ଭୁବନେଶ୍ୱର,୧୩/୦୩: ହୋଲି  ଅବସରରେ ଆଜି ରିଲିଜ୍‌ ହେବ ଓଡ଼ିଆ ଚଳଚ୍ଚିତ୍ର  ଘମାଘୋଟ । କୌସ୍ତୁଭ ଡ୍ରିମ୍‌ ୱାର୍କ  ଷ୍ଟୁଡ଼ିଓ ବ୍ୟାନରରେ ନିର୍ମିତ ହୋଇଥିବା  ଏହି ଆକ୍ସନ ଫିଲ୍ମ ଓଡ଼ିଶାର ୪୫ଟି  ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଫିଲ୍ମ  ରିଲିଜ ପୂର୍ବରୁ ବୁଧବାର ଭୁବନେଶ୍ୱର ପ୍ରେସ୍‌ କ୍ଲବଠାରେ ଏକ ସାମ୍ବାଦିକ  ସମ୍ମିଳନୀ ହୋଇଥିଲା । ଏଥିରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ  ରାଜା ଡି., ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ, ବିଭାସ,  ସନୋଜ ମହାପାତ୍ର, ସନ୍ଦୀପ, ତପି ମିଶ୍ର, ଅଭିନେତ୍ରୀ  ଜୟଶ୍ରୀ ପ୍ରମୁଖ ଉପସ୍ଥିତ ରହି ଫିଲ୍ମର ସଫଳତା କାମନା  କରିଥିଲେ । 

ଆଜି କଟକ ଏବଂ ଭୁବନେଶ୍ୱର ଏକ  ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଘମାଘୋଟର ପ୍ରିମିୟର ଶୋ ହେବ । ଫିଲ୍ମକୁ ଇତିମଧ୍ୟରେ ‘ଏ’ ପ୍ରମାଣପତ୍ର ମିଳିଛି ।  ଅନେକ ଦିନରୁ ଚର୍ଚ୍ଚାରେ ଥିବା  ଫିଲ୍ମ "ଘମାଘୋଟ'ରେ ଭରି ରହିଛି  ଧମାକାଦାର ଆକ୍ସନ ସହିତ ରୋଚକ କାହାଣୀ  । ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି  ରାଜା ଡି. ଏବଂ ପ୍ରଯୋଜନା କରିଛନ୍ତି  କୌଶିକ ଦାସ  । ସହ ପ୍ରଯୋଜନାରେ  ରହିଛନ୍ତି କୌସ୍ତଭ ଦାସ ଓ ରାମ ପଟ୍ଟନାୟକ । ଫିଲ୍ମରେ ସନୋଜ କୁମାର,  ଅଭିଷେକ ପଣ୍ଡା, ସନ୍ଦୀପ ମିଶ୍ର, ତପି  ମିଶ୍ର, ଆକାଶ ହୋତା , ଆକାଶ ରାଉତ, ଶୈଳେନ୍ଦ୍ର ସାମନ୍ତରାୟ, କ୍ରିଷ୍ଣା କର, ରାଜେଶ ସାହୁ, ଆଇମନ  ପ୍ରଧାନ, ବିଭାସ ଓ ନବାଗତା ଜୟଶ୍ରୀ ଷଡ଼ଙ୍ଗୀ ରହିଛନ୍ତି   । ଫିଲ୍ମକୁ ନେଇ ନିର୍ମାତା ଖୁବ ଆଶାବାଦୀ ରହିଛନ୍ତି ଓ  ଏହି ଫିଲ୍ମର କାହାଣୀ ଓ ବିଷୟବସ୍ତୁ ପ୍ରତ୍ୟେକ ଓଡିଆଙ୍କ  ମନକୁ ଛୁଇଁବ ବାଲି ଆଶା ଓ ବିଶ୍ୱାସ ରଖିବା ସହିତ  ମତ ରଖିଛନ୍ତି ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ।