ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍‌ ଲାଗି ମିଳିଲେନି ଓଡ଼ିଆ ପିଲା

Published By : Anindita Ratha | April 2, 2025 10:47 AM

ଭୁବନେଶ୍ବର,୦୨/୦୪: ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍‌ (ସିଏମ୍‌ଏସଡିଏଫ୍‌) ଲାଗି ମିଳିଲେନି ଓଡ଼ିଆ ପିଲା । ମାସକୁ ୬୦ ହଜାର ଷ୍ଟାଇପେଣ୍ଡ ସହ ୩୯ଟି ସ୍ଥାନରେ ୨୫ ଜଣ ଅଣଓଡ଼ିଆଙ୍କୁ ମିଳିଛି ଫେଲୋସିପ୍‌ ଲାଗି ସୁଯୋଗ । ନବୀନ ସରକାର ଅମଳରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ନୂଆ ସରକାର ଗଢ଼ିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ୧୬ରେ ଉଦଘାଟନ କରିଥିଲେ । ତେବେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଜୋର ଧରିଥିଲାବେଳେ କାହିଁକି ଓଡ଼ିଆ ଯୁବକଯୁବତୀଙ୍କୁ ସିଏମ୍‌ ଫେଲୋସିପ୍‌ରୁ ବଞ୍ଚିତ କରାଗଲା ବୋଲି ପ୍ରଶ୍ନ ଉଠିଛି । ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ସିଏମ୍‌ଏସଡିଏଫ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଭାଗର ସ୍କିଲଡ୍‌-ଇନ୍‌-ଓଡ଼ିଶା ଅଭିଯାନରେ ସାମିଲ କରି ରାଜ୍ୟର ଯୁବପିଢିଙ୍କୁ ଏକ ସୁଯୋଗ ଦେବା, ରାଜ୍ୟର ସବୁ ଜିଲ୍ଲାରେ ‘ଜିଲ୍ଲା ଦକ୍ଷତା ବିକାଶ ମିଶନ’କୁ ସୁଦୃଢ କରିବା ଏବଂ ସରକାରଙ୍କ ସମସ୍ତ ଯୋଜନା, ନୀତି ସମ୍ପର୍କରେ ତୃଣମୂଳସ୍ତରରେ ଲୋକଙ୍କୁ ସଚେତନ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା । ସ୍ଥାନୀୟ ଭାଷା ଜ୍ଞାନ ଏବଂ ଦକ୍ଷତା କ୍ଷେତ୍ରରେ ପୂର୍ବ ଅନୁଭୂତିକୁ ଫେଲୋ ଚୟନ ମାନଦଣ୍ଡରେ ରଖାଯାଇଥିଲା । 

କିନ୍ତୁ ଏଥିରେ ୩୯ଟି ସ୍ଥାନରେ ମାତ୍ର ୧୪ଜଣ ଓଡ଼ିଆ ପିଲାଙ୍କୁ ସୁଯୋଗ ମିଳିଛି । ଅବଶିଷ୍ଟ ୨୫ ଜଣ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, କେରଳ, ବିହାର ଆଦି ବିଭିନ୍ନ ରାଜ୍ୟରୁ ଆସିଛନ୍ତି । ମାସକୁ ୬୦ ହଜାର ଷ୍ଟାଇପେଣ୍ଡ ଏବଂ ବାର୍ଷିକ ୧୦ ପ୍ରତିଶତ ବୃଦ୍ଧି ପିଲାମାନଙ୍କୁ ୨ ବର୍ଷର ସମୟ ଅବଧି ଲାଗି ଏହି ସୁଯୋଗ ଦିଆଯାଇଛି । ନବୀନ ସରକାରଙ୍କ ଅମଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ପରେ ମୋହନ ସରକାରଙ୍କ ଅମଳରେ ୨୦୨୪ ଜୁଲାଇ ୧୫ରେ ଏହି ମନୋନୀତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିଥିଲା । ତେବେ ୧୬ ଜୁଲାଇରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ରାଜ୍ୟର ପ୍ରଥମ କୌଶଳ ଭବନ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଫେଲୋସିପ୍‌ ଯୋଜନା ଉନ୍ମୋଚନ କରିଥିଲେ । ସେବେଠାରୁ ୩୯ ଜଣ ଫେଲୋ ରାଜ୍ୟର ୩୦ ଜିଲ୍ଲାରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀଙ୍କ ଅଧୀନରେ କାମ କରୁଛନ୍ତି । ସୂଚନା ଥାଉ କି, ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ କହିବା ହେଲା, କେନ୍ଦ୍ର ସରକାରଙ୍କ ପିଏମ୍‌ ରୁରାଲ ଡେଭଲେପମେଣ୍ଟ ଫେଲୋସିପ୍‌ (ପିଏମ୍‌ଆରଡିଏଫ୍‌) ଏବଂ ମହାତ୍ମା ଗାନ୍ଧୀ ନ୍ୟାସନାଲ ଫେଲୋସିପ୍‌ (ଏମଜିଏନଏଫ୍‌)ର ପଦାନୁସରଣରେ ହିଁ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍‌ ଆରମ୍ଭ କରାଯାଇଥିଲା । ପ୍ରଶିକ୍ଷଣଠାରୁ ଆରମ୍ଭ କରି ଚୟନ ପ୍ରକ୍ରିୟା ପର୍ଯ୍ୟନ୍ତ ଏହାର ସମସ୍ତ ଦାୟିତ୍ୱ ଇଣ୍ଡିଆନ୍‌ ସ୍କୁଲ୍‌ ଅଫ୍‌ ବିଜନେସ୍‌ (ଆଇଏସ୍‌ବି) ତୁଲାଇଥିଲା । ଯାହା ଯାହା ପ୍ରକ୍ରିୟା ପିଏମ୍‌ଆରଡିଏଫ୍‌ ଏବଂ ଏମଜିଏନଏଫ୍‌ରେ ହୋଇଥିଲା, ତାହାକୁ ଅନୁକରଣ କରି ସିଏମ୍‌ଏସଡିଏଫ୍‌ ହୋଇଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି ।

