ଭୁବନେଶ୍ୱର ୧୨/୦୧: ପ୍ରେକ୍ଷାଳୟକୁ ଆସିବା ପାଇଁ ସଜବାଜ ହେଉଛି ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ନୂଆ ଚଳଚ୍ଚିତ୍ର ‘ମାୟା ମରୀଚିକା’ । ଏହାରି ଭିତରେ ସିନେମାର ସମସ୍ତ ଦୃଶ୍ୟ ସୁଟିଂ ସରିଯାଇଛି । ଏଡିଟିଂ ବି ଶେଷ ହେଲାଣି । କେବଳ ସେନ୍‌ସରକୁ  ଅପେକ୍ଷା । ବବି ଇସ୍‌ଲାମ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ସଂଳାପ ଲେଖିଛନ୍ତି  ଡ. ରଜନୀ ରଞ୍ଜନ । ଫିଲ୍ମର କାହାଣୀ ପୂରାପୂରି ନିଆରା । 

ଏଥିରେ  ଶୁଭାଶିଷ, ଲିପ୍‌ସା ମିଶ୍ର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବାବେଳେ  ସରଅପା, ପ୍ରିୟଙ୍କା, ଐଶ୍ୱର୍ଯ୍ୟା, ବୀରେନ ମିଶ୍ର ପ୍ରମୁଖ ଅନ୍ୟାନ୍ୟ ଚରିତ୍ରରେ  ନଜର ଆସିବେ । ଫିଲ୍ମରେ ସ୍ଥାନିତ ହୋଇଛି ୩ଟି ଗୀତ, ଯାହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି  ଅଭିଜିତ ମଜୁମଦାର । କଟକ,  ଭୁବନେଶ୍ୱର ଅଞ୍ଚଳର ସୁନ୍ଦର  ସୁନ୍ଦର ଲୋକେସନ୍‌ରେ ଏ  ଫିଲ୍ମର ସୁଟିଂ କରାଯାଇଛି ।  ମୁଖ୍ୟ ନାୟିକା ଲିପ୍‌ସା ଏଥିରେ ଏକ ଭିନ୍ନ ଚରିତ୍ରରେ  ଅବତୀର୍ଣ୍ଣ ହୋଇଛନ୍ତି,  ଯାହାକୁ ଦର୍ଶକ ବେଶ୍‌  ପସନ୍ଦ କରିବେ ବୋଲି  ପ୍ରଯୋଜନା ସଂସ୍ଥା ପକ୍ଷରୁ  କୁହାଯାଇଛି ।