ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆମେରିକାଙ୍କୁ ଧନୀ କରୁଛନ୍ତି ଭାରତୀୟ; ସର୍ବାଧିକ ଭାରତୀୟ ବଂଶୋଦ୍ଭବ ଅରବପତି

Published By : Swapna Ray | July 11, 2025 2:22 PM

ନୂଆଦିଲ୍ଲୀ, ୧୧।୭: ବିକଶିତ ଦେଶ ଆମେରିକା । ଆମେରିକାର ଧନୀ ହେବା ପଛରେ ରହିଛି ଭାରତୀୟଙ୍କ ହାତ । ଆମେରିକାକୁ ଧନୀ କରୁଛନ୍ତି ପ୍ରବାସୀ ଭାରତୀୟ । ପ୍ରବାସୀ ଭାରତୀୟମାନେ ଆମେରିକାକୁ ଧନୀ କରିବାରେ ପ୍ରମୁଖ ଭୂମିକା ନେଉଛନ୍ତି । ସେଠାରେ ରହୁଥିବା ବିଦେଶୀ ଅରବପତିଙ୍କ ମଧ୍ୟରେ ସବୁଠୁ ଅଧିକ ସଂଖ୍ୟକ ଏବେ ଭାରତୀୟ । ଫୋର୍ବସ ପକ୍ଷରୁ ଆମେରିକାରେ ରହୁଥିବା ୧୨୫ ସବୁଠାରୁ ଧନୀ ବିଦେଶୀ ନାଗରିକଙ୍କ ଏକ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ଇସ୍ରାଏଲ, ଚୀନ୍‌ ଏବଂ ତାଇୱାନ୍‌କୁ ପଛରେ ପକାଇ ଭାରତ ୧୨ ଜଣ ଅରବପତିଙ୍କ ସହ ପ୍ରଥମ ସ୍ଥାନରେ ରହିଛି । ଆମେରିକାରେ ରହୁଥିବା ୫୧ ଲକ୍ଷରୁ ଅଧିକ ଭାରତୀୟ-ଆମେରିକୀୟ ୟୁଏସ୍‌ ଅର୍ଥନୀତିରେ ୨୫୦-୩୦୦ ବିଲିୟନ ଡଲାର ବା ପ୍ରାୟ ୨୫ ଲକ୍ଷ କୋଟି ଟଙ୍କାର ଟିକସ ଦେଉଛନ୍ତି । ଏହା ଆମେରିକା ପକ୍ଷରୁ ସଂଗୃହିତ ମୋଟ୍ ଟିକସର ୫ରୁ ୬% । 

ଆମେରିକାରେ ସବୁଠାରୁ ଧନୀ ଭାରତୀୟ ହେଉଛନ୍ତି ଜୟ ଚୌଧୁରୀ । ତାଙ୍କ ନେଟ୍‌ ସମ୍ପତ୍ତି ୧୭.୯ ବିଲିୟନ ଡଲାର ବା ୧ ଲକ୍ଷ ୫୦ ହଜାର କୋଟି ଟଙ୍କାରୁ ଅଧିକ । ସେହିଭଳି ତାଲିକାରେ ଦକ୍ଷିଣ ଆଫ୍ରିକାରୁ ଆସି ଆମେରିକାରେ ଅବସ୍ଥାପିତ ଏଲନ୍‌ ମସ୍କ ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କ ନେଟ୍‌ ସମ୍ପତ୍ତି ହେଉଛି ୩୩.୮୨ ଲକ୍ଷ କୋଟି ଟଙ୍କା । ୧୧.୯୭ ଲକ୍ଷ କୋଟି ଟଙ୍କାର ନେଟ୍‌ ସମ୍ପତ୍ତି ସହ ରୁଷର ସର୍ଗି ବ୍ରିନ୍‌ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତୃତୀୟ ସ୍ଥାନରେ ଅଛନ୍ତି ତାଇୱାନ୍‌ର ଜେନ୍‌ସେନ୍‌ ହୁଆଙ୍ଗ । ତାଙ୍କ ନେଟ୍‌ ସମ୍ପତ୍ତି ହେଉଛି ୧୨.୨୪ ଲକ୍ଷ କୋଟି ଟଙ୍କା । ଆମେରିକାରେ ରହୁଥିବା ସବୁଠୁ ଧନୀ ୩ ଜଣ ଭାରତୀୟ ପ୍ରବାସୀ ହେଲେ ଜୟ ଚୌଧୁରୀ, ବିନୋଦ ଖୋସ୍‌ଲା ଏବଂ ରାକେଶ ଗଙ୍ଗୱଲ । ତେବେ କେମିତି ଥିଲା ଏହି ଅରବପତିଙ୍କ ଭାରତରୁ ଆମେରିକା ଯାତ୍ରା ଆସନ୍ତୁ ଜାଣିବା ।

ହିମାଚଳ ପ୍ରଦେଶର ଏକ ଛୋଟ ଗାଁରୁ ବାହାରି ଆମେରିକାରେ ସଫଳ ବ୍ୟବସାୟୀ ହୋଇଛନ୍ତି ଜୟ ଚୌଧୁରୀ । ଆଇଆଇଟି ବିଏଚ୍‌ୟୁ ବାରାଣାସୀରୁ ପାଠ ପଢ଼ିଛନ୍ତି ସେ । ପରେ ୟୁନିଭର୍ସିଟି ଅଫ୍‌ ସିନ୍‌ସିନାଟୀରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ୧୯୮୦ରେ ଆମେରିକାରେ ପହଞ୍ଚିଥିବା ଜୟ ଚୌଧୁରୀ ଅନେକ ଟେକ୍ନୋଲୋଜି କମ୍ପାନି ଆରମ୍ଭ କରିଥିଲେ, ଯେଉଁଥିରୁ ସବୁଠାରୁ ପ୍ରମୁଖ ହେଉଛି ସାଇବର ସିକ୍ୟୁରିଟି କମ୍ପାନି ଜସ୍କେଲେର । ଜସ୍କେଲେରର ସିଇଓ ଏବଂ ଅଧ୍ୟକ୍ଷ ଭାବେ ସେ କମ୍ପାନିକୁ ବିଶ୍ୱସ୍ତରରେ ସ୍ଥାପନ କରିଥିଲେ । ସେହିଭଳି ପୁଣେର ବିନୋଦ ଖୋସ୍‌ଲା ଜଣେ ସଫଳ ଉଦ୍ୟୋଗୀ ଏବଂ ଭେଞ୍ଚର୍‌ କ୍ୟାପିଟାଲିଷ୍ଟ । ୧୯୮୨ରେ ସେ ସନ୍‌ ମାଇକ୍ରୋସିଷ୍ଟମ୍ସର ସ୍ଥାପନ କରିଥିଲେ । କୋଲକାତାର ରାକେଶ ଗଙ୍ଗୱଲ ଇଣ୍ଡିଗୋ ଏୟାର୍‌ଲାଇନ୍ସର ସହ-ପ୍ରତିଷ୍ଠାତା । ନିଜର ଆଭିଏସନ୍‌ କ୍ୟାରିୟର ସେ ୟୁନାଇଟେଡ୍‌ ଏୟାର୍‌ଲାଇନ୍ସରୁ ଆରମ୍ଭ କରିଥିଲେ ଏବଂ ପରେ ୟୁଏସ୍‌ ଏୟାର୍‌ୱେଜ୍‌ର ସିଇଓ ଏବଂ ଅଧ୍ୟକ୍ଷ ରହିଥିଲେ । ୨୦୦୬ରେ ସେ ରାହୁଲ ଭାଟିଆଙ୍କ ସହ ମିଶି ଇଣ୍ଡିଗୋର ସ୍ଥାପନ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.