ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଓଡ଼ିଶା ପର୍ବ-୨୦୨୪: ନୂଆଦିଲ୍ଲୀରେ ଝଲସିବ ଓଡ଼ିଆ କଳା, ସଂସ୍କୃତି, ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀ

Published By : Prameya | November 22, 2024 8:28 AM

ଭୁବନେଶ୍ୱର, ୨୨/୧୧: ଓଡ଼ିଶା ସଂସ୍କୃତିର ପ୍ରଚାର ଓ ସୁରକ୍ଷା  ପାଇଁ ‘ଓଡ଼ିଆ ସମାଜ’ ପକ୍ଷରୁ  ଶୁକ୍ରବାର ଠାରୁ ଦିଲ୍ଲୀରେ ‘ଓଡ଼ିଶା  ପର୍ବ ୨୦୨୪’ ଆୟୋଜନ ହେବ ।  ଜବାହରଲାଲ ନେହେରୁ ଷ୍ଟାଡିୟମର  ଗେଟ୍‌ ନଂ ୧୪ରେ ତିନିଦିନ ଧରି  ହେବାକୁ ଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ, କେନ୍ଦ୍ର  ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ  ବହୁ କେନ୍ଦ୍ରମନ୍ତ୍ରୀ ତଥା ରାଜନୈତିକ  ବ୍ୟକ୍ତିବିଶେଷ ଯୋଗଦେବେ ।

ଓଡ଼ିଶା ପର୍ବରେ ରଙ୍ଗାରଙ୍ଗ ସାଂସ୍କୃତିକ  କାର୍ଯ୍ୟକ୍ରମ ହେବା ସହ ରାଜ୍ୟର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ  ମୂଲ୍ୟବୋଧକୁ ପ୍ରଦର୍ଶନ କରାଯିବ । ଓଡ଼ିଶାର କୋଣ ଅନୁକୋଣର ହସ୍ତଶିଳ୍ପ,  ହସ୍ତତନ୍ତ, ନୃତ୍ୟ ଓ ସଙ୍ଗୀତ କଳାକାର  ଭାଗନେବେ । ସମାରୋହର ମୁଖ୍ୟ  ଆକର୍ଷଣ ହେବ ଓଡ଼ିଶା କନକ୍ଲେଭର  ଦ୍ୱିତୀୟ ସଂସ୍କରଣ । ଯେଉଁଥିରେ ରାଜ୍ୟର  ଲେଖକ, ବିଶେଷଜ୍ଞ, କଳାକାର ଓ  ଇତିହାସକାରମାନେ ଯୋଗଦେବେ । ନ୍ୟାସନାଲ ବୁକ ଟ୍ରଷ୍ଟ (ଏନ୍‌ବିଟି)  ସହଯୋଗରେ ଓଡ଼ିଆ ଲେଖକ ଓ  ପ୍ରକାଶକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁସ୍ତକ ପ୍ରଦର୍ଶନ  କରିବେ । ସମାରୋହରେ ୪୫ଟି ଓଡ଼ିଆ ଖାଦ୍ୟ  ଷ୍ଟଲ୍‌, ୨୫ ହସ୍ତତନ୍ତ ଓ କଳାଉତ୍ପାଦ ଷ୍ଟଲ ରହିବ ।  

ଓଡ଼ିଆ ସଂସ୍କୃତିର ପ୍ରଚାର ପାଇଁ ପ୍ରତିବର୍ଷ ଦିଲ୍ଲୀରେ  ଜାତୀୟ ମଞ୍ଚରେ ‘ଓଡ଼ିଶା ପର୍ବ' ହୋଇଆସୁଛି । କେନ୍ଦ୍ର  ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଳ୍ପନାରେ "ଓଡ଼ିଆ  ସମାଜ' ପକ୍ଷରୁ ଆରମ୍ଭ ହୋଇଥିବା ଏହି ପର୍ବର  ପ୍ରଥମ ସଂସ୍କରଣ ୨୦୧୭ରେ ନୂଆଦିଲ୍ଲୀର ଇଣ୍ଡିଆ  ଗେଟ୍‌ ଲନରେ ହୋଇଥିଲା । ୨୦୧୮ରେ ଗୁଜରାଟର  ସୁରଟରେ ଓଡ଼ିଶା ପର୍ବ ପାଳିତ ହୋଇଥିଲା । କୋଭିଡ୍‌  ମହାମାରୀ କାରଣରୁ ୨୦୨୦ରେ ଓଡ଼ିଶା ପର୍ବ ବାତିଲ  ହୋଇଥିଲା ବେଳେ ୨୦୨୧ ଓ ୨୦୨୨ରେ ଭର୍ଚୁଆଲ୍‌  ମାଧ୍ୟମରେ ଏହି କାର୍ଯ୍ୟକ୍ରମ ବିଶ୍ୱବ୍ୟାପୀ ପ୍ରସାରିତ  ହୋଇଥିଲା । ୨୦୨୩ରେ ନୂଆଦିଲ୍ଲୀରେ ଜବାହରଲାଲ  ନେହେରୁ ଷ୍ଟାଡିୟମ ପଡ଼ିଆରେ କାର୍ଯ୍ୟକ୍ରମ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.