ନୂଆଦିଲ୍ଲୀ, ୨୩/୧୨: ନ୍ୟାଶନାଲ ଫାର୍ମାସିଟିକାଲ ଅଥରିଟି (ଏନ୍‌ପିପିଏ)  ୬୫ ନୂଆ ଔଷଧର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । ସେହିଭଳି ୨୦ ଫର୍ମୁଲେସନର ମୂଲ୍ୟ ସୀମା ମଧ୍ୟ ନିର୍ଦ୍ଧାରଣ ହୋଇଛି । ପାଇକାରୀ ମୂଲ୍ୟ ସୂଚକାଙ୍କକୁ ନଜରରେ ରଖି  ଅନ୍ୟ ଔଷଧର ସିଲିଂ ମୂଲ୍ୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ନିକଟରେ ଅନୁଷ୍ଠିତ  ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । 

ଟାଇପ ୨ ଡାଇବେଟିସ,  ଉଚ୍ଚ କଲେଷ୍ଟ୍ରଲ, ବ୍ୟାକ୍ଟେରିଆ  ସଂକ୍ରମଣ, ପେନ୍‌କିଲର ଭଳି  ମେଡିସନ ଗୁଡିକର ମୂଲ୍ୟ  ନିର୍ଦ୍ଧାରଣ କରାଯାଇଥିବା ବେଳେ  ଟିଟାନସ, ରାବିଜ, ମିଳିମିଳା  ଭଳି ମେଡିସିନ ଗୁଡିକର  ମୂଲ୍ୟ ସୀମାରେ ପରିବର୍ତ୍ତନ  ହୋଇଛି । ବଜାର ସ୍ଥିତିକୁ ନଜରରେ ମୂଲ୍ୟ ନିର୍ଦ୍ଧାରଣ ଏବଂ ପରିବର୍ତ୍ତନ କରିଥାଏ  ଏନ୍‌ପିପିଏ । ଉଚ୍ଚ କଲେଷ୍ଟ୍ରଲ ପାଇଁ ବ୍ୟବହାର ହେଉଥିବା ଫିକ୍ସଡ କମ୍ବିନେସ  ଡ୍ରଗ (ଏଫ୍‌ସିଡି) ଆଟୋଭାଷ୍ଟାନିନ ଏବଂ ଏଜେଟିମାଇବ ଭଳି ମେଡିସିନର ମୂଲ୍ୟ  ନିର୍ଦ୍ଧାରଣ ହୋଇଛି । ସେହିଭଳି ଏହି ତାଲିକାରେ ବ୍ୟାଟେକ୍ଟରିଆ ସଂକ୍ରମଣ କ୍ଷେତ୍ରରେ  ସିନୁସାଇଟିସ, ଗ୍ଲାଇକ୍ଲାଡାଇଜ, ଟାଇପ ୨ ଡାଇବେଟିସ ଲାଗି ବ୍ୟବହାର ହେଉଥିବା  ମେଟ୍‌ଫୋରମିନ ହାଇଡ୍ରୋକ୍ଲୋରାଇଡ ଏବଂ ଭିଟାମିନ ଡି୩ ଟାବଲେଟ ରହିଛି ।