ଭୁବନେଶ୍ବର, ୩୧/୦୩: ଜଙ୍ଗଲ ନିଆଁରେ ଓଡ଼ିଶା ଶୀର୍ଷରେ । ଦେଶର ପ୍ରଥମ ସ୍ଥାନରେ ରହିଛି ରାଜ୍ୟ । ‘ରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ’ର ୪ ବର୍ଷର ତଥ୍ୟ କହୁଛି, ୨୦୨୨ ମସିହାରେ ରାଜ୍ୟରେ ଥିବା ଜଙ୍ଗଲ ମଧ୍ୟରେ ୨୧ ହଜାର ୯୯୬ ସ୍ଥାନରେ ନିଆଁ ଲାଗିଥିଲା । ସେହିପରି ଜଙ୍ଗଲ ବାହାରେ ୬ ହଜାର ୪୫୯ ସ୍ଥାନରେ ନିଆଁ ଲାଗିଥିବା ତଥ୍ୟ ରହିଛି । ଏହା ସହ ୨୮ ହଜାର ୭୫୫ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ କରାଯାଇଥିବା ବେଳେ ୨୬ ହଜାର ୩୪୮ ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇଥିଲା । ବର୍ତ୍ତମାନ ବନାଗ୍ନିକୁ ଆୟତ୍ତ କରିବାର ପ୍ରତିଶତ ୯୧.୬୨ ରହିଛି । ନିଆଁ ଲାଗିବା ଯୋଗୁଁ ୮୪୧୪.୫୫ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଛି ।

ସେହିପରି ୨୦୨୩ ମସିହାରେ ଜଙ୍ଗଲ ମଧ୍ୟରେ ୨୯ ହଜାର ୨୦୫ ସ୍ଥାନରେ ନିଆଁ ଲାଗିଥିଲା । ଜଙ୍ଗଲ ବାହାରେ ୭ ହଜାର ୫୦୮ ସ୍ଥାନରେ ନିଆଁ ଲାଗିଥିଲା ତଥ୍ୟ ରହିଛି । ଏହା ସହ ୩୬ ହଜାର ୭୧୩ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ କରାଯାଇଥିଲା । ସେଥି ମଧ୍ୟରୁ ୩୬ ହଜାର ୩୨୧ ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇଥିଲା । ୨୦୨୩ରେ ୯୮.୯୩ ପ୍ରତିଶତ ବନାଗ୍ନିକୁ ଆୟତ୍ତ କରାଯାଇଛି । ଜଙ୍ଗଳ ନିଆଁ ଯୋଗୁ ୯୫୫୦.୮୬ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଛି । ୨୦୨୪ ମସିହାରେ ୧୭ ହଜାର ୧୪ ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୫,୮୫୪ ସ୍ଥାନରେ ନିଆଁ ଲାଗିଥିବା ତଥ୍ୟ ଦିଆଯାଇଛି । ୨୨ ହଜାର ୮୬୮ ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ କରାଯାଇଥିଲା । ସେଥି ମଧ୍ୟରୁ ୨୨ ହଜାର ୮୩୭ ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇଥିଲା । ନିଆଁକୁ ଆୟତ୍ତ କରିବା ପ୍ରତିଶତ ୯୯. ୮୬ ରହିଥିବାବେଳେ ୪,୦୬୭.୦୫ ହେକ୍ଟର ଅଞ୍ଚଳ ନିଆଁର ଆଁରେ ପ୍ରଭାବିତ ହୋଇଥିଲା ।

୨୦୨୫ ମସିହାରେ ଜଙ୍ଗଲ ମଧ୍ୟରେ ୨୦ ହଜାର ୮୩୯ ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୮,୮୭୦ ସ୍ଥାନରେ ନିଆଁ ଲାଗିଥିବା ତଥ୍ୟ ରହିଛି । ୨୯ ହଜାର ୭୨୯ ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ କରାଯାଇଛି । ସେଥି ମଧ୍ୟରୁ ୨୯ ହଜାର ୬୯୪ ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇଥିଲା । ୯୯.୯୫ ପ୍ରତିଶତ ନିଆଁକୁ ଆୟତ୍ତ ହୋଇଥିବା ବେଳେ ୪,୬୦୯.୩୮ ହେକ୍ଟର ଅଞ୍ଚଳ ପୋଡ଼ି ପାଉଁଶ ହୋଇଥିଲା । ୨୦୨୬ ମସିହା ମାର୍ଚ୍ଚ ୨୧ ତାରିଖ ସୁଧା ୭,୩୬୪ ସ୍ଥାନରେ ନିଆଁ ଲାଗିଛି । ଜଙ୍ଗଲ ନିଆଁ ଲାଗିବାରେ ଦେଶର ପ୍ରଥମ ସ୍ଥାନରେ ରହିଛି ଓଡିଶା । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି  । ଏହାକୁ ନିୟନ୍ତ୍ରଣ କରିବାକୁ ଏଆଇର ସହାୟତା ନିଆଯାଉଛି ବୋଲି ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ଖୁଣ୍ଟିଆ ଲିଖିତ ଉତ୍ତର ରଖିଛନ୍ତି ।

ଅଧିକ ପଢ଼ନ୍ତୁ-ଜଙ୍ଗଲ ନିଆଁ ଲିଭାଇବା ପାଇଁ ଏଆଇ ବ୍ୟବହାର, ଗୃହରେ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ​​​​​​​