ଭୁବନେଶ୍ଵର, ୨୧/୦୭ : SIR ପ୍ରକ୍ରିୟା ପାଇଁ ବିଳମ୍ଵ ହୋଇପାରେ ପଞ୍ଚାୟତ ନିର୍ବାଚନ। ରାଜ୍ୟ ନିର୍ବାଚନ ଆୟୋଗ ସଚିବଙ୍କ ପ୍ରେସମିଟ୍। କହିଲେ ଏସଆଇଆର ପ୍ରକ୍ରିୟା ସରିବା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଅକ୍ଟୋବର ମାସରେ ଡୋର୍ ଟୁ ଡୋର୍ ସର୍ଭେ ଆରମ୍ଭ ହେବ। ସ୍ଵଚ୍ଛ ଭୋଟର ତାଲିକା ପାଇଁ ଏହି ସର୍ଭେ କରାଯିବ। ଏଥିପାଇଁ ଜୁଲାଇ ୩୧ ସୁଦ୍ଧା ଜିଲ୍ଲାପାଳମାନେ ଟିମ୍ ଗଠନ କରିବେ।

ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ ଆୟୋଗ ଭିଡିଓ କନ୍ଫରେନ୍ସିଂରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକ ପରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଭୋଟର ତାଲିକା ପ୍ରସ୍ତୁତି କରାଯିବ। ଡୋର ଟୁ ଡୋର ସର୍ଭେ ପାଇଁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି । ସେଥିପାଇଁ ଚଳିତ ମାସ ୩୧ ତାରିଖ ସୁଦ୍ଧା ଟିମ୍ ଗଠନ କରାଯିବ। ଏହି ଟିମ୍ ରେ BLO, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ ।ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ସବୁ ୱାର୍ଡର ଭୋଟର ତାଲିକା ପ୍ରକାଶ ପାଇବ । ପୌର ଓ ପଞ୍ଚାୟତ ନିର୍ବାଚନ ବେଳେ ସଂରକ୍ଷଣ ବ୍ୟବସ୍ଥା ସମେତ ପ୍ରତି ବୁଥରେ କେତେ ଭୋଟର ରହିବେ କେତେ ନୂଆ ବୁଥ ହେବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ପୌର ଏବଂ ପଞ୍ଚାୟତ ନିର୍ବାଚନ ଏକାଠି କରିବା ପାଇଁ ପ୍ରସ୍ତୁତି କରାଯାଉଛି।..

ସେହିଭଳି ୨୦୨୨ ସହରାଞ୍ଚଳ ସ୍ଥାନୀୟ କାଉନସିଲ ନିର୍ବାଚନ ସମ୍ବନ୍ଧୀୟ ବକେୟା ବିଲ୍ ଓ ଉପଯୋଗ ପ୍ରମାଣପତ୍ର ଦାଖଲ ଅଗ୍ରଗତି ସମୀକ୍ଷା କରାଯାଇଛି। ଏହି ବକେୟା ବିଲର ଶୀଘ୍ର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ବୈଠକରେ ULB ନିର୍ବାଚନ ନୋଡାଲ ଅଧିକାରୀ ଭାବେ ଉପଜିଲ୍ଲାପାଳ, ସମସ୍ତ ନିର୍ବାଚକ ପଞ୍ଜୀକରଣ ଅଧିକାରୀ, ERO, ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ, AERO, ଡେପୁଟି ଜିଲ୍ଲାପାଳ ଏବଂ ସହକାରୀ ଜିଲ୍ଲାପାଳମାନେ ଏହି ଆଭାସୀ ବୈଠକରେ ଯୋଗ ଦେଇଥିଲେ।

ଆହୁରି ପଢନ୍ତୁ-ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା, ବର୍ଷାରେ ଚାଷ ଜମି କିମ୍ବା ଘର ଭାଙ୍ଗିଥିଲେ ମିଳିବ କ୍ଷତିପୂରଣ

ରୁଷିଥିଲେ କି ମହାପ୍ରଭୁ, କାହିଁକି ଗଡ଼ିଲାନି ନନ୍ଦିଘୋଷ?