ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ପ୍ରତିବାଦ; ସମୂହ ଛୁଟିରେ ବଲାଙ୍ଗୀର ଜିଲ୍ଲାର OAS ଓ ORS ଅଧିକାରୀ

Published By : Anindita Ratha | July 2, 2025 3:02 PM

ବଲାଙ୍ଗୀର,୦୨ /୦୭:ଭୁବନେଶ୍ଵର ମହାନଗର ନିଗମ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ। ଅନିର୍ଦ୍ଦିଷ୍ଟକାଳ ପାଇଁ ସମୂହ ଛୁଟିରେ ବଲାଙ୍ଗୀର ଜିଲ୍ଲାର OAS ଓ ORS ଅଧିକାରୀ। ଏନେଇ ଆଜି ସଙ୍ଘ ତରଫରୁ ପ୍ରସ୍ତାବ ଆଗତ କରି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ସେପଟେ ଆଜି ମଧ୍ୟ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଓଏଏସ, ଓଆରଏସ ଅଧିକାରୀମାନେ ନଥିବାରୁ ଲୋକେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବଲାଙ୍ଗୀର ଓଏଏସ ସଂଘ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ତେବେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା, କାର୍ଯ୍ୟାଳୟରେ ଅଧିକାରୀଙ୍କୁ ସୁରକ୍ଷିତ ଏବଂ କାର୍ଯ୍ୟ କରିବାର ପରିବେଶ ପ୍ରଦାନ  ତଥା ଆଗକୁ ଯେଭଳି ଏଭଳି ସମସ୍ୟା ନ ଉପୁଜିବ ସେନେଇ ସଙ୍ଘ ଦାବି କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.