ଭୁବନେଶ୍ବର ୧୬/୦୩: କିଏ ହେବେ ଓଡ଼ିଶାର ସ୍ବର। ଆରମ୍ଭ ହେଲା ରାଜ୍ୟସଭା ପାଇଁ ଆରମ୍ଭ ହେଲା ମତଦାନ। ବିଧାନସଭାର ୫୪ ନମ୍ବର ରୁମରେ ଚାଲିଛି ଭୋଟିଂ। ୪ଟି ରାଜ୍ୟସଭା ଆସନର ୫ ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର, ସଂତୃପ୍ତ ମିଶ୍ର, ଡାକ୍ତର ଦତ୍ତେଶ୍ୱର ହୋତା ଓ ଦିଲ୍ଲୀପ ରାୟଙ୍କ ଭାଗ୍ୟ ଓଡ଼ିଶା ବିଧାୟକଙ୍କ ହାତରେ । ସକାଳ ୯ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ ମତଦାନ। ଅପରାହ୍ନ ୫ ଟାରେ ହେବ ଗଣତି, ପ୍ରକାଶ ପାଇବ ଫଳ। ପ୍ରଥମେ ଭୋଟ୍ ଦେଲେ ମୁକେଶ ମହାଲିଙ୍ଗ। ବିଧାନସଭାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ରାଜ୍ୟସଭା ନିର୍ବାଚନରେ ଭୋଟ୍‌ ଦେଇଛନ୍ତି ସନାତନ ମହାକୁଡ଼। ସେ କହିଛନ୍ତି ଯେ ରାଜ୍ୟରେ ସ୍ବାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ୍‌ ଦେଇଛି । ସସ୍‌ପେଣ୍ଡ୍‌ ଲୋକକୁ ହ୍ବିପ ଜାରି କରିବାର କୌଣସି ନିୟମ ନାହିଁ।
ବିଜେଡି ସସ୍‌ପେଣ୍ଡ କରିବା ସହ ବିଧାନସଭାରେ ଆସନ ବଦଳାଇଥିଲା । କାଲି ପର୍ଯ୍ୟନ୍ତ ବିଜେଡିର କିଏ ବି ମୋ ସହ ଯୋଗାଯୋଗ କରି ନାହାନ୍ତି। ମୋତେ ଆମ ପ୍ରାର୍ଥୀ କିଏ, କାହାକୁ ଭୋଟ ଦେବାକୁ ହେବ କହି ନାହାନ୍ତି। 

ସେପଟେ ପାରାଦୀପରୁ ଆସି ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ବିଧାୟକ ଓ ମନ୍ତ୍ରୀ।ବିଧାୟକ ଓ ମନ୍ତ୍ରୀଙ୍କ ସହିତ ଅଛନ୍ତି ସଂଗଠନ ସମ୍ପାଦକ ମାନସ ମହାନ୍ତି।ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସହପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ ରହିଛନ୍ତି। 

ଅଧିକ ପଢ଼ନ୍ତୁ :- ରାଜ୍ୟସଭା ଭୋଟ୍ କାଉଣ୍ଟଡାଉନ: ସକାଳ ୯ଟାରୁ ଅପରାହ୍ନ ୪ଟା ମତଦାନ, ସନ୍ଦେହରେ ବିଜେଡି, କଂଗ୍ରେସର ୧୦ ବିଧାୟକ