ନୂଆଦିଲ୍ଲୀ, ୦୮/୦୪ : ସୁଧୁରୁଛି ଭାରତ-ବାଂଲାଦେଶ ସମ୍ପର୍କ। ନୂଆ ସରକାର ଆସିବା ପରେ ନିକଟତର ହେଉଛନ୍ତି ଦୁଇ ପଡୋଶୀ। ଏହି ମଧ୍ୟରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଖଲିଲୁର ରହମାନ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଘରେ ଡିନର କରିଛନ୍ତି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଗାଦିଚ୍ୟୁତ ହେବାପରେ ଦୀର୍ଘ ୧୮ ମାସ ହେଲା ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଥିଲା। ହେଲେ ନୂଆ ସରକାର ଆସିବା ପରେ ଦୀର୍ଘ ୧୮ ମାସ ପରେ ବାଂଲା ମନ୍ତ୍ରୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ରହମାନ ବୁଧବାର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଅନ୍ୟ ମନ୍ତ୍ରୀଙ୍କୁ ବି ଭେଟିବେ। 

ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଖଲିଲୁର ରହମାନ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କର ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଘରେ ସେ ଡିନର କରିଥିଲେ। ଆଜି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ସହ ସେ ବୈଠକ କରିବେ। ଏହି ଅବସରରେ ଦୁଇ ଦେଶର ସମ୍ପର୍କରେ ସୁଧାର ଆସିବ। ଚଳିତ ବର୍ଷ ଶେଷ ହେବାକୁ ଥିବା ଗଙ୍ଗା ଜଳ ଚୁକ୍ତି ଆଗକୁ ବଢାଇବାକୁ ଆଲୋଚନା ହୋଇପାରେ। ଏତଦ୍ ବ୍ୟତୀତ ପେଟ୍ରୋଲ-ଡିଜେଲ୍ ସପ୍ଲାଇ ଭଳି ପ୍ରସଙ୍ଗରେ ଆଲୋଚନା ହୋଇପାରେ। ବାଂଲାଦେଶ ଭାରତ ଠାରୁ ଅତିରିକ୍ତ ଇନ୍ଧନ ଚାହୁଁଛି। 

ସବୁଠୁ ବଡ଼ କଥା ହେଲା, ବାଂଲାଦେଶ ଏବେ ତାର ଭାବମୂର୍ତ୍ତି ପରିବର୍ତ୍ତନ କରୁଛି। ଖଲିଲୁର ରହମାନ ଭାରତ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ତାରିକ ରହମାନ ତାଙ୍କ ଅଞ୍ଚଳର ୫ଟି ହିନ୍ଦୁ ମନ୍ଦିର ପାଇଁ ୬.୫ କୋଟି ଟାକା ଆର୍ଥିକ ସହାୟତା ଘୋଷଣା କରିଥିଲେ। 

ଏହି ଖବରଟିକୁ ପଢନ୍ତୁ- ଇରାନରେ ଆମେରିକା ବାୟୁସେନାର ଦୁଇ ପାଇଲଟଙ୍କୁ ଉଦ୍ଧାର ପରେ ଏବେ ଚର୍ଚ୍ଚାରେ ଭାରତୀୟ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ, ଜାଣନ୍ତୁ କାହିଁକି…