ଭୁବନେଶ୍ଵର, ୧୧/୦୨ : ଭିଜିଲାନ୍ସ ଜାଲରେ ଅନୁଗୁଳ ସିଡିଏମଓ ଅଫିସର ଜୁନିଅର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରା। ୨ କୋଟି ୩୮ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ। ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ଏହି ରେଡ୍ ରେ ୫ ଜଣ ଡିଏସଏସପି, ୮ ଜଣ ଇନ୍ସପେକ୍ଟର, ୧୪ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି।
ଅନୁଗୁଳ ସହର ସ୍ଥିତ ହାକିମପଡାରେ ସୁବ୍ରତ କୁମାର ବେହେରାଙ୍କ ତିନି ମହଲା ଘର, ଅଫିସ୍ ସମେତ ବୋଣ୍ଡାରେ ଥିବା ସମ୍ପର୍କୀୟଙ୍କ ଘର, ଢେଙ୍କାନାଳ ହିନ୍ଦୋଳ ସ୍ଥିତ ପୈତୃକ ଘର, ଭୁବନେଶ୍ଵର ଶ୍ରୀ ବିହାର ସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ରେଡ୍ ବେଳେ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।
ଏହି ଖବରଟିକୁ ପଢନ୍ତୁ- ରାଜ୍ୟରେ ୮୦୩ ଜନଔଷଧି କେନ୍ଦ୍ର,ସରକାରୀ ହସ୍ପିଟାଲ ପରିସରରେ ରହିଛି ୨୧ଟି