ଭୁବନେଶ୍ଵର, ୦୭/୦୫ : ମାଲକାନଗିରି କେସିସି ବ୍ୟାଙ୍କରେ ପ୍ରାୟ ୧ କୋଟି ଟଙ୍କାର ଠକେଇ ମାମଲା। ଭିଜିଲାନ୍ସ ଜାଲରେ ବ୍ୟାଙ୍କର ଶାଖା ପରିଚାଳକ ସୁଧାଂଶୁ ଖରାଙ୍କ ଦୁଇ ସହଯୋଗୀ। ସୁଶ୍ରୀ ନିବେଦିତା ତରାଇ ଏବଂ ତାଙ୍କ ଲିଭ୍-ଇନ୍ ପାର୍ଟନର ନୃସିଂହ ଖମାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ସୁଧାଂଶୁଙ୍କୁ ମେ ୫ରେ ଭିଜିଲାନ୍ସ ଗିରଫ କରିଥିଲା। ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ଅଭିଯୁକ୍ତ ସୁଧାଂଶୁ ଗିରଫ ଭୟରେ ସୁଶ୍ରୀ ନିବେଦିତା ଏବଂ ନୃସିଂହ ଖମାରୀଙ୍କୁ ପ୍ରାୟ ୬୩ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିବା ତଦନ୍ତରୁ ଜଣାପଡ଼ିଛି।

ସୂଚନାନୁଯାୟୀ, ସୁଧାଂଶୁ ଖରା ଫେସବୁକ୍ ମାଧ୍ୟମରେ ସୁଶ୍ରୀ ନିବେଦିତା ତରାଇଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ମିଳିତ ଭାବେ ବ୍ୟାଙ୍କ ଟଙ୍କା ହଡ଼ପ କରିବା ପାଇଁ ଯୋଜନା କରିଥିଲେ। ଏଥିରେ ସୁଶୀଙ୍କ ଲିଭ-ଇନ୍ ପାର୍ଟନର ନୃସିଂହ ଖମାରୀ ସହଯୋଗ କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ଏହି ପେଶାଦାର ଠକ ଯୋଡ଼ି ବୃତ୍ତିଗତ ଭାବେ ରାକେଟ୍ ଚଳାଇଥିଲେ। ଏମାନେ ଅନେକ ଲୋକଙ୍କୁ ଏମିତି ଠକିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ବେଙ୍ଗାଲୁରୁ ପୁଲିସ କମିଶନରେଟରେ ନୃସିଂହ ଖମାରୀ ନାଁରେ ୧୪ ଲକ୍ଷ ଟଙ୍କାର ଠକେଇ ମାମଲା ରୁଜୁ ହୋଇଛି। ଏହା ସହ ଜଗତସିଂହପୁରରେ ସେମାନେ ୩୦ ଲକ୍ଷ ଟଙ୍କାର ଆଉ ଏକ ଠକେଇରେ ଜଡ଼ିତ ଥିବା ଜଣାପଡ଼ିଛି। ସେହିପରି ବାରିପଦା, ପାରାଦୀପ, ଭୁବନେଶ୍ଵରରେ ଏମାନଙ୍କ ରାକେଟ୍ ଚାଲିଥିବା ସନ୍ଦେହ କରାଯାଉଛି।..

ଏହି ଦୁଇ ଠକ ଯୋଡ଼ିଙ୍କର ୨୫ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରି ଭିଜିଲାନ୍ସ ଟିମ୍ ଛାନଭିନ୍ ଚଳାଇଛି। ସେମାନଙ୍କ ଦ୍ଵାରା ଖୋଲାଯାଇଥିବା ୧୨ଟି ଷ୍ଟକ୍ ଟ୍ରେଡିଂ ଆକାଉଣ୍ଟର ମଧ୍ୟ ଯାଞ୍ଚ କରାଯାଉଛି। ଭୁବନେଶ୍ୱର-ଖୋର୍ଦ୍ଧାରେ ଥିବା ସେମାନଙ୍କ ଘରୁ ତଲାସି ସମୟରେ ୩୩ଟି ମୋବାଇଲ୍ ଫୋନ୍, ଡେସ୍କଟପ୍, ଟାବଲେଟ୍, ସୁନା ଅଳଙ୍କାର, ଏକ ଡ୍ରୋନ୍, ଦାମୀ କ୍ୟାମେରା ଇତ୍ୟାଦି ଜବତ କରାଯାଇଛି। ସୁଧାଂଶୁ ଏବଂ ସୁଶ୍ରୀ ଏହି ଠକେଇ ସିଣ୍ଡିକେଟ୍ ଚଳାଉଥିବା ଜଣାପଡ଼ିଛି।

ଏହି ଖବରଟିକୁ ପଢନ୍ତୁପଞ୍ଚାୟତ ନିର୍ବାଚନ ପୂର୍ବରୁ ନବୀନଙ୍କ ରଣହୁଙ୍କାର : 'ଲୋକଙ୍କ ପାଇଁ ବଡ଼ ବୋଝ ବିଜେପି ସରକାର, ମହିଳା ଅତ୍ୟାଚାର ବିରୋଧରେ ଲଢ଼ିବାକୁ ହେବ'