ଭୁବନେଶ୍ୱର ୩୧/୦୭: ପ୍ରାୟ ଲୋକଙ୍କର ଓଜନ ବଢିବାର ପ୍ରମୁଖ କାରଣ ହେଉଛି  ଭୁଲ୍‌ ଜୀବନଶୈଳୀ ଓ ଖାଦ୍ୟପାନୀୟ । ଓଜନ ଥରେ ବଢିବା  ପରେ ଏହାକୁ କମ୍‌ କରିବା ଏତେ ସହଜ ହୁଏନା । ତେଣିକି ଆମେ ଯେତେ ରୁଟିନ୍‌ ସେଟ୍‌ କରିଥାଉ । ଓଜନ ଉପରେ  ଏହାର ପ୍ରଭାବ ଖୁବ୍‌ କମ୍‌ ପଡିଥାଏ । ଘର ଓ ଅଫିସ୍‌ କାମର ଚାପ ଏତେ ଯେ ନିୟମିତ ବ୍ୟାୟାମ କରିବା ପ୍ରାୟ ଲୋକଙ୍କ  ପାଇଁ ଆଦୌ ସମ୍ଭବ ହୋଇନଥାଏ । ସେହିପରି ଅନେକ ସମୟରେ ଏଣୁତେଣୁ ଖାଇବା ଦ୍ୱାରା ମଧ୍ୟ ଚର୍ବି ବଢିଥାଏ ।  ଓଜନ କମାଇବାର ସହଜ ଉପାୟ ହେଉଛି ଗହମ ରୁଟି ପରିବର୍ତ୍ତେ ଓଟସ୍‌ ଅଟାରେ ତିଆରି ଖାଦ୍ୟ ବ୍ୟବହାର କରିପାରିବେ । ଓଟସ୍‌ ଗ୍ଲୁଟେନ୍‌ ମୁକ୍ତ ହୋଇଥାଏ । ଏହା  ଶରୀରକୁ ସୁସ୍ଥ ରଖିବା ସହ ଓଜନ ହ୍ରାସ କରିବାରେ ପ୍ରମୁଖ  ଭୂମିକା ଗ୍ରହଣ କରିଥାଏ । 

  •  ଓଟସ୍‌ ଅଟା କ’ଣ? ଓଟସ୍‌କୁ ପେଶି ଅଟା ତିଆରି କରାଯାଏ । ଏହା ଗ୍ଲୁଟେନ୍‌ ମୁକ୍ତ,  ଯାହା ସାଲ୍ୟୁବଲ୍‌ ଫାଇବରର ଏକ ସୁସ୍ଥ ସ୍ରୋତ । ଅନ୍ୟ  ଅଟାରେ ମଧ୍ୟ ଏହା ରହିଥାଏ, ଯାହା ନ୍ୟୁଟ୍ରିଏଣ୍ଟ ମୂଲ୍ୟକୁ  ବଢାଇଥାଏ ।  
  • ଅଟାର ଫାଇଦା ଓଟସ୍‌ ଅଟା କୋଲୋଷ୍ଟେରଲ୍‌ କମ୍‌ କରିବା ଓ ମଧୁମେହ  ବିରୋଧୀ ପ୍ରଭାବ ଯୋଗୁ ବେଶ୍‌ ଲୋକପ୍ରିୟ । ଓଟ୍‌ମିଲ୍‌  ଓ ଓଟ୍‌ର ପୋଷଣ ମୂଲ୍ୟ  ଭିତରେ କୌଣସି ଭିନ୍ନତା  ନାହିଁ ।  
  • ରକ୍ତଚାପକୁ  ନିୟନ୍ତ୍ରିତ କରେ ଓଟସ୍‌ ଅଟାରେ  ଇଭେନଥ୍ରାମାଇଟିସ୍‌ ସହିତ  ଆଉ କେତେକ ଆଣ୍ଟି- ଅକ୍ସିଡାଣ୍ଟ ମଧ୍ୟ ରହିଥାଏ । ଏହା ନାଇଟ୍ରିକ୍‌ ଅକ୍ସାଇଡର  ଉତ୍ପାଦନକୁ ବଢାଇ ରକ୍ତଚାପ ସ୍ତରକୁ କମ୍‌ କରିଥାଏ ।  ନ୍ୟାସନାଲ୍‌ ସେଣ୍ଟର ଫର୍‌ ଟେକ୍ଟୋଲୋଜି ଇନ୍‌ଫର୍ମେସନ୍‌ରୁ  ମିଳିଥିବା ରିପୋର୍ଟ ଅନୁସାରେ ବର୍ଡର ଲାଇନ୍‌ ରକ୍ତଚାପ  ଥିବା ରୋଗୀଙ୍କଠାରେ ସିଷ୍ଟୋଲିକ୍‌ ଓ ଡାଇଷ୍ଟୋଲିକ୍‌  ରକ୍ତଚାପକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ  ଓଟସ୍‌କୁ ରକ୍ତଚାପ ରୋଗୀଙ୍କ ପାଇଁ ସୁସ୍ଥ ଭୋଜନ ବୋଲି  କୁହାଯାଇଥାଏ । 
  • ସୁଧାରେ ପାଚନତନ୍ତ୍ର ଓଟସ୍‌ରେ ଥିବା ଡାଇଟ୍ରି ଫାଇବର୍‌ ହଜମ ପ୍ରକ୍ରିୟାକୁ ସହଜ  କରାଏ । ଏହା ମଳକୁ ନରମ କରାଏ । ଫଳରେ ମଳ ବାହାରକୁ ଆସିବା ସହଜ ହୋଇଥାଏ । ତା' ସହିତ  ସମ୍ପୂର୍ଣ୍ଣ ଅନ୍ତଃନଳୀକୁ ମଧ୍ୟ ସୁସ୍ଥ ରଖିଥାଏ । ଏହା କବ୍ଚ  ଓ ଇରିଟେଟେଡ୍‌ ବାଉଲ୍‌ ସିଣ୍ଡ୍ରୋମ୍‌ ପରି ପାଚନ ସମ୍ବନ୍ଧୀ  ସମସ୍ୟାକୁ ମଧ୍ୟ କମ୍‌ କରିଥାଏ ।  
  • ଓଜନ କମାଏ ଡାଇଟ୍ରି ଫାଇବର ଯୋଗୁ ଏହାକୁ ଓଜନ କମାଇବା ପାଇଁ  ପୌଷ୍ଟିକ ଆହାର ଭାବେ ଗ୍ରହଣ କରାଯାଇଛି । ଓଟସ୍‌ରେ ମେଟାବଲିଜିମ୍‌ ଅଧିକ ଥିବାରୁ ଏହା ଶରୀରର ସିସିକେ  ହରମୋନ୍‌କୁ ସକ୍ରିୟ କରାଇଥାଏ । ଫଳରେ ମସ୍ତିଷ୍କକୁ  ପେଟ ପୁରିଗଲା ବୋଲି ନିର୍ଦ୍ଦେଶ ମିଳିଥାଏ । ଏହା ଫ୍ୟାଟ୍‌କୁ  ଅବଶୋଷଣ କରିବା ସହ ପେଟକୁ ପରିଷ୍କାର କରିଥାଏ ।  ନିୟମିତ ଖାଦ୍ୟରେ ଓଟସ୍‌ ସାମିଲ୍‌ କରିବା ଦ୍ୱାରା ଆବଶ୍ୟକ  ଫାଇବର ଶରୀରକୁ ମିଳିଯାଇଥାଏ ।