 ଅନ୍ୟପଟେ ଜଣେ ଅଣଓଡିଆ ଫେଲୋଙ୍କୁ ସ୍ଥାନୀୟ ଭାଷାଜ୍ଞାନ ନଥିବାରୁ କାମରେ ଅସୁବିଧା ହେଉନାହିଁ କି ବୋଲି ପ୍ରଶ୍ନ କରିବାରୁ ସେ କହିଥିଲେ, ପ୍ରଥମେ ପ୍ରଥମେ ଆମ ସମସ୍ତଙ୍କୁ ଅସୁବିଧା ହେଉଥିଲା । ଧୀରେ ଧୀରେ ଅଭ୍ୟାସ ହେଇଗଲାଣି । ଆମେ ସେମାନଙ୍କ କଥା ନ ବୁଝି ପାରିଲେ, ଆମର କେହି ଓଡିଆ ସହକର୍ମୀ ଅନୁବାଦ କରି ଆମକୁ ବୁଝାଇ ଦେଉଛନ୍ତି । ଏମିତି କାମ ଚଳିଯାଉଛି । ଉଲ୍ଲେଖଯୋଗ୍ୟ, ଏମଜିଏନ୍‌ଏଫ୍‌ ବା ମହାତ୍ମା ଗାନ୍ଧୀ ନ୍ୟାସନାଲ ଫେଲୋସିପ୍‌ ଆଇଆଇଏମ୍‌, ବେଙ୍ଗାଲୁରୁ ପରିଚାଳନା କରୁଥିଲା । ଏହା ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ ଥିଲା । ଏଥିରେ ଓଡ଼ିଶାରେ ଓଡ଼ିଆ ପିଲାଙ୍କୁ ହିଁ ସୁଯୋଗ ଦିଆଯାଇଥିଲା । ୨୯ଜଣ ଓଡ଼ିଆ ପିଲା ଏହି ଜାତୀୟ ସ୍ତରର ଫେଲୋସିପ୍‌ର ସୁଯୋଗ ପାଇଥିଲେ । କିନ୍ତୁ ଏହାକୁ ଅନୁକରଣ କରି ଯେବେ ନବୀନ ସରକାର ସିଏମ୍‌ ଫେଲୋସିପ୍‌ ଆଣିଲେ ରାଜ୍ୟର ସ୍କିମ୍‌କୁ ଜାତୀୟ ସ୍ତରୀୟ କରିଦେଲେ । ଏମଜିଏନଏଫ୍‌ରେ ଥିଲା ଯେଉଁ ରାଜ୍ୟ ପାଇଁ ସେହି ରାଜ୍ୟର ପିଲା । କିନ୍ତୁ ସିଏମ୍‌ଏସଡିଏଫ୍‌ ଲାଗି ରାଜ୍ୟ ସରକାର କରିଦେଲେ ସବୁ ରାଜ୍ୟ ପାଇଁ ଓଡ଼ିଶା ଦ୍ୱାର ଖୋଲା । ଯଦି ୩୯ ଜଣ ଓଡ଼ିଆ ପିଲାଙ୍କୁ ଏହି ସୁଯୋଗ ମିଳିଥାନ୍ତା, ସେମାନେ ଏହି ଫେଲୋସିପ୍‌ ଜରିଆରେ ମାସିକ ୨୩ ଲକ୍ଷ ୪୦ ହଜାର ଏବଂ ବାର୍ଷିକ ୨ କୋଟି ୮୦ ହଜାର ଟଙ୍କା ଷ୍ଟାଇପେଣ୍ଡ୍‌ ପାଇଥାନ୍ତେ।








Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.