ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଚିଙ୍ଗୁଡ଼ି ଉତ୍ପାଦନରେ ଶୀର୍ଷ ଛୁଇଁବ ଓଡ଼ିଶା, ୨୦୩୬ ସୁଦ୍ଧା ୯ଲକ୍ଷ ଟନ୍‌ ଉତ୍ପାଦନ ଲକ୍ଷ୍ୟ

Published By : Rasmita Pradhan | June 26, 2025 11:14 AM

ଭୁବନେଶ୍ୱର,୨୬/୬ : ରାଜ୍ୟରେ ବଢିବ ଚିଙ୍ଗୁଡ଼ି ଉତ୍ପାଦନ। ବର୍ତ୍ତମାନ ବାର୍ଷିକ ଯେତିକି ଚିଙ୍ଗୁଡ଼ି ଉତ୍ପାଦନ ହେଉଛି, ଆସନ୍ତା ୧୦ବର୍ଷ ମଧ୍ୟରେ ତାହା ୯ଗୁଣ ଅଧିକରେ ପହଞ୍ଚିବ । ଏବେ ବାର୍ଷିକ ୧ ଲକ୍ଷ ୬୦ହଜାର ଟନ୍‌ ଉତ୍ପାଦନ ହେଉଥିବା ବେଳେ ୨୦୩୬ରେ ୯ଲକ୍ଷ ଟନ୍‌ ଚିଙ୍ଗୁଡ଼ି ଉତ୍ପାଦନ ହେବ । ରପ୍ତାନୀ ମଧ୍ୟ ବୃଦ୍ଧି ପାଇବ । ଓଡ଼ିଶାର ଚିଙ୍ଗୁଡ଼ି ଦେଶବିଦେଶରେ ପହଞ୍ଚିବ । ଚିଙ୍ଗୁଡ଼ି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ସୁଦୃଢ଼ ହେବ । ଏଥିପାଇଁ ରାଜ୍ୟ ସରକାର ପ୍ରତିଷ୍ଠା କରିବେ ‘ଓଡ଼ିଶା ଚିଙ୍ଗୁଡ଼ି ମିଶନ୍‌’ । ଏଭଳି ଏକ ଭିଜନ ରଖି ରାଜ୍ୟ ସରକାର ଏବେ କାମ ଆରମ୍ଭ କରିଛନ୍ତି। 

ଓଡ଼ିଶା ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଥିବାରୁ ଦେଶର ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ରାଜ୍ୟ । ସାମୁଦ୍ରିକ ମତ୍ସ୍ୟ ବିକାଶ ପାଇଁ ଏଠାରେ ଅପାର ସୁଯୋଗ ରହିଛି । ତେଣୁ ସାମୁଦ୍ରିକ ଅର୍ଥନୀତିକୁ କିଭଳି ମଜଭୁତ କରାଯିବ ସେନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ସମୁଦ୍ରରୁ ଉତ୍ପାଦନ ହେଉଥିବା ଚିଙ୍ଗୁଡ଼ି ସମେତ ସାମୁଦ୍ରିକ ଓ ମଧୁର ଜଳ ମାଛ ଉତ୍ପାଦନ ବଢ଼ାଯିବ । 

ସରକାରଙ୍କ ତଥ୍ୟ ଅନୁସାରେ, ଏବେ ବାର୍ଷିକ ୧୧ ଲକ୍ଷ ୨୦ହଜାର ଟନ୍‌ ମତ୍ସ୍ୟ ଓ ଅନ୍ୟାନ୍ୟ ଜଳଜୀବ(ଚିଙ୍ଗୁଡ଼ି, କଙ୍କଡ଼ା) ଉତ୍ପାଦନ ହେଉଛି । ଆସନ୍ତା ୫ବର୍ଷରେ ଏହି ଉତ୍ପାଦନ ୨୨ଲକ୍ଷ ଟନ୍‌ ଓ ୨୦୩୬ ସୁଦ୍ଧା ୩୩ ଲକ୍ଷ ଟନ୍‌ରେ ପହଞ୍ଚିବ । ବର୍ତ୍ତମାନ ରାଜ୍ୟରେ ୨ଲକ୍ଷ ୨୦ହଜାର ଟନ୍‌ ଲୁଣି ମାଛ ଉତ୍ପାଦନ ହେଉଥିବା ବେଳେ ୭ ଲକ୍ଷ ୩୦ହଜାର ଟନ୍‌ ମଧୁର ମାଛ ଉତ୍ପାଦନ ହେଉଛି । ତଥାପି ଆମେ ବାହାର ରାଜ୍ୟରୁ ମଧୁର ମାଛ ଆଣୁଛୁ । ୨୦୨୯ ସୁଦ୍ଧା ରାଜ୍ୟରେ ୩ଲକ୍ଷ ୫୦ହଜାର ଟନ୍‌, ୨୦୩୬ ସୁଦ୍ଧା ୪ଲକ୍ଷ ୫୦ହଜାର ଟନ୍‌ ସାମୁଦ୍ରିକ ମାଛ ଉତ୍ପାଦନ ହେବ । ଆଗାମୀ ୫ବର୍ଷରେ ୧୩ଲକ୍ଷ ୫୦ହଜାର ଟନ୍‌ ଓ ୧୦ବର୍ଷରେ ୧୯ଲକ୍ଷ ୫୦ହଜାର ଟନ୍‌ ମିଠା ଜଳ ମାଛ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।

