ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଓଡ଼ିଶାରେ ମଜଭୁତ ହେଉଛି ଭିତ୍ତିଭୂମି, ବିଛାଗଲା ୩୦୯୩ କିମିର ରେଳ ଲାଇନ ନେଟ୍‌ୱର୍କ

Published By : Prameya | February 16, 2025 12:56 PM

ଭୁବନେଶ୍ୱର ୧୬/୦୨: ରାଜ୍ୟ ଏବେ ଅଭିବୃଦ୍ଧି ପଥରେ ଥିବାବେଳେ ଏହାର ଭିତ୍ତିଭୂମି  ଦୃଢ଼ୀକରଣ ଦିଗରେ ଆଖିଦୃଶିଆ କାର୍ଯ୍ୟକ୍ରମମାନ ଗ୍ରହଣ  କରାଯାଉଛି । ଏହି କ୍ରମରେ ରାଜ୍ୟରେ ରେଳ ଭିତ୍ତିଭୂମି ଏବଂ ନେଟ୍‌ୱର୍କ ସମ୍ପ୍ରସାରଣ କରାଯାଉଛି । ୨୦୨୪-୨୫  ଅବଧିରେ ରାଜ୍ୟର ରେଳ ଭିତ୍ତିଭୂମି ସମ୍ପ୍ରସାରଣ ଲାଗି  ୧୦.୬ ହଜାର କୋଟି ଆବଣ୍ଟନ କରିଛନ୍ତି କେନ୍ଦ୍ର ସରକାର ।  ରାଜ୍ୟରେ ୨୦୧୯-୨୦ରେ ୨୯୫୨ କିମିର ରେଳ ଲାଇନ  ବିଛାଯାଇଥିବା ବେଳେ ୨୦୨୩-୨୪ରେ ଏହା ୪% ବୃଦ୍ଧି  ହୋଇ ୩୦୯୩ କିମି ଛୁଇଁଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ  ୨୦୨୪-୨୫ରେ କୁହାଯାଇଛି ।  

ରିପୋର୍ଟ ମୁତାବକ, ନିକଟରେ ବରଗଡ଼, ନୂଆପଡ଼ା,  ସୁନ୍ଦରଗଡ଼, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର,  ମୟୁରଭଞ୍ଜ, କେନ୍ଦୁଝର, ମାଲକାନଗିରି ଭଳି ୯ଟି ଜିଲ୍ଲା ଲାଗି  ୮ ନୂଆ ରେଳ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ସେହିଭଳି ସଡ଼କ  ନେଟୱର୍କ ସମ୍ପ୍ରସାରଣକୁ ମଧ୍ୟ ପ୍ରାଥମିକତା ଦେଇଛି ରାଜ୍ୟ ।  

୨୦୧୯-୨୦ରେ ସଡ଼କ ଏବଂ ସେତୁ ବାବଦକୁ ମୋଟ  ୭୯୯୬ କୋଟି ବ୍ୟୟବରାଦ ହୋଇଥିଲା । ଏହା ୨୦୨୪- ୨୫ରେ ୧୯,୪୫୬ କୋଟିକୁ ବଢ଼ିଛି । ରାଜ୍ୟରେ ଏନ୍‌ଏଚ୍‌,  ରାଜ୍ୟ ରାଜପଥ, ଜିଲା ସଡ଼କ, ଗ୍ରାମୀଣ ସଡ଼କ ଭଳି ବିଭିନ୍ନ  ବର୍ଗର ରାସ୍ତା ନିର୍ମାଣ ତ୍ୱରାନ୍ୱିତ ହୋଇଥିବାରୁ ରାଜ୍ୟରେ  ସଡ଼କ ପଥର ଦୈର୍ଘ୍ୟ ବଢ଼ିଛି ।ରାଜ୍ୟରେ ୭୫ ହଜାର କିମିର  ଗୁଣାତ୍ମକ ସଡ଼କ ବିକାଶ ଲାଗି ରାଜ୍ୟ ସରକାର ଯୋଜନା  ରଖିଛନ୍ତି । ଏହା ରାଜ୍ୟର ଯୋଗାଯୋଗ ଏବଂ ଅର୍ଥନୈତିକ  ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି । 

ପୁଞ୍ଜି ନିବେଶ ବୃଦ୍ଧି ଏବଂ ନୂତନ ଗନ୍ତବ୍ୟ ନୀତି,  ବେସାମରିକ ବିମାନ ଚଳାଚଳ ନୀତି ଏବଂ ଉଡାନ  ଯୋଜନାର କାର୍ଯ୍ୟକାରିତା ଯୋଗୁ ରାଜ୍ୟରେ ବେସାମରିକ  ବିମାନ ଚଳାଚଳ କ୍ଷେତ୍ର କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଛି ।  ରାଜ୍ୟରେ ଏବେ ଗୋଟିଏ ଅନ୍ତର୍ଜାତୀୟ ବିମାନ ବନ୍ଦର ସହ  ୫ଟି କାର୍ଯ୍ୟକ୍ଷମ ବନ୍ଦର ରହିଛି । ଏହା ସହ ରାଜ୍ୟରେ ବିମାନ  ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପୁରୀରେ  ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦର ସହ ରାଜ୍ୟରେ ୧୦  ଅତିରିକ୍ତ ଏୟାରଷ୍ଟ୍ରିପ ବିକଶିତ କରାଯାଉଛି ।  

ଏବେ ଓଡ଼ିଶାରୁ ଦେଶର ୨୨ ସହର ସହ ସିଧାସଳଖ  ବିମାନ ଚଳାଚଳ ସୁବିଧା କରାଯାଇଛି । ଓଡ଼ିଶାରୁ ଏବେ  ବ୍ୟାଙ୍କକ, ଦୁବାଇ, ସିଙ୍ଗାପୁର ଓ କୁଆଲାଲମ୍ପର ଭଳି  ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ ସହ ସିଧାସଳଖ ବିମାନ  ସେବା ଉପଲବ୍ଧ ହେଉଛି । ପ୍ରଥମ ୩ ଗନ୍ତବ୍ୟସ୍ଥଳ ଲାଗି  ରାଜ୍ୟ ସରକାର ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂ (ଭିଜିଏଫ୍‌)  ସହାୟତା ପ୍ରଦାନ କରୁଛନ୍ତି । ନିକଟରେ ରାଜ୍ୟ ନୂଆ  ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ  କରୁଥିବା କମ୍ପାନିଗୁଡ଼ିକୁ ପ୍ରୋତ୍ସାହନ ପ୍ରଦାନ କରି  ନୂଆ ଗନ୍ତବ୍ୟ ନୀତି ୨୦୨୪ ଆଣିଛି । 

ନୂଆ ନୀତି  ଅନୁସାରେ ଭୁବନେଶ୍ୱର ଓ ଝାରସୁଗୁଡାରୁ ୮ଟି  ଘରୋଇ ରୁଟ୍‌ରେ ବିମାନ ଚଳାଚଳକୁ ମଞ୍ଜୁରି  ମିଳିଛି । ଏହା ରାଜ୍ୟର ବିମାନ ଯାତ୍ରା ଏବଂ  ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ବୋଲି ଆଶା  କରାଯାଉଛି । ୨୦୨୧-୨୨ରେ ରାଜ୍ୟରୁ ବିମାନ  ଯାତ୍ରା କରିଥିବା ଯାତ୍ରୀଙ୍କ ସଂଖ୍ୟା ୨୧.୬ ଲକ୍ଷ  ଥିବା ବେଳେ ୨୦୨୩-୨୪ରେ ଏହା ୪୧.୬  ଲକ୍ଷକୁ ବୃଦ୍ଧି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.