- ଅଣ୍ଟାରେ ଝୁଲୁଥିବା ପିସ୍ତଲ ଗୁଳି ଫୁଟିଗଲା
- ସୋଫାରୁ ଉଠୁ ଉଠୁ ଚାଲି ଗଲା ଜୀବନ
- ଏନଆରଆର ହରପିନ୍ଦରଙ୍କ ହୋଇଛି ମୃତ୍ୟୁ
ଫିରୋଜପୁର : ମୃତ୍ୟୁ କେତେ ବେଳେ ଯେ ଆସିଥାଏ , ଏହା କେହି କହିପାରିବେ ନାହିଁ। ପଞ୍ଜାବର ଫିରୋଜପୁରରୁ ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ ଆପଣ ବିଶ୍ୱାସ କରିବେ ନାହିଁ , କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ। ଗତ ସୋମବାରର ଘଟଣା। ଜଣେ ବ୍ୟକ୍ତି ସୋଫାରୁ ଉଠିବା ବେଳେ ଅଣ୍ଟାରେ ଝୁଲୁ ଥିବା ପିସ୍ତଲଟି ଫୁଟି ଯାଇଥିଲା ,ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ନାଁ ହରପିନ୍ଦର ସିଂହ, ଓରଫ ସୋନୁ। ସେ ଜଣେ ଏନଆରଆଇ ଥିଲେ ଏବଂ ସେ ନିକଟରେ ଧନୀ ସୁଚା ସିଂହ ଗାଁକୁ ଆସି ରହୁ ଥିଲେ।
ପୁଲିସ ମୁତାବିକ , ଘଟଣା ଘଟିବା ବେଳେ ହରପିନ୍ଦର ଜଣେ ସମ୍ପର୍କୀୟଙ୍କ ସହ ସୋଫାରେ ବସିଥିଲେ। ସେ ଠିଆ ହେବା ମାତ୍ରେ ପିସ୍ତଲରୁ ଗୁଳି ଚାଲି ଯାଇ ତାଙ୍କ ପେଟରେ ବାଜିଥିଲା। ତାଙ୍କ ପରିବାର ଲୋକ ତାଙ୍କୁ ତୁରନ୍ତ ନିକଟସ୍ଥ ସରକାରୀ ହସ୍ପିଟାଲକୁ ନେଇ ଯାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ତାଙ୍କୁ ବଠିଣ୍ଡାକୁ ରେଫର କରି ଥିଲେ। ବଠିଣ୍ଡା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।
ଏହାସହ ମଧ୍ୟ ପଢନ୍ତୁ : ବାଂଲାଦେଶରେ ୩ୟ ଘଟଣା , ଆଉ ଜଣେ ହିନ୍ଦୁ ଯୁବକଙ୍କୁ ଗୁଳି କରି ହତ୍ୟା
ଘଟଣ ସମ୍ପର୍କରେ ସୂଚନା ପାଇ ପୁଲିସ ତୁରନ୍ତ ସେଠାରେ ପହଞ୍ଚି ଥିଲା। ଘରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏଥିରୁ ଦେଖିବାକୁ ପାଇଥିଲା ଯେ, ସୋନୁ ତାଙ୍କ ଅଣ୍ଡାରେ ଏକ ଲୋଡେଡ୍ ପିସ୍ତଲ ଝୁଲାଇ ଥିଲେ, ଯେତେବେଳେ ସେ ସୋଫାରୁ ଉଠି ପଡ଼ିଲେ, ହଠାତ୍ ପିସ୍ତଲଟିରୁ ଗୁଳ ଫୁଟି ଥିଲା। ଶବ୍ଦ ଶୁଣି ପରିବାରର ଅନ୍ୟ ସଦସ୍ୟମାନେ ହରପିନ୍ଦରଙ୍କ ସାହାଯ୍ୟ ପାଇଁ ଧାଇଁ ଆସି ଥିଲେ ଏବଂ ତାଙ୍କୁ ରୁମ୍ରୁ ବାହାରକୁ ନେଇ ଯାଉ ଥିବାର ଦେଖା ଯାଉଛି।
ଏହାସହ ମଧ୍ୟ ପଢନ୍ତୁ :ରୁମରେ କପଡ଼ା ପୂରାଇ ନିଆଁ ଲଗେଇ ଦେଲେ , ବାଂଲାଦେଶରେ ପୁଣି ଜଳିଲା ହିନ୍ଦୁଙ୍କ ଘର
ଉକ୍ତ ଘଟଣ ପରେ, ତାଙ୍କୁ ଏକ ସରକାରୀ ଡାକ୍ତରଖାନାକୁ ନିଆଯାଇ ଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ରେଫର କରି ଥିଲେ, କିନ୍ତୁ ବଠିଣ୍ଡା ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ହରପିନ୍ଦଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇ ଥିଲା। ସଦର ପୋଲିସ ଷ୍ଟେସନର ଷ୍ଟେସନ ହାଉସ୍ ଅଫିସର ରବିନ୍ଦର ଶର୍ମା ହରପିନ୍ଦରଙ୍କ ବାପା ଦର୍ଶନ ସିଂହଙ୍କ ବୟାନ ରେକର୍ଡ କରି ଥିଲେ ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ୧୯୪ ଅନୁସାରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରି ଥିଲେ। କହି ରଖୁଛୁ କି , ହରପିନ୍ଦର ସମ୍ପ୍ରତି ବିଦେଶ ଯାତ୍ରାରୁ ଫେରିଥିଲେ। ତାଙ୍କର ଜଣେ ଦୁଇ ବର୍ଷର ଝିଅ ମଧ୍ୟ ଅଛି।
ଏହାସହ ମଧ୍ୟ ପଢନ୍ତୁ : ୧.୭୫ କୋଟି ଟଙ୍କାର ଲୋନ୍ ପାଲଟି ଗଲା ୧୪୭ କୋଟିର ବୋଝ , ବ୍ୟକ୍ତିଙ୍କୁ ନିଜ ଘର ବିକ୍ରି କରିବାକୁ ପଡ଼ିଲା