ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଓଡିଶା ମାଟି ତଳେ ଲିଥିୟମ ଭଣ୍ଡାର ! ଜିଓ ଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆକୁ ସଙ୍କେତ

Published By : Ankita S | January 19, 2025 2:49 PM

ଭୁବନେଶ୍ବର,୧୯/୧: ଓଡିଶାରେ ଅଛି ଲିଥିୟମ ଭଣ୍ଡାର । ନୟାଗଡ ଜିଲ୍ଲାର ମାଟି ତଳେ ଲିଥିୟମ ଥିବା ନେଇ ଜିଓ ଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆକୁ ସଙ୍କେତ ମିଳିଛି । ଲିଥିୟମ ଭଳି କ୍ରିଟିକାଲ ମିନେରାଲ ମିଳିଥିବା ଜଣାପଡିଛି ।

ଖଣିଜ ସମ୍ପଦ ପରିପୂର୍ଣ୍ଣ ଓଡିଶାରେ ଲିଥିୟମ ଖୋଜୁଛି ଜିଓ ଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ । ନୟାଗଡ ଜିଲ୍ଲାର ମାଟି ତଳୁ ଲିଥିୟମ ଥିବା ସଙ୍କେତ ମିଳିଛି । ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ବ୍ୟବହୃତ ହେଉଛି ନୂଆ ଟେକ୍ନୋଲୋଜି । ମୟୂରଭଞ୍ଜ ଜିଲ୍ଲାରେ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି । ଡ୍ରୋନ ଜରିଆରେ ଖଣିଜ ଖୋଜିବାକୁ  ଏହି ଅଭିଯାନ ଆରମ୍ଭ ହୋଇଛି । ଲିଥିୟମ,କପର ଭଳି କ୍ରିଟିକାଲ ଖଣିଜ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ।

ରିପୋର୍ଟ ଅନୁସାରେ, ଏଆଇ ଟୁଲ ସାହାଯ୍ୟରେ ଖଣିଗୁଡିକୁ ଖୋଳାଯିବ । ଡ୍ରୋନ ମାଧ୍ୟମରେ ଖଣି ଖୋଜିବାକୁ ସୁନ୍ଦରଗଡ ଜିଲ୍ଲାରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ଦକ୍ଷିଣ ଓଡିଶା ଜିଲ୍ଲା ଯେପରିକି କନ୍ଧମାଳ, ମାଲକାନଗିରିରେ ମଧ୍ୟ ଖଣିଜ ସର୍ଭେକୁ ଜୋରଦାର କରାଯିବ । ଯେଉଁଠାରେ ଖଣି କାର୍ଯ୍ୟ ସବୁ ବହୁ ବର୍ଷ ଧରି ବନ୍ଦ ରହିଛି ।

ଜାନୁଆରୀ ୨୦ ଓ ୨୧ ତାରିଖରେ କୋଣାର୍କରେ ହେବାକୁ ଥିବା ଦୁଇ ଦିନିଆ ଜାତୀୟ ଖଣି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ପୂର୍ବରୁ ଜିଏସଆଇ ଭୁବନେଶ୍ବରରେ ଏକ ବୋର୍ଡ ବୈଠକ ଡାକିଛି । ଆଗାମୀ ବୈଠକ ପାଇଁ ସମସ୍ତ ଜିଏସଆଇ ଅଧିକାରୀ ଉପସ୍ଥିତ ରହିବେ । ଓଡିଶାର ଖଣି ଦେଶ ପାଇଁ ମଡେଲ ପାଲଟିଛି । ଦେଶର ଖଣି ରାଜଧାନୀ ଯାହା ପ୍ରାୟ ୫୦ ପ୍ରତିଶତ ଖଣିଜ ପଦାର୍ଥ ରହିଛି । ହେବାକୁ ଥିବା ଖଣି ସମ୍ମିଳନୀ ବହୁତ ଗୁରୁତ୍ବ ବହନ କରିବ ବୋଲି କହିଛନ୍ତି ଖଣି ସଚିବ ।

ବିଶେଷ କରି ଲିଥିୟମ ବ୍ୟବହାର କରି ଗ୍ଲାସ, ବ୍ୟାଟେରୀ ଓ ଆଲୁମୁନିୟମ ଉତ୍ପାଦ ତିଆରି ହୋଇଥାଏ । ଅଷ୍ଟ୍ରେଲିଆ ଏବଂ ଚିଲି ସର୍ବାଧିକ ଲିଥିୟମ ଉତ୍ପାଦ ଦେଶ । ଭାରତରେ କର୍ଣ୍ଣାଟକ ଓ ଜମ୍ମୁ କାଶ୍ମୀରରେ ଲିଥିୟମ ଭଣ୍ଡାର ମିଳିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.