱେର ଜମ୍ମୁ ଡିଭିଜନ ଏଥିରେ ଭିଡ଼ରୁ ବର୍ତ୍ତିବା ପାଇଁ ପ୍ରମୁଖ ପ୍ରସ୍ତୁତି କରିଛି। ସେ ଗୁରୁବାର ନୂଆଦିଲ୍ଲୀ ଓ ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା ରେଲୱେ ଷ୍ଟେସନ ମଧ୍ୟରେ ଚାଲୁଥିବା ସ୍ପେଶାଲ ଟ୍ରେନରେ ୪୦ଟି ଅତିରିକ୍ତ ଟ୍ରିପ୍ର ଘୋଷଣା କରିଛି,ଯାହାକି କୌଣସି ଖୁସି ଖବର ଠାରୁ କମ୍ ନୁହେଁ।
ଜମ୍ମୁର ସିନିୟର ଡିଭିଜନାଲ କମର୍ସିଆଲ ମ୍ୟାନେଜର ଉଚିତ୍ ସିଙ୍ଘଲ କହିଛନ୍ତି ଯେ, ଟ୍ରେନ ଜବରଦସ୍ତ ଲୋକପ୍ରିୟତା ଓ ଗତ ଯାତ୍ରା ବେଳେ ୧୦୦ ପ୍ରତିଶତ ଆକ୍ୟୁପେନ୍ସିକୁ ଦେଖି , ୧୫ ଅପ୍ରେଲରୁ ୧୬ ଜୁଲାଇ ଯାଏ ଟ୍ରେନର ସେବା ବଢାଇବାକୁ ମଞ୍ଜୁରୀ ଦିଆଯାଇଛି। ସେ କହିଛନ୍ତି ଯେ, ଟ୍ରେନ୍ ନମ୍ୱର ୦୪୦୮୧( ନୂଆ ଦିଲ୍ଲାରୁ ଶ୍ରୀ ମାତା ବୈଷ୍ଣୋଦେବୀ କଟରା) ୧୫ ଅପ୍ରେଲରୁ ୧୫ ଜୁଲାଇ ଯାଏ ଚାଲିବ ଏବଂ ମୋଟ ୪୦ ଫେରେ ପୂରା କରିବ ,ଯାହାକି ଟ୍ରେନ୍ ନମ୍ୱର ୦୪୦୮୨ (ଶ୍ରୀ ମାତା ବୈଷ୍ଣୋଦେବୀ କଟରାରୁ ନୂଆ ଦିଲ୍ଲୀ) ୧୬ ଅପ୍ରେଲରୁ ୧୬ ଜୁଲାଇ ଯାଏ ଚାଲିବ ଏବଂ ଏହି ସମୟରେ ୪୦ ଅତିରିକ୍ତ ଟ୍ରିପ୍ କରିବ।
ଅଧିକାରୀ କହିଛନ୍ତି ,ଏହି ସେବା କେବଳ କଟରା ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ନୁହେଁ , ବରଂ କାଶ୍ମୀର ଯାଉଥିବା ପର୍ଯ୍ୟଟକ ଓ ରାସ୍ତାରେ ଥିବା ଷ୍ଟେସନ ଗୁଡ଼ିକରୁ ଟ୍ରେନ୍ ଧରୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ଏକ ସୁବିଧାଜନକ ବିକଳ୍ପ ସାବ୍ୟସ୍ତ ହୋଇଛି। ସ୍ପେଶାଲ ଷ୍ଟ୍ରେନର ସମୟ ଓ ରହଣୀ ବିଷୟରେ ସେ କହିଛନ୍ତି ଯେ, ଟ୍ରେନ୍ ନମ୍ୱର ୦୪୦୮୧ ନୂଆଦିଲ୍ଲୀରୁ ରାତି ୧୧.୪୫ରେ ପ୍ରସ୍ଥାନ କରିବ ଏବଂ ଆସନ୍ତା ଦିନ ଦ୍ୱିପହର ୧୨ଟାରେ ଶ୍ରୀ ମାତା ବୈଷ୍ଣୋଦେବୀ କଟରାରେ ପହଞ୍ଚିବ।
ଆହୁରି ମଧ୍ୟ ପଢନ୍ତୁ : ବିମାନରେ ଦିଲ୍ଲୀରୁ କାନପୁର ଆସୁଥିଲେ ଓଟି ଆସିଷ୍ଟାଣ୍ଟ ! ଧରାପଡ଼ିଲା ଅବୈଧ କିଡନୀ ଟ୍ରାନ୍ସପ୍ଲାଣ୍ଟ ରାକେଟ୍