ଉଲ୍ଲେଖଯୋଗ୍ୟ, ଦେଶରେ ମାଛ ଖାଉଥିବା ଲୋକଙ୍କ ମଧ୍ୟରେ ଓଡ଼ିଶା ଏକ ପ୍ରମୁଖ ରାଜ୍ୟ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫(୨୦୧୯-୨୦) ଅନୁସାରେ, ଓଡ଼ିଶାରେ ୯୪.୭୫% ଲୋକ ମାଛ ଖାଆନ୍ତି । ୨୦୧୯-୨୦ରେ ଓଡ଼ିଶାରେ ମୁଣ୍ଡ ପିଛା ମାଛ ବ୍ୟବହାର ୧୬.୨୪ କିଲୋଗ୍ରାମ ଥିବା ବେଳେ ୨୦୨୩-୨୪ରେ ଏହା ୧୮.୩୩କିଗ୍ରାରେ ପହଞ୍ଚିଛି । ତଥ୍ୟ ଉପରେ ନଜର ଦେଲେ, ଏବେ ବାର୍ଷିକ ୪ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନୀ ହେଉଛି । ୨୦୨୯ରେ ୧୦ କୋଟି ଓ ୨୦୩୬ରେ ୨୫ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନୀ ହେବ । ସେହିପରି ଏବେ ରାଜ୍ୟରେ ୨୮ଟି ଚିଙ୍ଗୁଡ଼ି ହାଚେରୀ ଅଛି । ୨୦୨୯ରେ ୪୨ ଓ ୨୦୩୬ରେ ୭୩ଟି ହାଚେରୀ ନିର୍ମାଣ ହେବ । ରାଜ୍ୟରେ ୨୦୩୬ ସୁଦ୍ଧା ୩ଟି ଗଭୀର ସମୁଦ୍ର ମାଛଧରା ବନ୍ଦର ସହ ୧୧୫ଟି ମାଛଧରା ବନ୍ଦର ଏବଂ ଅବତରଣ କେନ୍ଦ୍ର ପ୍ରତିଷ୍ଠା ହେବ । ଗୋପାଳପୁରରେ ପ୍ରଥମ ଗଭୀର ସମୁଦ୍ର ମାଛଧରା ବନ୍ଦର ଓ ଅସ୍ତରଙ୍ଗ, ଚୁଡ଼ାମଣି, ଗୋପାଳପୁର ଓ ବାହାବଳପୁରରେ ମାଛଧରା ବନ୍ଦର ରହିବ । ଏହି ଯୋଜନା ଯଦି ସଫଳ ହୁଏ ତେବେ ଓଡ଼ିଶା ଚିଙ୍ଗୁଡ଼ି ଉତ୍ପାଦନ ଓ ରପ୍ତାନୀରେ ଶ୍ରେଷ୍ଠ ୨ରାଜ୍ୟ ମଧ୍ୟରେ ସ୍ଥାନ ପାଇବ । ଏଥିସହ ମଧୁରଜଳ ସାମୁଦ୍ରିକ ଖାଦ୍ୟ ପ୍ରଜାତିରୁ ଉତ୍ପାଦନ ଓ ରପ୍ତାନୀ ପାଇଁ ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ରହିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.