ମୁମ୍ବାଇ,୧୭/୨ : ବିଗ୍ ବି, ବାସ୍ ଏତିକି ଯଥେଷ୍ଟ । ଡାଇଲଗ୍, ଆକ୍ସନ, ଷ୍ଟାଇଲ୍, ଏଙ୍ଗ୍ରି ଲୁକ୍ ସବୁକୁ ନେଇ ପ୍ୟାକେଜ୍ ଅମିତାଭ ବଚ୍ଚନ । ଘରେ ଘରେ ପରିଚିତ । ବଲିଉଡ଼ର ବେତାଜ୍ ବାଦଶାହ । ଆଜି ବି ଲୋକପ୍ରିୟତାର ଶୀର୍ଷରେ । କଣ୍ଠ ସ୍ବର ଶୁଣିବାକୁ ଫ୍ୟାନ୍ସ ପାଗଳ ହୋଇଥାନ୍ତି। ଝଲକ ଟିକେ ପାଇବାକୁ ଦର୍ଶକ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହୋଇ ଟିକେଟ୍ କାଟନ୍ତି । ମାତ୍ର ଆଜି ଆମେ ଏମିତି ଏକ ଘଟଣା କହିବୁ ଯାହା କେହି ବି ବିଶ୍ବାସ କରିପାରିବେନି । ଆଜ୍ଞା ଠିକ୍ , କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏତେ ବଡ଼ ଷ୍ଟାର୍ ହୋଇ ବି ବନ୍ଦ ଘରେ ୧୫ଘଣ୍ଟା ରହୁଥିଲେ ବିଗ୍ ବି । ଆସନ୍ତୁ ଜାଣିବା କାହିଁକି ଏମିତି ଘଟଣା ଘଟିଲା ।

୧୯୭୫ର ଫିଲ୍ମ ଦିଓ୍ବାରକୁ ଆଜି ବି ହିନ୍ଦୀ ସିନେମାର ସବୁଠାରୁ ବଡ଼ ଫିଲ୍ମରେ ଗଣାଯାଉଛି । ଫିଲ୍ମର ନିର୍ଦ୍ଦେଶକ ୟଶ ଚୋପଡ଼ା ଥିଲେ ଏବଂ କାହାଣୀ ଲୋକପ୍ରିୟ ଯୋଡ଼ି ସଲୀମ ଖାନ ଏବଂ ଜାଭେଦ ଅଖତର ଲେଖିଥିଲେ । ଏହି କାହାଣୀ ଦୁଇ ଭାଇଙ୍କର ଥିଲା । ଜଣେ ଭାଇ ପୁଲିସ ଅଫିସର ହୋଇଥିଲା ତ ଆଉ ଜଣେ ଅପରାଧ ଦୁନିଆରେ ଚାଲିଯାଉଛି । ଏହା ପୂର୍ବରୁ ଜଞ୍ଜିରରେ ଅମିତାଭ ବଚ୍ଚନଙ୍କୁ ‘ଏଙ୍ଗ୍ରି ୟଙ୍ଗ୍ ମ୍ୟାନ୍’ ରୂପରେ ଦେଖାଯାଇଥିଲା । କିନ୍ତୁ ଦିଓ୍ବାର ଏହି ଇମେଜକୁ ଆହୁରି ପକ୍କା କରିଦେଲା । ଫିଲ୍ମରେ ବିଜୟର ଚରିତ୍ର ଗରିବ, ସିଷ୍ଟମ ଉପରେ ରାଗ ଏବଂ ଭିତରୁ ଆକ୍ରୋଶ ସ୍ପଷ୍ଟ ନଜର ଆସିଥିଲା । ଏହି ଫିଲ୍ମରେ ଅମିତାଭଙ୍କ ସ୍ବର, ଅଭିନୟ ଏବଂ ଡାଇଲଗ୍ସ ଫିଲ୍ମକୁ ଆହୁରି ସ୍ମରଣୀୟ କରି ଗଢି ତୋଳିଥିଲା ।

ଫିଲ୍ମର ସବୁଠାରୁ ଫେମସ୍ ମନ୍ଦିରର ସିନ୍ ଥିଲା । ଏଥିରେ ବିଜୟ ଭଗବାନଙ୍କ ଉପରେ ବିଶ୍ବାସ କରୁନାହିଁ ଏବଂ ନିଜ ମା’ଙ୍କ ଜୀବନ ବଞ୍ଚାଇବା ଲାଗି ମନ୍ଦିର ଯାଉଛନ୍ତି । କୋନ୍ ବନେଗା କରୋଡ଼ ପତି ଶୋରେ ଅମିତାଭ ବଚ୍ଚନ ନିଜେ କହିଥିଲେ କି ଏହି ସିନକୁ ସୁଟ୍ କରିବା ପୂର୍ବରୁ ସେ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ନିଜ କୋଠରୀରୁ ବାହାରକୁ ଯାଉନଥିଲେ । ତାଙ୍କୁ ବୁଝାପଡ଼ୁନଥିଲା କି ଜଣେ ଏଭଳି ମଣିଷ ଯିଏ ଭଗବାନଙ୍କୁ ମାନୁ ନାହିଁ , ସେ କିଭଳି ପ୍ରାର୍ଥନା କରିବ । ଡାଇଲଗର ପ୍ରଥମ ଲାଇନ୍ ଥିଲା, ‘ଆଜି ଖୁସି ତ ବହୁତ ହେବ ତୁମେ…’ ଥିଲା। ଏହି ଲାଇନରେ ରାଗ ଏବଂ କଷ୍ଟ ଦୁଇଟି ଏକାସାଥିରେ ନଜର ଆସିଥିଲା ।

ଏହି ଫିଲ୍ମ ଅନ୍ୟ ଏକ ଡାଇଲଗ୍ ଥିଲା, ‘ମୋ ପାଖରେ ମା’ ଅଛି’ । ଆଜି ବି ଲୋକଙ୍କ ମୁହଁରେ ରହିଥାଏ । ଏହି ଫିଲ୍ମ ଲାଗି ସଲୀମ- ଜାଭେଦ୍ ଏଭଳି ଡାଇଲଗ୍ ଲେଖିଥିଲେ ଯାହା ଲୋକଙ୍କୁ ତାଳି ମାରିବା ଏବଂ ଭାବିବାକୁ ବାଧ୍ୟ କରିଥିଲା । ଏହି କାରଣ ଅଟେ କି ଫିଲ୍ମ ରିଲିଜକୁ ୫୦ବର୍ଷ ପରେ ଏହାର ସିନ୍ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥାଏ ।