ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସରକାରୀ ବାବୁଙ୍କ ଗାଡ଼ି ଭଡ଼ା ବଢ଼ାଇଲେ ସରକାର, ଫେବ୍ରୁଆରୀ ପହିଲାରୁ ନୂଆ ଦର ଲାଗୁ

Published By : Prameya | January 20, 2025 10:05 AM

ଭୁବନେଶ୍ୱର,୨୦/୦୧: ସରକାରୀ ଅଧିକାରୀମାନେ ବ୍ୟବହାର କରୁଥିବା ଗାଡ଼ିର ଭଡ଼ା ବାବଦକୁ ଏଣିକି ଅଧିକ ଅର୍ଥ ଗଣିବେ । ଆସନ୍ତା ଫେବ୍ରୁଆରୀ ମାସରୁ ଏହି ସଂଶୋଧିତ ଭଡ଼ା ଲାଗୁ ହେବ  ବୋଲି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  

ବିଜ୍ଞପ୍ତି ଅନୁସାରେ, ସଚିବ ଓ ତଦୁଦ୍ଧ୍ୱର୍, ଅତିରିକ୍ତ  ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳଙ୍କ ସମେତ  ଆଇଜି ଓ ତଦୁଦ୍ଧ୍ୱର୍ ପାହ୍ୟାର ଆଇପିଏସ୍‌ ଅଧିକାରୀ,  ସିସିଏଫ୍‌ ଓ ତଦୁର୍ଦ୍ଧ୍ୱ ପାହ୍ୟାର ଆଇଏଫ୍‌ଏସ୍‌ ଅଧିକାରୀ, କମିଶନର ପାହ୍ୟାର ଆଇଏଏସ୍‌ ଅଫିସରମାନେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସରକାରୀ ଗାଡ଼ିକୁ ସଂଶୋଧିତ ଭଡ଼ା ଦେଇ ଉପଯୋଗ କରିପାରିବେ । ଏବେ ବ୍ୟକ୍ତିଗତ କାର୍ଯ୍ୟରେ ସରକାରୀ ଗାଡ଼ିର ଉପଯୋଗ  ପାଇଁ ସର୍ବାଧିକ ୩୦୦ କିମି ପର୍ଯ୍ୟନ୍ତ ଅଫିସରଙ୍କୁ  ମାସିକ ୨୫୨୦ଟଙ୍କା ଏବଂ ୩୦୦ରୁ ୫୦୦କିମି ପର୍ଯ୍ୟନ୍ତ  ମାସିକ ୪୨୦୦ ଟଙ୍କା ଦେବାକୁ ପଡ଼ୁଛି । ସଂଶୋଧିତ  ଦରରେ ଯଥାକ୍ରମେ ୩୭୮୦ଟଙ୍କା ଓ ୬୩୦୦ଟଙ୍କା  ଦେବାକୁ ପଡ଼ିବ । 

ସେହିପରି ବାସଭବନରୁ କାର୍ଯ୍ୟାଳୟ  ଯିବା ନିମନ୍ତେ ବିଭିନ୍ନ ବର୍ଗର ଅଧିକାରୀଙ୍କ ନିମନ୍ତେ  ଥିବା ଭଡ଼ାକୁ ମଧ୍ୟ ସଂଶୋଧନ କରାଯାଇଛି । ସଚିବ,  ଅତିରିକ୍ତ ସଚିବ, ବିଭାଗୀୟ ମୁଖ୍ୟ ଓ ଆର୍‌ଡିସିଙ୍କୁ  ଏଣିକି ମାସିକ ୧୬୮୦ ଟଙ୍କା ବଦଳରେ ୨୫୨୦ ଟଙ୍କା,  ପ୍ରଶାସନିକ ବିଭାଗୀୟ ଅଧିକାରୀ ଓ ମିଳିତ ଭାବେ  ଗାଡ଼ି ଉପଯୋଗ କରୁଥିବା ବିଭାଗୀୟ ଅଧିକାରୀଙ୍କୁ  ମାସିକ ୧୧୨୦ଟଙ୍କା ପରିବର୍ତ୍ତ୧୬୮୦ଟଙ୍କା, ସରକାରୀ  ଗାଡ଼ି ପାଇଥିବା ଅନ୍ୟ ଅଧିକାରୀଙ୍କୁ ମାସିକ ୧୪୦୦  ଟଙ୍କା ପରିବର୍ତ୍ତେ ୨୧୦୦ ଟଙ୍କା ଏବଂ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମାସିକ ୧୧୨୦ଟଙ୍କା  ପରିବର୍ତ୍ତେ ୧୬୮୦ଟଙ୍କା ଭଡ଼ା ଦେବାକୁ ପଡ଼ିବ ।  

ଅପରପକ୍ଷେ, ଭୁବନେଶ୍ୱରରୁ କଟକକୁ ଅବା  କଟକରୁ ଭୁବନେଶ୍ୱରକୁ ଅଫିସ୍‌ କାର୍ଯ୍ୟ ପାଇଁ ଯାଉଥିବା  ଅଧିକାରୀଙ୍କ ମାସିକ ଗାଡ଼ି ଭଡ଼ା ପୂର୍ବ ଭଳି ୬ହଜାର  ଟଙ୍କା ରହିଛି । ତେବେ ଗୋଟିଏ ଗାଡ଼ିକୁ ଯଦି ମିଳିତ  ଭାବେ ଅଧିକାରୀମାନେ ବ୍ୟବହାର କରିବେ ତା'ହେଲେ  ସେମାନଙ୍କଠୁ ଭଡ଼ା ସମାନ ଭାଗ କରି ଆଦାୟ  କରାଯିବ । ତେଲ ଦର ବଢ଼ିଥିବାରୁ ୮ବର୍ଷ ପରେ  ଏହି ଭଡ଼ାରେ ସଂଶୋଧନ ଆବଶ୍ୟକ ହୋଇପଡ଼ିଛି ବୋଲି ଅର୍ଥ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.