ନୂଆଦିଲ୍ଲୀ, ୨୩/୦୭ : ପତ୍ନୀ ଶୁଖିଲା ବଦଳରେ ପାଣିଆ ସନ୍ତୁଳା ପ୍ରସ୍ତୁତ କଲେ । ସେଥିପାଇଁ ପୁଲିସ ଡାକିଲେ ସ୍ୱାମୀ । ଉତ୍ତରପ୍ରଦେଶରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯେତେବେଳେ ଅଭିଯୋଗ ଶୁଣିଲା, ଆଶ୍ଚର୍ଯ୍ୟଚକିତ ହୋଇଗଲା । ଏହା ପରେ ସ୍ୱାମୀସ୍ତ୍ରୀଙ୍କୁ ବୁଝାଇ ଫେରିଲା ।
ମାମଲାଟି ହେଉଛି ବଦାୟୁର । ଅରବିନ୍ଦ କଶ୍ୟପ ନାମକ ବ୍ୟକ୍ତି ପୁଲିସକୁ ଅଭିଯୋଗ କଲେ, ମୋ ପତ୍ନୀ ପ୍ରତିଦିନ ପାଣିଆ ସନ୍ତୁଳା ପ୍ରସ୍ତୁତ କରୁଛନ୍ତି । ମୋତେ କିନ୍ତୁ ଶୁଖିଲା ସନ୍ତୁଳା ଦରକାର । ବାରମ୍ବାର କହିବା ପରେ ବି ସେ ମୋ କଥା ଶୁଣୁନାହାନ୍ତି । ଆପଣ ତାଙ୍କୁ ବୁଝାଇ ଦିଅନ୍ତୁ । ପୁଲିସକୁ ଦେଖି ସ୍ଥନୀୟ ଲୋକେ ମଧ୍ୟ ସେଠାରେ ଜମା ହୋଇଗଲେ । ମାମଲା ଜାଣିବା ପରେ ଲୋକେ ଅରବିନ୍ଦଙ୍କୁ ଖୁବ୍ ସମାଲୋଚନା କଲେ । ମଦ୍ୟପାନ କରି ସେ ଏମିତି କରନ୍ତି । କିନ୍ତୁ ଏ ଥର କଥା ପୁଲିସ ପାଖରେ ପହଞ୍ଚିଯିବ ବୋଲି ସେମାନେ କେବେ କଳ୍ପନା କରିନଥିଲେ । ପୁଲିସ ଅନୁସାରେ, ଅରବିନ୍ଦ ୧୧୨ ନମ୍ବରରେ ୫ ଥର ଫୋନ୍ କଲେ । ଶେଷରେ ପୁଲିସ ତାଙ୍କ ଘରେ ପହଞ୍ଚିଲା । ସେଠାରେ ଜଣାପଡ଼ିଲା, ଅରବିନ୍ଦ ନିଶାରେ ଥିଲେ । ମଦ୍ୟପାନ ବିଷୟରେ ପଚାରିବାରୁ ସେ କହିଲେ, ସମସ୍ତେ ମଦ୍ୟପାନ କରୁଛନ୍ତି । ମୁଁ ମାତ୍ର ଦି’ପେଗ୍ ପିଇଛି । ଆପଣ ମୋ ପତ୍ନୀଙ୍କୁ ଭଲରେ ବୁଝାଇ ଏଠାରୁ ଯାଆନ୍ତୁ ।
ଆହୁରି ପଢନ୍ତୁ- ଶୁଭାଂଶୁଙ୍କ ମହାକାଶ ଯାତ୍ରାରେ ଫେଲ୍ ହୋଇଥିଲା ଖେଚୁଡ଼ି,୩ଟି ଭାରତୀୟ ବ୍ୟଞ୍ଜନକୁ ମଞ୍ଜୁରି ଦେଇଥିଲା ନାସା
ବିଶ୍ୱ କାହିଁକି କହେ 'Juggernaut'? ରଥଯାତ୍ରାକୁ ନେଇ ହେଉଥିଲା ଭ୍ରମ ପ୍ରଚାର, ଅସଲ ସତ ଜାଣନ୍ତୁ କ’ଣ ?