ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପହଲଗାମ୍‌ ଆତଙ୍କୀ ହମଲାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଦୃଢ଼ ନିନ୍ଦା, କହିଲେ- 'ଏହା ମାନବତା ଉପରେ ହିଂସାତ୍ମକ କାଳିମାର କଳଙ୍କ'

Published By : Harapriya Sethi | April 23, 2025 2:37 PM

ଭୁବନେଶ୍ୱର, ୨୩/୦୪: ଜାମ୍ମୁ କାଶ୍ମୀରର ପହଲଗାମରେ ଗତକାଲି ଆତଙ୍କବାଦୀ ଘଟାଇଥ‌ିବା କ୍ରୁର ପର୍ଯ୍ୟଟକ ନରସଂହାର ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଦୃଢ଼ ନିନ୍ଦା। ଏହି ଘଟଣାକୁ ନେଇ କଂଗ୍ରେସ ଶୋକ ବ୍ୟକ୍ତ କରିଛି । କଂଗ୍ରେସ କହିଛି ଯେ, ଏହା ମାନବତା ଉପରେ ହିଂସାତ୍ମକ କାଳିମାର କଳଙ୍କ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ୨୬ ଜଣ ମୃତକ ପର୍ଯ୍ୟଟକମାନଙ୍କ ଶୋକାକୂଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ୩୬ ଜଣ ଗୁରୁତର ଆହତ ବ୍ୟକ୍ତିମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।

ବାଲେଶ୍ୱର ରେମୁଣାର ପ୍ରଶାନ୍ତ ଶତପଥୀଙ୍କ ପରିବାର ସହ ଆମେ ଏହି ଦୁଃଖଦ ସମୟରେ ରହିଛୁ। ସମଗ୍ର ଦେଶ ଆଜି ଏକାଠି ହୋଇଛି ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ପାଇଁ। ଶାନ୍ତି, ସଂହତି ରକ୍ଷା ପାଇଁ ସ୍ବାଭବିକତାକୁ ଫେରାଇ ଆଣିବାପାଇଁ ଅଛି ବୋଲି ପ୍ରଚାରର କଂଗ୍ରେସ ସଭାପତି ବରିତ ହେବା ଉଚିତ । ଶ୍ରୀ ମଲ୍ଲିକାର୍ଜୁନ ଖାଡ଼ଗେ, ଶ୍ରୀମତୀ ସୋନିଆ ଗାନ୍ଧୀ, ଶ୍ରୀ ରାହୁଲ ଗାନ୍ଦୀ ଓ ଅତ୍କଳ ଭାରତ କଂଗ୍ରେସ କମିଟି ଦୃଢ଼ ନିନ୍ଦା କରିବା ସହିତ ଦିବଂଗତ ଆତ୍ମା ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ପାରିତ ହେଲା।

ଦେଶର ଏଭଳି ସଙ୍ଗୀନ ସମୟରେ ଦେଶବାସୀ ଏକାଠି ବିଛିନ୍ନତାବାଦୀ ତତ୍ୱ ମାନଙ୍କ ବିରୁଦ୍ଧରେ ଲଢ଼ିବେ । ଶାନ୍ତି, ସଂହତି ପାଇଁ ମିଳିତଭାବେ କାର୍ଯ୍ୟ କରିବେ । ତେବେ ଜାମ୍ମୁ କାଶ୍ମୀରରେ ସ୍ୱାଭାବିକତା ବଜାୟ ରହିଛି ବୋଲି ଯାହା ପ୍ରଚାର କରାଯାଉଥିଲା ଏବେ ସେଭଳି ପ୍ରଚାରରୁ ବିରତ ରହି ସ୍ବାଭାବିକତା ଫେରାଇବାପାଇଁ ମିଳିତ ଉଦ୍ୟମ ହେବା ଉଚିତ । ସର୍ବଦଳୀୟ ବୈଠକ ଡକାଯାଇ ମିଳିତ ଭାବେ ଦେଶ ଏଭଳି ଧାର୍ମିକ ମତାନ୍ଧତା ଓ ଉନ୍ମାଦର ମୁକାବିଲା କରିବା ଉଚିତ । ଉତ୍କଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ, ଶ୍ରୀମତୀ ସୋନିଆ ଗାନ୍ଧୀ, ଶ୍ରୀ ରାହୁଲ ଗାନ୍ଧୀ ଏଭଳି ଅମାବନୀୟ ନରସଂହାରର ଦୃଢ଼ ନିନ୍ଦା କରିବା ସହ ଦେଶବାସୀ ଏକାଠି ଲଢ଼ିବା ପାଇଁ ଡାକରା ଦେଇଛନ୍ତି। ଦିବଙ୍ଗ ଆତ୍ମାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ପ୍ରଦେଶ କଂଗ୍ରେସ ରାଜନୈତିକ ବ୍ୟାପାର କମିଟି ଦୁଇ ମିନିଟ ନୀରବ ପ୍ରାର୍ଥନା କରୁଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.