ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୨ କୋଟି ଟଙ୍କାର ଦାମୀ କାର୍ କିଣିଲେ ଅଭିନେତ୍ରୀ ନୁସରତ ଭାରୁଚା

Published By : Anindita Ratha | October 25, 2024 2:11 PM

ମୁମ୍ବାଇ,୨୫/୧୦: ପାଖେଇ ଆସୁଛି ଦିପାବଳୀ । ଏହି ଅବସରରେ ନିଜେ ନିଜକୁ ଉପହାର ଦେଇଛନ୍ତି ବଲିଉଡ ଅଭିନେତ୍ରୀ ନୁସରତ ଭାରୁଚା । ଯାହା ହଜାରେ କିମ୍ବା ଲକ୍ଷ ନୁହେଁ ବରଂ କୋଟିଏ ଟଙ୍କାର। ତେବେ ଦିପାବଳୀର କିଛିଦିନ ପୂର୍ବରୁ ଅଭିନେତ୍ରୀ ଏକ ରେଞ୍ଜ ରୋଭର କିଣିଛନ୍ତି । ଏହାପରେ ସେ ତାଙ୍କ ନୂଆ ଲଗଜରୀ କାରକୁ ନେଇ ସିଦ୍ଧବିନାୟକ ମନ୍ଦିରକୁ ଯାଇଛନ୍ତି । ଯାହାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି । 

ତେବେ ନୁସରତ ମୁମ୍ବାଇରେ ଏକ କଳା ରେଞ୍ଜ ରୋଭର ସ୍ପୋର୍ଟରେ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା। ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭିନେତ୍ରୀ ଏହି କାରକୁ ପ୍ରାୟ ୨ କୋଟି ଟଙ୍କା ମୂଲ୍ୟରେ କିଣିଥିବା ଜଣାପଡିଛି । ତେବେ ତାଙ୍କୁ ଏନେଇ ସୋସିଆଲ ମିଡିଆରେ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଥିବା ବେଳେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିନେତ୍ରୀ। ପ୍ରକାଶ ଥାଉକି, ୨୦୦୬ ମସିହାରେ ସନ୍ତୋଶୀ ମା’ରେ ନୁସରତଙ୍କୁ ପ୍ରଥମ ଥର ଦେଖିବାକୁ ମିଳିଥିଲା ।କିନ୍ତୁ ପରେ ସେ  ପ୍ୟାର୍ କା ପଞ୍ଚନାମା ଫିଲ୍ମ (୨୦୧୧) ରୁ ଫେମ୍‌ ପାଇଥିଲେ। ଏହା ପରେ ସେ ସୋନୁ କେ ଟିଟୁ କି ସ୍ଵିଟି, ଡ୍ରିମ୍ ଗାର୍ଲ ପରି ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କୁ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଥ୍ରୀଲର ଚଳଚ୍ଚିତ୍ର ଆକେଲିରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ତେବେ ନୁସରତଙ୍କ ଶେଷ ହିଟ୍ ଫିଲ୍ମ ୨୦୧୯ରେ ଡ୍ରିମ୍ ଗାର୍ଲ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.