ଭୁବନେଶ୍ୱର ୧୬/୦୮:  ଅଶୋକ ପତିଙ୍କ ନିର୍ଦ୍ଦେଶିତ ନୂଆ ସିନେମା  ‘ଲଢ଼େଇ’ରେ ଏକ ଫ୍ୟାକ୍ଟ୍ରି ଫ୍ରେଶ୍‌ ଯୋଡ଼ିକୁ ଦେଖିବାକୁ  ମିଳିବ । ସେମାନେ ହେଲେ ଲୋହିତାକ୍ଷ ଓ ଅଭିଲିପ୍ସା । ଶିଶୁ କଳାକାର ଭାବେ ଲୋହିତାକ୍ଷ ଦର୍ଶକଙ୍କ ହୃଦୟ  ଜିତି ଥିବାବେଳେ ନାୟକ ଭାବେ ଏହା ତାଙ୍କର ପ୍ରଥମ  ସିନେମା । ଅଭିଲିପ୍ସା କିନ୍ତୁ ଅଭିନୟରେ ସମ୍ପୂର୍ଣ୍ଣ ନୂଆ । ଉଭୟଙ୍କ ବୟସ ପାଖାପାଖି । ସୁଟିଂ ସେଟ୍‌ରେ ଉଭୟ ଉଭୟଙ୍କୁ ସହଯୋଗ କରନ୍ତି । ତେଣୁ ଦୁହିଁଙ୍କ ଭିତରେ ବେଶ୍‌ ଭଲ ବନ୍ଧୁତା । ଆଉ ଏହା ପରଦା ଉପରେ ନଜର ଆସିବ ବୋଲି କୁହନ୍ତି ନିର୍ଦ୍ଦେଶକ ।  

ସୂଚନାଯୋଗ୍ୟ, ଡି.ଏସ୍‌.ଆର ଏଣ୍ଟରପ୍ରାଇଜେସ  ନିବେଦିତ ତଥା ଦେବାଶିଷ ପଟ୍ଟନାୟକଙ୍କ ପ୍ରଯୋଜିତ  ‘ଲଢ଼େଇ’ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା  କରିଛନ୍ତି ଭରଦ୍ୱାଜ ପଣ୍ଡା । ସଙ୍ଗୀତ ଦେଇଛନ୍ତି  ଗୌରବ ଆନନ୍ଦ ଓ ସୋମେଶ ଶତପଥି ।  ଦୃଶ୍ୟଗ୍ରହଣରେ ଅଛନ୍ତି କୁଲଡି । ଅନ୍ୟାନ୍ୟ  ଚରିତ୍ରରେ ପ୍ରୀତିରଞ୍ଜନ, କେକେ, ବିଭାସ,  ଉଦିତ ଗୁରୁ, ସୋମେଶ, ମଧୁ, ସ୍ମିତା  ଚୌଧୁରୀ, ରାଜଲକ୍ଷ୍ମୀ ଡାକୁଆ, ରାଜଲକ୍ଷ୍ମୀ ମହାପାତ୍ର ଓ ଅଶୋକ ପଟ୍ଟନାୟକ ଅଭିନୟ  କରିଛନ୍ତି । ବଲିଉଡରେ ଅର୍ଖ ନୂଆ ଯୋଡ଼ି  ଆହାନ ପାଣ୍ଡେ ଓ ଅନୀତ ପଡ୍ଡାଙ୍କୁ ନେଇ ନିର୍ମିତ ‘ସୈୟାରା’ ବକ୍ସ ଅଫିସ୍‌ରେ ଯେଉଁଭଳି ସଫଳ  ହେଲା, ଓଲିଉଡରେ ମଧ୍ୟ ଦର୍ଶକ ଲୋହିତାକ୍ଷ  ଓ ଅଭିଲିପ୍ସାଙ୍କୁ ସେଭଳି ପସନ୍ଦ କରିବେ ବୋଲି  କୁହାଯାଉଛି ।