କଟକ,୧୮/୬ : ଚଳିତ ବର୍ଷ ଡିସେମ୍ବର ୯ବାରବାଟୀ ଭାରତ ଦକ୍ଷିଣ ଆଫ୍ରିକା ଟି ୨୦ ଲଢେଇ ସମୟରେ ଅଫଲାଇନ ଜାଗାରେ ଅନଲାଇନ ଉପରେ ଫୋକସ ଦେବ ଓସିଏ । ଏ ନେଇ ପ୍ରସ୍ତୁତ ହେଲାଣି ଓଡିଶା କ୍ରିକେଟ ସଂଘ । କାହିଁକି ନା ଅନ୍ୟ ରାଜ୍ୟ କ୍ରିକେଟ ସଂଘମାନେ ଅନଲାଇନ ଟିକେଟ ବିକ୍ରି କରୁଛନ୍ତି । ତେବେ ଏହି ସଂକ୍ରାନ୍ତରେ ଓସିଏରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ।
ସମସ୍ତ କମିଟି ସଦସ୍ୟଙ୍କ ମତ ଅନୁସାରେ ସ୍ଥିର କରାଯିବ ଅନଲାଇନ ନାଁ ଅଫଲାଇନରେ ବିକ୍ରି ହେବ ଟିକେଟ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ତେବେ କ୍ରାଉଡ଼ କଣ୍ଟ୍ରୋଲକୁ ଆଖି ଆଗରେ ରଖି ଓସିଏ ଏହି ନିଷ୍ପତ୍ତି ନେଇପାରେ ବୋଲି ଆଲୋଚନା ତୀବ୍ରତର ହୋଇଛି। ଅନ୍ୟପଟେ ସିରିଜର ପ୍ରଥମ ଟି ୨୦ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ ବାରବାଟୀରେ ଖେଳାଯିବ । ଏ ନେଇ ବିସିସିଆଇ ପକ୍ଷରୁ କ୍ରୀଡାସୂଚୀ ଚୂଡାନ୍ତ ହେଲା ପରେ ଓସିଏରେ ପ୍ରସ୍ତୁତି ଏକପ୍ରକାର ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ।