ଭୁବନେଶ୍ୱର ୧୧/୧୧: ଦିଲ୍ଲୀ ଲାଲ୍କିଲ୍ଲା ମେଟ୍ରୋ ଷ୍ଟେସନ୍ ନିକଟରେ ବୋମା ବିସ୍ଫୋରଣ ପରେ ସାରା ଦେଶରେ ହାଇଆଲର୍ଟ । ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହି ସମ୍ବେଦନଶୀଳ ଘଟଣା ପରେ ତତ୍ପର ହୋଇଛି, ଓଡ଼ିଶା ହୋଟେଲ୍ ଆଣ୍ଡ୍ ରେଷ୍ଟୁରାଣ୍ଟ ସଂଘ । ପର୍ଯ୍ୟଟନ ସ୍ଥଳୀରେ ଥିବା ହୋଟେଲ ଗୁଡ଼ିକରେ ସୁରକ୍ଷା ଯାଞ୍ଚ କଡ଼ାକଡ଼ି କରିବାକୁ ମାଲିକ ମାନଙ୍କୁ ପରାମର୍ଶ ଦେଇଛି ସଂଘ । ଅନ୍ୟପଟେ କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷପତ୍ର ଉପରେ ସନ୍ଦେହ ସୃଷ୍ଟି ହେଲେ ତୁରନ୍ତ ପୁଲିସକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପର୍ଯ୍ୟଟକମାନେ ମଧ୍ୟ ଯାଞ୍ଚରେ ହୋଟେଲ ମାଲିକଙ୍କୁ ସହଯୋଗ କରିବାକୁ ଅପିଲ୍ କରିଛି ସଂଘ ।
ନୂଆଦିଲ୍ଲୀ ଲାଲକିଲ୍ଲାରେ ବିସ୍ଫୋରଣ ପରେ ସାରା ଓଡ଼ିଶାରେ ହାଇଆଲର୍ଟ ଜାରି ହୋଇଛି । ବିଶେଷକରି ଭୁବନେଶ୍ବର, କଟକ ଓ ପୁରୀରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସାରା ରାଜ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ, ଐତିହ୍ୟସ୍ଥଳୀ ଓ ହୀରାକୁଦ ଡ୍ୟାମ୍ର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଏଥି ସହିତ ସହରର ପ୍ରବେଶ ପଥ ଏବଂ ପ୍ରସ୍ଥାନ ପଥ ଗୁଡ଼ିକ ନଜରରେ ରଖାଯାଇଛି।